ଖୋର୍ଦ୍ଧା:କୋରୋନା ମହାମାରୀ କବଳରୁ ରାଜ୍ୟକୁ ରକ୍ଷା କରିବା ପାଇଁ ଲକଡାଉନ ଅବଧିକୁ ରାଜ୍ୟ ସରକାର ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯେପରି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ସୃଷ୍ଟି ନହେବ ସେଥିପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛି ପୋଲିସ ପ୍ରଶାସନ । ଆଉ ପୋଲିସ ଏହି କାର୍ଯ୍ୟକୁ କିପରି ପରିଚାଳନା କରୁଛି, ରବିବାର ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହାର ଅନୁଧ୍ୟାନ କରିଛନ୍ତି ।
ଡିଜିପି ଆଜି ଖୋର୍ଦ୍ଧା ପୋଲିସ ଜିଲା ଗସ୍ତ କରି ଜଙ୍କିଆ, ସଦର ଥାନା ସହ ନାଭାଲ ଓ ନାଚୁଣି ଫାଣ୍ଡିରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଡିଜିପି ଏହି ଗସ୍ତରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ଖୋର୍ଦ୍ଧା ଏସପି ଉପସ୍ଥିତ ଥିବା ଏକ ପ୍ରେସ ବିବୃତିରେ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ