ETV Bharat / state

Rukuna Ratha Yatra: ଆଜି ଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦି ବିଜେ

୬ଷ୍ଠ ଦିନରେ ମହାଖଳାରେ ଲାଗିଛି ରଥ । ଆଜି ସ୍ୱର୍ଣ୍ଣାଦି ବିଜେରେ ବିଧି ସମ୍ପର୍ଣ୍ଣ ପରେ ମନ୍ଦିରକୁ ବାହୁଡ଼ିବେ ଲିଙ୍ଗରାଜ । ଅଧିକ ପଢନ୍ତୁ

Rukuna Ratha Yatra
Rukuna Ratha Yatra
author img

By

Published : Apr 4, 2023, 10:03 AM IST

Rukuna Ratha Yatra

ଭୁବନେଶ୍ବର: ରଥ ମହାଖଳାରେ ଲାଗିଲା ଲିଙ୍ଗରାଜଙ୍କ ରଥ । ୬ଷ୍ଠ ଦିନରେ ମହାଖଳାରେ ଲାଗିଛି ରଥ । ୬ ଦିନରେ ସ୍ୱର୍ଣ୍ଣାଦ୍ରି ବିଜେ ନଥିବାରୁ ଆଜି ହେବ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦି ବିଜେ । ଏଥିସହ ରଥଖଳାରେ ଅଟକିଛନ୍ତି ମହାପ୍ରଭୁ ଲିଙ୍ଗରାଜ ଚନ୍ଦ୍ରଶେଖର ଦୋଳ ଗୋବିନ୍ଦ ଓ ରୁକ୍ମିଣୀ । ତେବେ ରବିବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଥିବା ବେଳେ ତିନିମୁଣ୍ଡିଆ ଛକର ଅଳ୍ପ ଦୂରରେ ରଥ ଅଟକିଥିଲା । ପୁଣି ଗତକାଲି ଭକ୍ତମାନେ ୪ଟା ୧୫ରୁ ରଥ ଟଣା ଆରମ୍ଭ କରିଥିଲେ । ଘଣ୍ଟ ଘଣ୍ଟା ଡାହୁକର ଡାକ ଓ ନମ ଶିବାୟ ଧ୍ୱନିରେ ଝୁଲିଝୁଲି ଆସିଥିଲେ ଲିଙ୍ଗରାଜ ଓ ସନ୍ଧ୍ୟା ୭ଟା ବେଳକୁ ରଥ ଖଳାରେ ଲାଗିଥିଲେ । ପହଁଚିବା ପରେ ଆଜି ସ୍ୱର୍ଣ୍ଣାଦି ବିଜେରେ ବିଧି ସମ୍ପର୍ଣ୍ଣ ପରେ ମନ୍ଦିରକୁ ବାହୁଡ଼ିବେ ଲିଙ୍ଗରାଜ ।

ଅନ୍ୟପଟେ ଗତକାଲି ପରମ୍ପରା ମୁତାବକ ମତ ପାର୍ବତୀ ରଥ ପରିଭ୍ରମଣରେ ଆସିଥିଲେ । ପାଲିଙ୍କିରେ ସେବାୟତଙ୍କ ଗହଣରେ ଆସି ରଥ ଚାରିପାଖ ପରିଭ୍ରମଣ କରିଥଲେ । ଆଉ ସେଠାରେ ମାଆ ହେରା ଦଶମୀ ଦିନର ରାଗ ଦେଖାଇଥିଲେ । ସାଥିରେ ମହାପ୍ରଭୁ ଲିଙ୍ଗରାଜ ଦେବୀ ରୁକ୍ମିଣୀଙ୍କୁ ମାଉସୀ ମାଆ ଘର ନେଇ ନ ଥିବା ବେଳେ ମାଆ ରାଗିଥିଲେ । ଆଉ ଅଭିମାନରେ କାହିଁକି ମତେ ନେଇନାହଁ ବୋଲି ରଥ ଭାଙ୍ଗିଥିଲେ । ମାନ ଅଭିମାନର ପରମ୍ପରା ସାରିବା ପରେ ମାଆ ଯେତେବେଳେ ଫେରିଯାଇଥିଲେ ସେତେବେଳେ ପୁଣି ରଥ ଗଡିଥିଲା ।

ରଥ ଆସି ରଥଖଳାରେ ରହିଥିବା ବେଳେ ଅଭିମାନିନୀ ପାର୍ବତୀ ସେମିତି ମନ୍ଦିରର କଣରେ ଅର୍ଥାତ ଚାହାଣି ମଣ୍ଡପରେ ପ୍ରଭୁଙ୍କୁ ଚାହିଁ ରହିଥିଲେ । ପରେ ପରେ ପ୍ରଭୁ ଓ ମାଆଙ୍କର ଚାହାଣି ଦର୍ଶନ ନୀତି ହୋଇଥିଲା । ପରମ୍ପରା ମୁତାବକ ଚାହାଣି ଦର୍ଶନ ନୀତି ପରେ ଉଭୟଙ୍କ ମଧ୍ୟରେ ଭେଟ ହେଲା ପରେ ମାନଭଞ୍ଜନ କରିଥିଲେ ମାଆ ପାର୍ବତୀ । ଆଉ ଚନ୍ଦନ ଯାତ୍ରାରେ ସାଙ୍ଗରେ ଯାଇ ଚାପ ଖେଳିବାର ପ୍ରତିଶୃତି ଦେବା ପରେ ମନ୍ଦିରକୁ ପ୍ରବେଶ କରିବାର ଅନୁମତି ଦେଇଛନ୍ତି ପାର୍ବତୀ । ତେବେ ଗତକାଲି ଷଷ୍ଠ ଦିନ ହେଉଥିବାରୁ ପରମ୍ପରା ଅନୁସାରେ ବିଜେ କରିନଥିଲେ ତେଣୁ ଆଜି ହେବ ଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦି ବିଜେ ।

ଅନ୍ୟପଟେ ରୁକୁଣା ରଥ ଯାତ୍ରାକୁ ନେଇ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୬ ଦିନିଆ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ଭଜନର ସ୍ୱରରେ ପ୍ରକମ୍ପିତ ହୋଇଥିଲା ଏକାମ୍ର କ୍ଷେତ୍ର । ଓଲିଓଡର ଜଣାଶୁଣା କଣ୍ଠଶିଳ୍ପୀ କୁମାର ସୌରଭ ଗୀତ ଗାଇ ଭକ୍ତଙ୍କୁ କରିଥିଲେ ବିଭୋର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.