ETV Bharat / state

ନବୀନ ନିବାସ ଘେରାଉ କଲେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଙ୍ଘ

author img

By

Published : Dec 13, 2022, 7:41 AM IST

ନବୀନ ନିବାସ ଘେରାଉ କଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ । ସରକାର ସେମାନଙ୍କର ଦାବି ପୁରଣ ନ କରିବା ଯାଏ ଧାରଣାରୁ ଉଠିବେ ନାହିଁ ବୋଲି ରୋକଠୋକ୍‌ କହିଛି ଶିକ୍ଷକ ସଙ୍ଘ । ଅଧିକ ପଢନ୍ତୁ

ନବୀନ ନିବାସ ଘେରାଉ କଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଙ୍ଘ

ଭୁବନେଶ୍ବର: ନବୀନ ନିବାସ ଘେରାଉ କଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ। ମାଷ୍ଟରକ୍ୟାଣ୍ଟିନଠାରୁ ଶୋଭାଯାତ୍ରାରେ ବାହାରି ଯାଉଥିବା ସମୟରେ ପୋଲିସ ରାସ୍ତାରେ ଶିକ୍ଷକଙ୍କୁ ଅଟକାଇଥିଲା। ଶିକ୍ଷକ କିନ୍ତୁ ତାଙ୍କ ଜିଦରେ ଅଟଳ ଥିବାରୁ ଶୋଭାଯାତ୍ରାରୁ ଆସି ଗାନ୍ଧୀମାର୍ଗରେ ଦେଲେ ଧାରଣା । ସରକାର ସେମାନଙ୍କର ଦାବି ପୁରଣ ନକରିବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ଶିକ୍ଷକ ।

ତେବେ ଦାବି ମଧ୍ୟରେ 2004ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ 6 ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା ଓ ଜୁନିଅର ଶିକ୍ଷକଙ୍କ ପଦୋନ୍ନତି କରିବାକୁ ଦାବି କରିଛନ୍ତି ଶିକ୍ଷକ ସଂଘ । ଆଉ ଏହି ଦାବିକୁ ନେଇ ଦୀର୍ଘ ଦିନରୁ ଧାରଣା ଦେଇଥିଲେ ବି ସରକାର ନ ଶୁଣିବାରୁ ଆଜି ସେମାନେ ନବୀନ ନିବାସ ଘେରାଉ କରିଛନ୍ତି । ଏନେଇ ନିଷ୍ପତି ନେଇ ଶିକ୍ଷକଙ୍କୁ ସେମାନଙ୍କର ଅଧିକାର ଦେଲେ ହିଁ ପୁଣି ସ୍କୁଲ ରେ ଯାଇ ନିଜର ଶିକ୍ଷାଦାନ କରିବେ ବୋଲି ସରକାରଙ୍କୁ ରୋକଠୋକ୍‌ କହିଛନ୍ତି ପେନ୍‌ସନ୍‌ ଭୋଗୀ ଶିକ୍ଷକ ସଂଘର ସଦସ୍ୟ ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.