ଖୋର୍ଦ୍ଧା: କୋରୋନାର ପ୍ରଭାବ ଯୋଗୁଁ ରାଜ୍ୟ ତଥା ଦେଶର ଆର୍ଥିକ ଅବସ୍ଥା ଉପରେ ବହୁଳଭାବେ ପ୍ରଭାବ ପଡିଛି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଅନୁଷ୍ଠାନ ଆଗେଇ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାର ଅଗ୍ରଣୀ କ୍ରୀଡାନୁଷ୍ଠାନ ଇଗଲ କ୍ରିକେଟ୍ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

କ୍ଲବର ସଭାପତି ତଥା ବେଗୁନିଆ ବିଧାୟକ ରଜେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ସଂପାଦକ ଅଭିଷେକ ସିଂହସାମନ୍ତ ଓ କ୍ଲବର ସଦସ୍ୟମାନେ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କୁ ଏହି ଏକଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ତେବେ ଏହି ଚେକ୍ ଦେବା ସମୟରେ ସାମଜିକ ଦୂରତାକୁ ଗୁରୁତ୍ବ ଦେଇ କ୍ଲବର ସଂପାଦକ ସିଂହସାମନ୍ତ ଜିଲ୍ଲାପାଳଙ୍କୁ ଭେଟି ଏହି ଚେକ୍ ଦେଇଥିଲେ ।
ଆଗାମୀ 2ଦିନ ମଧ୍ୟରେ ସହରର ଆଦିବାସୀ ଓ ଗରିବ ଶ୍ରେଣୀର ଲୋକଙ୍କୁ ସାନିଟାଇଜର, ସାବୁନ, ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ