ETV Bharat / state

ଡିସେମ୍ବର ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଶିକ୍ଷକ ସଂଘର ସମରସଜ୍ଜା - teachers association warns govt

ସପ୍ତମ ବେତନ ମୋଡାଲିଟି ସଂଶୋଧନକୁ ୧୧ ମାସ ବିତିବା ସତ୍ତ୍ବେ ହେଲାନି କାର୍ଯ୍ୟକାରୀ । ଡିସେମ୍ବର ପହିଲାରୁ ଆନ୍ଦୋଳନ ନେଇ ଚେତାବନୀ ଦେଲା ଶିକ୍ଷକ ସଙ୍ଘ । ଅଧିକ ପଢନ୍ତୁ

Etv Bharatସପ୍ତମ ବେତନ କାର୍ଯ୍ୟକାରୀ ନ ହେଲେ ଡିସେମ୍ବର ପହିଲାରୁ ଆନ୍ଦୋଳନ ନେଇ ଚେତାବନୀ
Etv ସପ୍ତମ ବେତନ କାର୍ଯ୍ୟକାରୀ ନ ହେଲେ ଡିସେମ୍ବର ପହିଲାରୁ ଆନ୍ଦୋଳନ ନେଇ ଚେତାବନୀ
author img

By

Published : Nov 21, 2022, 12:50 PM IST

ଭୁବନେଶ୍ବର: ସପ୍ତମ ବେତନ ପ୍ରଦାନ କାର୍ଯ୍ୟକାରୀ ବିଳମ୍ବ ପାଇଁ ଉଦବେଗ ପ୍ରକାଶ କଲେ ରାଜ୍ୟର ବିଭିନ୍ନ ଶିକ୍ଷା କର୍ମଚାରୀ । ରାଜ୍ୟ ସରକାର ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ସପ୍ତମ ବେତନ ପ୍ରଦାନ ପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୧ ମାସ ବିତି ଯାଇଥିଲେ ସୁଦ୍ଧା ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଫଳରେ ଏହାକୁ ନେଇ ରାଜ୍ୟରେ ଶିକ୍ଷକ ଅଧ୍ୟାପକ ଶିକ୍ଷା କର୍ମଚାରୀଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସପ୍ତମ ବେତନ କାର୍ଯ୍ୟକାରୀ ନ ହେଲେ ଡିସେମ୍ବର ପହିଲାରୁ ଆନ୍ଦୋଳନ ନେଇ ଚେତାବନୀ

ଏନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି , "୫ ଦଫା ନେଇ ରାଜରାସ୍ତାକୁ ଓହ୍ଲାଇବ ସଂଘ । ଯଦି ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ନ କରାଯାଏ ତାହେଲେ ତାହେଲେ ଜୋରଦାର ଆନ୍ଦୋଳନ କରାଯିବ । ଆଗକୁ ବୋର୍ଡ ପରୀକ୍ଷା ରହିଛି । ଏହି ପରୀକ୍ଷାରେ ଯେଭଳି କିଛି ଅସୁବିଧା ନହୁଏ ସେନେଇ ଧ୍ୟାନ ଦେବୁ । ବୋର୍ଡ ପରୀକ୍ଷା ପରେ ଡିସେମ୍ବର ୧ ତାରିଖରୁ ବ୍ଲକ ସ୍ତରରେ ଆନ୍ଦୋଳନ କରାଯିବ । ଯଦି ସରକାର ଏହି ଦିନରେ ନ ଶୁଣନ୍ତି, ତେବେ ଡିସେମ୍ବର ୧୭ରେ ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନ କରାଯିବ । ୬୦ରୁ ୭୦ ହଜାର ଶିକ୍ଷକଙ୍କର ସମାବେଶ କରାଯିବ । ଶିକ୍ଷାରେ ବାଧାପ୍ରାପ୍ତ ହେବ । ସହିତ ପିଲାଙ୍କର ଶିକ୍ଷାଦାନରେ କ୍ଷତି ହେବ । ଏନେଇ ସରକାର ଦାୟୀ ହେବେ ।"

ଏପଟେ ଏହି ସପ୍ତମ ବେତନ ମୋଡାଲିଟିରୁ ଯେଉଁମାନେ ବାଦ୍‌ ପଡିଛନ୍ତି ସେମାନଙ୍କୁ ସାମିଲ କରାଯାଉ । ଯେଉଁ ବିଦ୍ୟାଳୟଗୁଡ଼ିକ ୨୦୧୩ ମସିହାଠାରୁ ଅଦ୍ୟାବଧି ରହିଥିଲେ ମଧ୍ୟ ସେମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ । ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକକୁ ପେନସନ ବ୍ୟବସ୍ଥା, ଚାକିରି ସର୍ତ୍ତାବଳୀ ସୁବିଧା ଯୋଗାଇ ଦିଆଯାଉ । ଯଦି ଏହାକୁ ସରକାର କାର୍ଯ୍ୟକାରୀ ନ କରନ୍ତି ତେବେ ଡିସେମ୍ବର ୧ ତାରିଖରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି OSCTECC ସଂଘ ସରକାରଙ୍କୁ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.