ETV Bharat / state

ଖୋର୍ଦ୍ଧାରେ କୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ - Central Revenue Commissioner reviewed the Corona situation in Khurda

ରାଜ୍ୟରେ ପ୍ରତିଦିନ ସବୁ ଜିଲ୍ଲାରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାର ମୁକାବିଲା ନେଇ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

orona situation in Khurda
ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ
author img

By

Published : Jul 3, 2020, 3:26 PM IST

ଖୋର୍ଦ୍ଧା: କୋରୋନା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ । ରାଜ୍ୟରେ ପ୍ରତିଦିନ ସବୁ ଜିଲ୍ଲାରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାର ମୁକାବିଲା ନେଇ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀମାନଙ୍କୁ କିପରି କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଥିଲା । ସେହିପରି ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଟିଏମସି ସେଣ୍ଟର ଠିକ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହାର ସମୀକ୍ଷା କରିଥିଲେ ।

ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ କୋରୋନା ଆକ୍ରାନ୍ତ ହେଉଥିବା ନଜରକୁ ଆସିବା ପରେ ଜନସାଧାରଣଙ୍କୁ କାର୍ଯ୍ୟାଳୟକୁ ନଆସି ଅନଲାଇନ ଏବଂ ଇପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

ସେହିପରି ସରକାର ଜାରି କରିଥିବା ଏସଓପିକୁ କର୍ମଚାରୀମାନେ କିପରି ସମୀକ୍ଷା କରୁଛନ୍ତି ତାହାର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.