ETV Bharat / state

ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପ୍ରସଙ୍ଗ: ମୁଖ୍ୟଶାସନ ସଚିବଙ୍କ ସହ ଟାଟା ଏମ୍‌ଡିଙ୍କ ଆଲୋଚନା - TATA

ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଟାଟା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି ।

author img

By

Published : Feb 12, 2019, 11:40 PM IST

ଭୁବନେଶ୍ବର: ସରକାରଙ୍କ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଆରମ୍ଭରୁ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିଲା । ମାତ୍ର ପ୍ରଶାସନ ପକ୍ଷରୁ ବନ୍ଦର ପାଇଁ ସବୁଜ ସଂକେତ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଟାଟା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
undefined

ଜଣାଯାଇଛି ଯେ ଆସନ୍ତା ୧୩ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିପାଇଁ ଟାଟାକୁ ୬୯୨ ଏକର ଜମି ଦିଆଯାଇସାରିଛି । ଆଉ ୧୫୦ ଏକର ଜମି ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବନ୍ଦର ନିର୍ମାଣରେ ମୋଟ ୫ ହଜାର କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ମଙ୍ଗଳବାର ଭୁବନେଶ୍ବରରେ ଆଲୋଚନାରେ ଟାଟା ଷ୍ଟିଲର ମ୍ୟାନେଜର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ ସହ ଉପସ୍ଥିତ ରହିଥିଲେ । ୪ ରୁ ୫ ବର୍ଷ ମଧ୍ୟରେ ଏହି ବନ୍ଦରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

100 ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ଗ୍ରାମରୁ ଜବତ ହୋଇଛି 100ରୁ ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ । ପ୍ରଥମେ ସ୍ଥାନୀୟ ଲୋକେ ଏକ ଗଛ ତଳେ ପଡିଥିବା ନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀଙ୍କୁ ସୂଚନା ଦେଇଥିଲେ । ଚିକିତ୍ସାଧିକାରୀଙ୍କ ସୂଚନାକ୍ରମେ ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଆସି ଘଟଣାର ତଦନ୍ତ କରିଛନ୍ତି ।

ଏହି ମେଡିସିନଗୁଡିକ ବିଦ୍ୟାଳୟର ପିଲାମାନଙ୍କୁ ଦେବା ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିସହ ଏହି ମେଡିସିନ ଗୁଡିକର ଅବଧି ସରିନଥିବାର ମଧ୍ୟ କହିଛନ୍ତି ତଦନ୍ତକାରୀ ।

ସେପଟେ ଏହାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।   

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.