ETV Bharat / state

ବାତ୍ୟା ୟସ ପାଇଁ ୨୩୦୫ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ - khurda district administration

ଖୋର୍ଦ୍ଧା ଜିଲ୍ଲାରେ ବାତ୍ଯା ୟାସ ପ୍ରଭାବରେ ଲାଗି ରହିଛି ବର୍ଷା ସାଙ୍ଗକୁ ପବନ । ତେବେ ଆଜି ଜିଲ୍ଲାରେ ସର୍ବମୋଟ ୨୨୪.୮ ମିମି ବର୍ଷା ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ବାତ୍ୟା ୟସ ପାଇଁ ୨୩୦୫ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

author img

By

Published : May 25, 2021, 9:06 PM IST

ଖୋର୍ଦ୍ଧା: ବାତ୍ୟା ୟସ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଧାମରା ବନ୍ଦର ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏହାଫଳରେ ଗତକାଲି ରାତିରୁ ଜିଲ୍ଲାରେ ବର୍ଷା ଲାଗି ରହିଛି ବର୍ଷା ସାଙ୍ଗକୁ ପବନ । ତେବେ ଆଜି ଜିଲ୍ଲାରେ ସର୍ବମୋଟ ୨୨୪.୮ ମିମି ବର୍ଷା ରେକର୍ଡ ହୋଇଛି । ବାତ୍ୟାରେ ମୁଖ୍ୟତଃ ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ଜଟଣୀ, ଭୁବନେଶ୍ବର ବ୍ଳକ, ଖୋର୍ଦ୍ଧା,ବେଗୁନିଆ, ବୋଲଗଡ଼,ଟାଙ୍ଗି, ଚିଲିକା ଓ ବାଣପୁର ବ୍ଳକ ଚିଲିକା ଅଂଚଳ ବେଶୀ ପ୍ରଭାବିତ ହେବା ଜିଲ୍ଲା ପ୍ରଶାସନ ଆଶଙ୍କା କରିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିବାବେଳେ ପ୍ରଶାସନିକ ଅଧିକାରୀମାନେ ସମୁଦ୍ରକୂଳ ଅଂଚଳରେ ରହି ସ୍ଥିତି ପରଖୁଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ୫୦ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବାବେଳେ ୭୯୦ଟି ଅତିରିକ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ମୋଟ ୮୪୦ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଜିଲ୍ଲାବ୍ୟାପି ୨୩୦୫ ଜଣ ଲୋକଙ୍କୁ ୪୫ଟି ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଛି । ତନ୍ମଧ୍ୟରେ ୧୭୯୮ଜଣ ବୟସ୍କ ଓ ୫୦୭ଜଣ ପିଲା ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଆଜି ୩ଟି ଆଶ୍ରୟସ୍ଥଳୀରେ ରାତିରେ ରନ୍ଧାଖାଦ୍ୟ ଦେବା ଲାଗି ପ୍ରଶାସନ ବ୍ୟବସ୍ଥା କରିଥିବାବେଳେ ୩ ଦିନ ଲାଗି ଖାଦ୍ୟ ଲୋକମାନଙ୍କୁ ଏହି କେନ୍ଦ୍ରମାନଙ୍କରେ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି । ଜିଲାର ସବୁ ବ୍ଲକରେ ଚାଉଳ, ଗୁଡ଼, ଚୁଡା,ବିସ୍କୁଟ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରଖାଯାଇଛି । ସମସ୍ତ ପେଟ୍ରୋଲ ପମ୍ପରେ ଆବଶ୍ୟକୀୟ ପେଟ୍ରୋଲ ଡିଜେଲ ଅଛି ।

ସେହିପରି ଗ୍ରାମାଞ୍ଚଳରେ ବାତ୍ୟା ସମୟରେ ରାସ୍ତା ଅବରୋଧ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସଫା କରିବା ପାଇଁ ଜେସିବି ଓ ଟ୍ରାକ୍ଟର ରଖାଯାଇଛି । କୃଷିଜାତ ପଦାର୍ଥ, ଶସ୍ୟ ସୁରକ୍ଷିତ ରଖିବାକୁ ପଦକ୍ଷେପ ନିଆଯାଇଛି । ଗାଈ, ଗୋରୁ ଏବଂ ଗୃହପାଳିତ ପଶୁଙ୍କ ପାଇଁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦ଟି ମୋବାଇଲ ଗାଡି, ପଶୁଡାକ୍ତର, ପଶୁଧନ ନିରୀକ୍ଷକ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ବିତ କଂଟ୍ରୋଲ ରୁମ କାର୍ଯ୍ୟ କରୁଛି । ତେବେ ବାତ୍ୟା ପରେ ଗମନା ଗମନାରେ ସୁଧାର ଆଣିବାକୁ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଜାଗ ରହିଥିବାବେଳେ ବାତ୍ୟା ଯୋଗୁଁ କୌଣସି ସ୍ଥାନରେ ଜୀବନହାନୀ ଯେପରି ନହେବ ତାହା ଉପରେ ପ୍ରଶାସନ ଧ୍ୟାନ ରଖିଥିବା ଜିଲା ପ୍ରଶାସନ ଜଣାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.