ETV Bharat / state

ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କ: ଜୀବନର ପ୍ରଥମ ପଥ ମାର୍ଗଦର୍ଶକ - ଗୁରୁ-ଶିଷ୍ୟ

ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ଗୁରୁଦିବସ ପାଳିତ ହୁଏ । ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ, ଶିକ୍ଷାବିତ୍, ଛାତ୍ରବତ୍ସଳ ଶିକ୍ଷକ, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ବ।

ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କ: ଜୀବନର ପ୍ରଥମ ପଥ ମାର୍ଗଦର୍ଶକ

author img

By

Published : Sep 5, 2020, 6:01 AM IST

ଗୁରୁ.....ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ। କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ। ପାଠ ହେଉ କି ସଙ୍ଗୀତ। ଖେଳ ହେଉ କି ନୃତ୍ୟ। ବାଦ୍ୟ ହେଉ କି ବକୃତା, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି। ଗୁରୁ ହେଉଛନ୍ତି ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଚଳନ୍ତି ପ୍ରତିମା। ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଶାସ୍ତ୍ରେ ‘ଗୁ’ର ଅର୍ଥ ହେଉଛି ଅନ୍ଧକାର ଏବଂ ‘ରୁ’ର ଅର୍ଥ ଏହାକୁ ରୋକୁଥିବା ବ୍ୟକ୍ତି। ଏହାର ଅର୍ଥ ଅନ୍ଧକାରକୁ ନାଶ କରୁଥିବା ବ୍ୟକ୍ତି । ମାଆ ବାପା ସନ୍ତାନକୁ ଜନ୍ମ ଦିଅନ୍ତି କିନ୍ତୁ ଜୀବନର ମାର୍ଗ ଦର୍ଶନ କରାଉଥିବା ଏବଂ ସଂସାର ବିଷୟରେ ଅବଗତ କରାଉଥିବା ବ୍ୟକ୍ତି ଗୁରୁ ହିଁ ଅଟନ୍ତି । ଏଥିପାଇଁ ଗୁରୁଙ୍କ ମହତ୍ତ୍ବକୁ ଦର୍ଶାଇ ମହାନ ସନ୍ଥ କବୀର ଦାସ କହିଛନ୍ତି- ‘ଗୁରୁ ଗୋବିନ୍ଦ ଦୋଉ ଖଡ଼େ କାକେ ଲାଗୁ ପାୟ, ବଲିହାରୀ ଗୁରୁ ଆପନେ ଗୋବିନ୍ଦ ଦିୟୋ ମିଲାୟେ’। ଅର୍ଥାତ୍ ଭଗବାନଙ୍କଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଗୁରୁଙ୍କର ହୋଇଥାଏ ।

ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ଗୁରୁଦିବସ ପାଳିତ ହୁଏ । ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ, ଶିକ୍ଷାବିତ୍, ଛାତ୍ରବତ୍ସଳ ଶିକ୍ଷକ, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ବ।

ଗୁରୁ ବନ୍ଦନା:

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ବର

ଗୁରୁ ସାକ୍ଷାତ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ

ରାଧାକୃଷ୍ଣନଙ୍କ ଜୀବନୀ ଓ ପାଠପଢା:

ରାଧାକୃଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରେ ଆରମ୍ଭ ହୋଇଥିଲା । ଉଚ୍ଚଶିକ୍ଷା ପରେ, ୧୯୦୯ରେ ରାଧାକୃଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପରଠାରୁ ରାଧାକୃଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ । ୧୯୧୮ରେ ରାଧାକୃଷ୍ଣନ ମୈସୁର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ବବିଦ୍ୟାଶୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ । ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ କରିଥିଲେ । ‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକୃଷ୍ଣନ।

ଗୁରୁ ହିଁ ସାକ୍ଷାତ ଈଶ୍ବର:

ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ଥାଏ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ' ନିଜକୁ ଯେ ନିରନ୍ତର ଶିକ୍ଷା ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ'। ଗୁରୁ ଓ ରାସ୍ତା ଏକାପରି । ସେମାନେ ଗୋଟିଏ ଜାଗାରେ ଥିବେ, କିନ୍ତୁ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବେ। ଏହା ହିଁ ତ ଗୁରୁଙ୍କ ମହାନତା। ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି । ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ। ଗୁରୁ ହିଁ ପ୍ରେରଣାର ଉତ୍ସ। ବିଶିଷ୍ଟ ଦାର୍ଶନିକ ଆର୍ଥର ୱାର୍ଡଙ୍କ ମତରେ 'ଜଣେ ସାଧାରଣ ଶିକ୍ଷକ କେବଳ ଶିକ୍ଷାଦାନ କରିଥାଆନ୍ତି। ଭଲ ଶିକ୍ଷକ ଉତ୍ତମ ରୂପେ ବୁଝାଇଥାଆନ୍ତି। ସବୁଠୁ ଭଲ ଶିକ୍ଷକ ପଥ ପ୍ରଦର୍ଶନ କରାନ୍ତି ଓ ଜଣେ ମହାନ ଶିକ୍ଷକ ପ୍ରେରଣା ଦେଇଥାଆନ୍ତି'। ତେଣୁ ଭାଗବତରେ ଅଛି ' ଗୁରୁ ନ ଥାଇ ତୁ ଅର୍ଜୁନ, କାହିଁ ପାଇବୁ ସଦଜ୍ଞାନ'।

ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ। ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଶିକ୍ଷକ ହେବା। ଆଦର୍ଶ, ନୀତିନିଷ୍ଠ, ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ସମଦର୍ଶୀ ବ୍ୟକ୍ତି ହିଁ ଉତ୍ତମ ଶିକ୍ଷକ ପଦବାଚ୍ୟ। ଯିଏ କି ଶିକ୍ଷକତାକୁ ବୃତ୍ତି ନୁହେଁ, ବରଂ ବ୍ରତ ବୋଲି ମନେ କରନ୍ତି ।

ଜୀବନର ପ୍ରକୃତ ଗୁରୁଙ୍କୁ ଦିଅନ୍ତୁ ସମ୍ମାନ:

ଜଣେ ମଣିଷ ତା ଜୀବନରେ ବହୁତ ଗୁଡିଏ ଗୁରୁଙ୍କୁ ଭେଟିଥାଏ।ସମସ୍ତଙ୍କ ଜୀବନରେ ଗୁରୁଙ୍କ ସ୍ଥାନ ସର୍ବଦା ଊର୍ଦ୍ଧ୍ବରେ ହିଁ ଥାଏ। ଖାଲି ଯିଏ ପାଠ ପଢାନ୍ତି, ସେ ହିଁ ଗୁରୁ, ତାହା ଭାବିବା ଭୁଲ। ଯିଏ ଆମକୁ ଜୀବନରେ କଥା କହିବା ଶିଖାଏ, ଯିଏ ଚଲାଇବା ଶିଖାଏ, ଯିଏ ଭଦ୍ରାମି ଶିଖାଏ, ଯିଏ ଅସୁବିଧା ସମୟରେ ବାଟ କଢାଇବା ଶିଖାଏ, ସେ ସମସ୍ତେ ହେଉଛନ୍ତି ଆମ ଜୀବନର ବିଶେଷ ଅଙ୍ଗ ସଦୃଶ୍ୟ। ତେବେ ଚାଲନ୍ତୁ ଜାଣିବା ଜଣେ ବ୍ୟକ୍ତିର ଜୀବନରେ କେଉଁ କେଉଁ ଗୁରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଆନ୍ତି....

ପିତା-ମାତା:

ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତା-ମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଶିଶୁଟି ଧରା ଛୁଇଁବା ପରେ ତାକୁ ତା ମାଆ କୋଳେଇ ନିଏ, ତାର ଅଳି-ଅର୍ଦ୍ଦଳି ସବୁ ସହେ। କେମିତି ଚାଲିବ, କେମିତି ଖାଇବ, କେମିତି କଥା କହିବ, କେମିତି ବସିବ ପରି ଅନେକ ଶିଷ୍ଟାଚାର କଥା, ସମାଜରେ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି ପିତା-ମାତା । ବ୍ୟବହାର, ଶୈଳୀ, ଶିଷ୍ଟାଚାର, ଭଦ୍ରାମୀ କଣ ତାହା ଉଭୟ ବାପା-ମାଆ ହିଁ ଶିଶୁଟିକୁ ଜଣାଇଥାଆନ୍ତି। ତେଣୁ ଉଭୟ ତାର ପ୍ରଥମ ଗୁରୁ। ଜଣେ ଶିକ୍ଷକଙ୍କୁ ଯେମିତି ସମ୍ମାନ ଦିଆଯାଏ, ଠିକ୍ ସେହିଭଳି ନିଜ ବାପା-ମାଆଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍। ଯିଏ ନିଜ ବାପା-ମାଆଙ୍କୁ ସମ୍ମାନ ଦେଇ ଜାଣେନା, ସେ କାହାକୁ ସମ୍ମାନ କରିବା ଶିଖି ପାରେନା । କାରଣ ଉଭୟ ନଥିଲେ ଜଣେ ଶିଶୁର ଭବିଷ୍ୟତ କେବେ ବି ଉତ୍ତମ ରୂପେ ଗଢା ହୋଇପାରିବ ନାହିଁ ।

ଶିକ୍ଷା ଗୁରୁ:

ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି, ସେ ହେଉଛନ୍ତି ଶିକ୍ଷା ଗୁରୁ । ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ । ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଜଣେ ଶିକ୍ଷକଙ୍କ ଉପରେ। କଞ୍ଚା ମାଟି ପିତୁଳାରେ କେମିତି ଜୀବନ୍ୟାସ ଦେବେ, ତାହା ଜଣେ ଶିକ୍ଷା ଗୁରୁ ଉତ୍ତମ ରୂପେ ଜାଣିଥାଏ। ପିଲାଟି ଯେବେ ଖଡି ଧରିବା ଆରମ୍ଭ କରିଥାଏ, ଶିକ୍ଷା ଗୁରୁର ଶିକ୍ଷକତା ସେହିଠାରୁ ହିଁ ଆରମ୍ଭ ହୋଇଥାଏ। ବିନା ଗୁରୁରେ ଛାତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥାଏ। ତେଣୁ ତାଙ୍କୁ କେବେ ବି ଅବମାନନା କରିବା ଉଚିତ୍ ନୁହେଁ।

ଭୁଲ ବାଟରୁ କଢାଇ ଆଣୁଥିବା ଗୁରୁ:

ଜୀବନରେ ଆହୁରି କିଛି କିଛି ଲୋକ ଥାଆନ୍ତି, ଯିଏ ଉତ୍ତମ ଶିକ୍ଷା ଦେବା ସହ ଭୁଲ ରାସ୍ତାରେ ବାଟ କଢାଇ ଆଣିଥାନ୍ତି । ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କହିଦେଇଥାଆନ୍ତି । କେଉଁଟା କଲେ ଠିକ୍ ହେବ, କେଉଁଟା କଲେ ଭୁଲ ହେବ, ଏ ସମ୍ପର୍କରେ ଭଲଭାବେ ବୁଝାଇ ଦେଇଥାଆନ୍ତି । ତେଣୁ ସେ ମଧ୍ୟ ଗୁରୁ ପଦବାଚ୍ୟ। ତାଙ୍କ ନିକଟରେ ନତମସ୍ତକ ହୋଇ ରହିବା ଉଚିତ୍।

ମନୁଷ୍ୟ ନିଜ ସମ୍ପୂର୍ଣ୍ଣ ଜୀବନ କାଳରେ କିଛିନା କିଛି ଶିଖୁଥାଏ । ଶିଖିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା କିଛି ନ ଥାଏ। ଆମେ ଯାହାଠୁ କିଛି ଶିଖିପାରୁ, ସେ ବୟସରେ ଆମଠୁ ଛୋଟ ବି ହୋଇଥାଇପାରନ୍ତି । ଯଦି ଆମେ କାହାଠୁ କିଛି ବି ଶିଖୁ ତାଙ୍କୁ ନିଜର ଗୁରୁ ପଦବାଚ୍ୟ କରିବା ଉଚିତ । ଆମର କର୍ତ୍ତବ୍ୟ ହେଉଛି ଗୁରୁଙ୍କ ସମ୍ମାନଦେବା, କାରଣ ଗୁରୁ ଆମର ଚରିତ୍ର ନିର୍ମାଣରେ ସହାୟକ ହୁଅନ୍ତି । ଗୁରୁଙ୍କଠାରୁ ଉତ୍ତମ ଶିକ୍ଷାପାଇ ଯେ କେହି ଉତ୍ତମ ନାଗରିକ ହୋଇପାରନ୍ତି । ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ । ଏହା ଧ୍ରୁବ ସତ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.