ଭୁବନେଶ୍ବର: ସଫେଇ କର୍ମଚାରୀଙ୍କୁ କର୍ପୋରେଟର ସ୍ୱାମୀଙ୍କ ଜାତିଆଣ ଆକ୍ଷେପ ଅଭିଯୋଗ । ଗିରଫ ଦାବିରେ ଡିସିପି ଅଫିସ ଘେରାଉ କଲେ ସଫେଇ କର୍ମଚାରୀ । ୱାର୍ଡ ନଂ ୬୩ର କର୍ପୋରେଟର ସୁଜାତା ଛୋଟରାୟଙ୍କ ସ୍ୱାମୀ ବା ବିଜେପି ନେତା ଲିଙ୍ଗା ଛୋଟରାୟଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ଡିସିପି ଅଫିସ ଘେରିଲେ ସଫେଇ କର୍ମଚାରୀ । ବିଜେପି ନେତାଙ୍କ ଦୁର୍ବ୍ୟବହାର, ଅଶାଳୀନ ମନ୍ତବ୍ୟ ଓ ଜାତିଆଣ ଆକ୍ଷେପ ତଥା ଜୀବନରୁ ମାରିଦେବାର ଧମକ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ସଫେଇ କର୍ମଚାରୀମାନେ ଡ଼ିସିପିଙ୍କ କାର୍ଯ୍ୟାଳୟ ଘେରିବା ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।
ସଫେଇ କର୍ମଚାରୀ ସଂଘ ଉପସଭାପତି କହିଛନ୍ତି, "ଜଣେ ଲୋକପ୍ରତିନିଧିଙ୍କ ସ୍ୱାମୀ ଆମକୁ ସମ୍ମାନ ନଦେଇ ଅପମାନିତ କରିଛନ୍ତି । ଜାତିକୁ ନେଇ ଆମକୁ ଅସମ୍ମାନ କରିଛନ୍ତି, ଯାହା ଗ୍ରହଣୀୟ ନୁହେଁ । ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି ଆମେ ଦାବି କରୁଛୁ ।"ଅନ୍ୟପଟେ ଅଭିଯୋଗକୁ ଡିସିପି ଗ୍ରହଣ କରିବା ସହ ତାଙ୍କୁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଡିସିପିଙ୍କ ପ୍ରତିଶୃତି ପରେ ଧାରଣାରୁ ସଫେଇ କର୍ମଚାରୀମାନେ ଏହରିଛନ୍ତି ।
ଆଗକୁ ଯଦି ତାଙ୍କୁ ଗିରଫ କରା ନଯାଏ ତେବେ ରାଜାରାସ୍ତାକୁ ଓହ୍ଲାଇବା ସହ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି କର୍ମଚାରୀ ସଂଘ । ସେପଟେ ଏହି ଘଟଣାକୁ ୨ ଦିନ ବିତିଥିଲେ ମଧ୍ୟ ଲିଙ୍ଗା ଛୋଟରାୟଙ୍କୁ ପୋଲିସ ଗିରଫ କରି ନଥିବାରୁ ରାଜନୈତିକ ଚାପ ରହିଛି ବୋଲି ମଧ୍ୟ ଅଭିଯୋଗ କହିଛନ୍ତି ସଫେଇ କର୍ମଚାରୀ । ସେ ବିଜେପି ନେତା ହୋଇଥିବାରୁ ସିଧାସଳଖ ଭାବେ ଅପରାଜିତା ଷଡଙ୍ଗୀଙ୍କ ଚାପ ଯୋଗୁ ପୋଲିସ ତାଙ୍କୁ ଗିରଫ କରୁନଥିବା କହିଛନ୍ତି କର୍ମଚାରୀ । ତେଣୁ ତାଙ୍କୁ ଗିରଫ କରାନଗଲେ ରାଜାରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।
ଏହା ବି ପଢନ୍ତୁ...ଜନପ୍ରତିନିଧିଙ୍କୁ ପୋଲିସର ଦୁର୍ବ୍ୟବହାର, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି
ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀ ସଫେଇ କର୍ମଚାରୀମାନଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୦ ଜଣ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରି ନ୍ୟାୟ ପାଇଁ ଖଣ୍ଡଗିରି ଥାନା ଘେରାଉ କରିଥିଲେ । ହେଲେ ଖଣ୍ଡଗିରି ଥାନା ପୋଲିସ ଘଟଣାକୁ ଚାପିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି ଆଜି ବିଜେପି ନେତା ଲିଙ୍ଗା ଛୋଟରାୟଙ୍କୁ ଗିରଫ ଦାବିରେ ଡିସିପି ଅଫିସ ଘେରିଥିଲେ ସଫେଇ କର୍ମଚାରୀ ।
ଇଟିଭି ଭାରତ, ଭୁବନେଶ୍ବର