ETV Bharat / state

ଆସନ୍ତା 2024 ଶେଷ ସୁଦ୍ଧା ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ: ପଞ୍ଚାୟତରାଜ ମନ୍ତ୍ରୀ

author img

By

Published : Mar 3, 2023, 9:18 PM IST

ଆସନ୍ତା ୨୦୨୪ ମସିହା ସୁଦ୍ଧା ସମସ୍ତ ପରିବାରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ୫୭ ,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଅଧିକ ପଢନ୍ତୁ

ଆସନ୍ତା 2024 ଶେଷ ସୁଦ୍ଧା ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ: ପଞ୍ଚାୟତରାଜ ମନ୍ତ୍ରୀ
ଆସନ୍ତା 2024 ଶେଷ ସୁଦ୍ଧା ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ: ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ 88.56 ଲକ୍ଷ ପରିବାରକୁ ଟ୍ୟାପ୍‌ ଯୋଗେ ସୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। 2024 ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମ ଶେଷ ହେବ । ଚଳିତ 2023-24 ଆର୍ଥିକ ବର୍ଷ ବଜେଟ ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ।

ମନ୍ତ୍ରୀ କହିଛନ୍ତି ‘‘ଆସନ୍ତା ୨୦୨୪ ମସିହା ସୁଦ୍ଧା ସମସ୍ତ ପରିବାରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ୫୭ ,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୪୨ ହଜାର କୋଟି ଟଙ୍କାର ଭୂପୃଷ୍ଠ ଜଳ ଆଧାରିତ 207ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏଥିମଧ୍ୟରୁ ରାଜ୍ୟରେ ମୋଟ ୮୮,୫୬, ୩୮୭ ଗ୍ରାମୀଣ ପରିବାର ମଧ୍ୟରୁ ୫୦,୭୧,୦୦୦ ପରିବାରକୁ ଟ୍ୟାପ ସଂଯୋଗ କରାଯାଇଛି । ପାନୀୟ ଜଳ ମାନ ନିର୍ଦ୍ଧାରଣ ପାଇଁ ଗୋଟିଏ ରାଜ୍ୟ ସ୍ତରୀୟ 30 ଗୋଟି ଜିଲ୍ଲା ସ୍ତରୀୟ ଓ 46 ଗୋଟି ଉପଜିଲ୍ଲାସ୍ତରୀୟ ଜଳ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇଛି । ଚଳିତ ଆର୍ଥିକ ବର୍ଷ 2023-24 ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ 26 ହଜାର 311.95 କୋଟି ଟଙ୍କା ଆବଣ୍ଚିତ ହୋଇଛି । ଏହା ଗତବର୍ଷ ବଜେଟ ତୁଳନାରେ 16 ପ୍ରତିଶତ ଅଧିକ ।’’

ଏହାବି ପଢନ୍ତୁ- LPG Cylinder Price Hike: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ମହିଳା ମୋର୍ଚ୍ଚା

ଏହା ମଧ୍ୟରୁ 20 ହଜାର 852 କୋଟି ଟଙ୍କା ଯୋଜନା ବ୍ୟୟ (କେନ୍ଦ୍ରୀୟ ଅନୁଦାନ -13750) କୋଟିରୁ ଅଧିକ ରାଜ୍ୟ ଅନୁଦାନ 7102 କୋଟି) 2119.15 କୋଟି ଟଙ୍କା । ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ୨୭୦୦ .୧୫ କୋଟି ୫ମ ରାଜ୍ୟ ଅର୍ଥ କମିଶନ ଅନୁଦାନ ଏବଂ ୬୪୦ .୬୫ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଅଟେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମୀଣ ଆର୍ଥିକ ଦୁର୍ବଳ ଶ୍ରେଣୀ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ବ୍ୟକ୍ତିଗତ ରୋଜଗାର ସୃଷ୍ଟି କରିଛି ପଞ୍ଚାୟତିରାଜ ବିଭାଗ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ନିଜସ୍ୱ ପାଣ୍ଠିରୁ 1000 କୋଟି ଟଙ୍କାର ଘୁର୍ଣ୍ଣୟମାନ ପାଣ୍ଠିର ବ୍ୟବସ୍ଥା କରିଛି । ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର 20ଟି ଦାଦନ ପ୍ରବଣ ବ୍ଲକରେ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ 500 କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ରାଜ୍ୟର ଗ୍ରାମାଞ୍ଚଳରେ ଅଦ୍ୟାବଧି ୧୩ ହଜାର ୯୩୦ ଗୋଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ 44 ହଜାର ୭୭,୫୩୭ ଗୋଟି ନଳକୂପ /ପରିମଳ କୂପ ସ୍ଥାପନ କରାଯାଇଛି ।

ସେହିପରି ମନ୍ତ୍ରୀ କହିଛନ୍ତି, "ଚଳିତ ଆର୍ଥିକ ବର୍ଷରେ ଜଳ ଜୀବନ ମିଶନ ଯୋଜନା ପାଇଁ ୫୭୫୦ କୋଟି ବସୁଧା ଯୋଜନା ପାଇଁ ୩,୭୫୦ କୋଟି ବ୍ୟୟ ବରାଦ କରାଯାଇଛି । 2022 -23 ଆର୍ଥିକ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୬.୮୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏଥିରୁ 50 ପ୍ରତିଶତ ତଫସିଲ ଭୁକ୍ତ ଜାତି ଓ ଉପଜାତି 47 .9 ପ୍ରତିଶତ ମହିଳା ସହଭାଗୀତା ରହିଛି । 37 ଲକ୍ଷ ପରିବାର 49.11 ଲକ୍ଷ ଉପଭୋକ୍ତା କର୍ମ ନିଯୁକ୍ତି ପାଇଛନ୍ତି। ରାଜ୍ୟରେ ହିତାଧିକାରୀ ସେମାନଙ୍କ ଘର ଶୀଘ୍ର ସମାପ୍ତ କରିବା ପାଇଁ 8.20 ଲକ୍ଷ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୧୩ ୪୩ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର 9 ଲକ୍ଷ ଆବାସ ଗୃହ ପାଇଁ ଅନୁମତି ଦେଇଥିବାବେଳେ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଘର ତିଆରି ସମ୍ପୂର୍ଣ୍ଣ କରିଥିବା ୨୭.୨୭ ଲକ୍ଷ ପରିବାରକୁ ବିଜୁ ପକ୍କା ଘର ଯୋଜନା ପାଣ୍ଠିରୁ ଗୃହ ମରାମତି ଅନୁଦାନ ବାବଦରେ ପ୍ରତି ପରିବାର ପିଛା 3000 ଟଙ୍କା ହିସାବରେ ମୋଟ ୮୧୮ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧୀନରେ ଗୃହ ମଞ୍ଜୁର ପାଇଁ 9.59 ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.