ETV Bharat / state

Weather Update: ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ, କୋହଲା ପାଗ ସାଙ୍ଗକୁ ଅନେକ ସ୍ଥାନରେ ବର୍ଷ - ୧୭ ଓ ୧୮ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା

୧୬,୧୭ ଓ ୧୮ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା । ୧୬ ତାରିଖରେ ୧୫, ୧୭ ତାରିଖରେ ୧୪ ଓ ୧୮ ତାରିଖରେ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

କୋହଲା ପାଗ ସାଙ୍ଗକୁ ଅନେକ ସ୍ଥାନରେ ବର୍ଷା
କୋହଲା ପାଗ ସାଙ୍ଗକୁ ଅନେକ ସ୍ଥାନରେ ବର୍ଷା
author img

By

Published : Mar 15, 2023, 9:11 PM IST

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଅନେକ ସ୍ଥାନରେ ହାଲୁକା ବର୍ଷା

ଭୁବନେଶ୍ବର: ରାଜ୍ୟବସୀଙ୍କୁ ରୁଦ୍ରପାତରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ପଶ୍ଚିମାଝଡ଼ ପ୍ରଭାବରେ ଓଡିଶାରେ କୋହଲା ପାଗ ସାଙ୍ଗକୁ ଅନେକ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଆନୁଯାୟୀ ୧୫ ତାରିଖରୁ ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ ଅରମ୍ଭ ହୋଇଛି । ଏହାସହ ୧୬ ତାରିଖରେ ୧୫ଟି ଜିଲ୍ଲା ଏବଂ ୧୭ ତାରିଖରେ ୧୪ ଟି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ରହିଛି ।

ତେବେ ପଶ୍ଚିମାଝଡ଼ ପ୍ରଭାବରେ ଗତ ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ ,ନୟାଗଡ଼, ରାୟଗଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ସର୍ବାଧିକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ୪.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କଳାହାଣ୍ଡିର ଭବାନିପାଟଣା ରେ ୩.୮ ମିମି ବର୍ଷା ରେକର୍ଡ କରାଯାଇଛି । ଏଥିସହ ସର୍ବାଧିକ ଦିନ ତାପମାତ୍ରା ମାଲକାନାଗିରି ଓ ବୌଦ୍ଧରେ ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ଵରରେ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ ତରଫରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ବର୍ଷା ଆଶଙ୍କା ଏବଂ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ରାୟଗଡ଼ା ।

ସେହିପରି ଆସନ୍ତାକାଲି (ଗୁରୁବାର)ଠାରୁ ରାଜ୍ୟରେ ବର୍ଷା ବଢିବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ୧୬ ତାରିଖ ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ସେହିସବୁ ଜିଲ୍ଲା ଗୁଡ଼ିକ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କନ୍ଧମାଳ ଏବଂ ଗଞ୍ଜାମ ।

୧୭ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୧୮ରେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଭୁବନେଶ୍ଵରରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ପାଗ କୋହଲା ରହିବ ବୋଲି କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.