ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳ ୧୭ନଂ ୱାର୍ଡ ଗୁରୁଜଙ୍ଗ ଟାଙ୍ଗୀ ସାହିରୁ କୋରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇଟି ପରିବାର ରହୁଥିବା ଅଞ୍ଚଳକୁ ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।
![ଟାଙ୍ଗୀ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲେ ଉପ-ଜିଲ୍ଲାପାଳ](https://etvbharatimages.akamaized.net/etvbharat/prod-images/od-kud-contenment-dry-od10017_01052021073814_0105f_1619834894_227.jpg)
ଆବଦ୍ଧାଞ୍ଚଳରେ ରହିଥିବା ପରିବାର ସଦସ୍ୟ ଏବଂ ବାହାର ଲୋକେ ଏହି ଅଞ୍ଚଳରେ ପ୍ରବେଶ ଉପରେ କଟକଣା ରହିଛି। କଣ୍ଟେନମେଣ୍ଟରେ ରହିଥିବା ଦୋକାନ ବନ୍ଦ ରହିବ। ପୌର ନିର୍ବାହୀ ଅଧିକାରୀ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବେ।
ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଏହି ଅଞ୍ଚଳକୁ ସାନିଟାଇଜ୍ କରିବେ। ମୁକୁନ୍ଦ୍ର ପ୍ରସାଦ ସିଏନସି ସ୍ଵାସ୍ଥ୍ୟବସ୍ଥା ବୁଝିବା ସହ କଣ୍ଟାକ୍ଟ ଡ୍ରେସିଂ ବ୍ୟବସ୍ଥା କରିବେ । ଖୋର୍ଦ୍ଧା ତହସିଲଦାର ସମସ୍ତ କାର୍ଯ୍ୟ ପରିଚାଳନା କରିବେ ବୋଲି ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ