ETV Bharat / state

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର: ମା’ ମୃତ, ପୁଅ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ମା’ ମୃତ ଓ ପୁଅ ଗୁରୁତର । ଘଟଣାଟି ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଟୋଲଗେଟ ନିକଟରେ ଘଟିଛି।

author img

By

Published : Aug 30, 2020, 8:27 AM IST

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର: ମା ମୃତ, ପୁଅ ଗୁରୁତର

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ମା ମୃତ ଓ ପୁଅ ଗୁରୁତର । ସୂଚନା ଅନୁଯାୟୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ମା’ ମଂଜୁବାଳା ଉଦୟ ସିଂ ଓ ପୁଅ ପ୍ରଦୀପ କୁମାର ଉଦୟ ସିଂ କୌଣସି କାମରେ ଜଙ୍କିଆ ଆସିଥିଲେ । ଜଙ୍କିଆରୁ ଭୁବନେଶ୍ୱର ଫେରିବା ସମୟରେ ଟୋଲଗେଟ ନିକଟରେ ଏକ ଟ୍ୟାଙ୍କର ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଟୋଲଗେଟ କର୍ମଚାରୀ ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ମଂଜୁବାଳାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.