ETV Bharat / state

କଂଗ୍ରେସର ନିଲମ୍ବନ ରାଜନୀତି: ନିରଞ୍ଜନଙ୍କୁ ଶରତଙ୍କ ତେରେଚ୍ଛା ବାଣ

author img

By

Published : Jul 16, 2023, 8:10 PM IST

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମୋକିମ ଓ ଚିରଞ୍ଜୀବିଙ୍କୁ AICCଙ୍କ ନିଲମ୍ବନ ପରେ ଜୋର ଧରିଛି ରାଜନୀତି। ଦଳର ଅନ୍ୟ ବରିଷ୍ଠ ନେତୃତ୍ବଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଲାଣି। ଅଧିକ ପଢନ୍ତୁ

କଂଗ୍ରେସର ନିଲମ୍ବନ ରାଜନୀତି
କଂଗ୍ରେସର ନିଲମ୍ବନ ରାଜନୀତି
କଂଗ୍ରେସର ନିଲମ୍ବନ ରାଜନୀତି

ଭୁବନେଶ୍ବର: ଆକ୍ସନ ମୁଡରେ କଂଗ୍ରେସ । ପୂର୍ବରୁ ସୋ କଜ୍ ନୋଟିସରେ ସୀମିତ ରହୁଥିବାବାେଳେ ଏବଂ ନିଲମ୍ବତ କରି ବିଶୃଙ୍ଖଳାକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛି ଦଳ । ସେପଟେ ନିରଞ୍ଜନଙ୍କ ନାଁ ନନେଇ ତେରେଛା ବାଣ ମାରିଛନ୍ତି AICC ସଦସ୍ୟ ଶରତ ରାଉତ । ଯାହାକୁ ନେଇ ବର୍ତ୍ତମାନ କଂଗ୍ରେସରେ ଦଳୀୟ କନ୍ଦଳ ବଢିଥିବା ଚର୍ଚ୍ଚା ଜୋର ଧରିଛି। "ବୈଠକ ପ୍ରଚ୍ଛଦ ପଟ୍ଟରେ ଥିବା ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ" ବୋଲି ଦାବି କରିଛନ୍ତି ଶରତ ।

"ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ। ହେଲେ ଏହା ବହୁ ପୂର୍ବରୁ ଆବଶ୍ୟକତା ଥିଲା। ଏହା ପୂର୍ବରୁ ବହୁ ନେତା ବିଶୃଙ୍ଖଳା ଆଚରଣ ଦେଖାଇଛନ୍ତି ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ସମସ୍ତଙ୍କୁ ସମାନ ଭାବେ ବିଚାର କରିବା କଥା । ଅନ୍ୟ ନେତା ବି ସେହି ଜୟଦେବ ଭବନ ସମାବେଶରେ ଥିଲେ ଓ ଭାଷଣ ଦେଇଥିଲେ । ମୁଁ ନିଜେ ଏ ସମ୍ପର୍କରେ ଜଣାଇଥିଲି । ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନେବା କଥା । ଦଳକୁ ଆହୁରି ସଂଗଠିତ ଓ ଏକତ୍ରିତ ହୋଇ ଲଢ଼ିବା କଥା । ଏପରି କଲେ ଦଳକୁ କ୍ଷତି ହେବନି ବରଂ ଆହୁରି ସଂଗଠିତ ହେବ ।" ଏହା କହିଛନ୍ତି AICC ସଦସ୍ୟ ଶରତ ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁମାନେ ଦଳକୁ ଦୁର୍ବଳ କରୁଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା । ଯେହେତୁ ନିର୍ବାଚନ ଆସୁଛି, କିଛି କ୍ଷତି ହୋଇପାରେ । ତେଣୁ ଆମେ AICCକୁ ପୁନର୍ବିଚାର କରିବାକୁ ଅନୁରୋଧ କରିବୁ । ଶୃଙ୍ଖଳା ପ୍ରତିଷ୍ଠା ପାଇଁ କଂଗ୍ରେସ ଦଳ ଯେଉଁ ପଦକ୍ଷପ ନେଇଛନ୍ତି ମୁଁ ତାକୁ ସମର୍ଥନ କରୁଛି । ଏଭଳି କାର୍ଯ୍ୟନୁଷ୍ଠାନ ଆଗରୁ ହେବାର ଆବଶ୍ୟକତା ଥିଲା କାରଣ ଏହା ପୂର୍ବରୁ ମଧ୍ୟ ବହୁ ବରିଷ୍ଠ ଏବଂ କନିଷ୍ଠ ନେତାମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । କିନ୍ତୁ ତାଙ୍କ ଉପରେ କିଛି ବି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । ଯେଉଁ ସଭାକୁ ଆଧାର କରି ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି ସେଠାରେ ଅନ୍ୟ ନେତାମାନଙ୍କୁ ବିଚାରକୁ ନିଆଯାଇନାହିଁ, କି ସଭାର ପଛପଟରେ ଥିବା ବ୍ୟକ୍ତିବିଶେଷଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି କରାଯାଇ ନାହିଁ । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ତେଣୁ ଆବଶ୍ୟକ ପଡିଲେ କଂଗ୍ରେସ ନେତାମାନେ ଆଲୋଚନା କରି ଏହି ନିଷ୍ପତ୍ତିକୁ ପୁନଃବିଚାର କରିବା ପାଇଁ AICCକୁ ଚିଠି ମାଧ୍ୟମରେ ଅନୁରୋଧ କରିବୁ।"

ସେପଟେ ବିଧାୟକ ସୁର ରାଉତରାୟ ମଧ୍ୟ ମୋକିମ ଏବଂ ଚିରଞ୍ଜୀବିଙ୍କ ନିଲମ୍ବନକୁ ସ୍ୱାଗତ କରିଛନ୍ତି । "AICCର ନିର୍ଦ୍ଦେଶ ବେଦର ଗାର ସଦୃଶ । କଂଗ୍ରେସ ଏକ ବିଶାଳ ଦଳ । ବିଶୃଙ୍ଖଳିତ ଆଚରଣ ଯେ କେହି କରନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଦଳରେ ଶୃଙ୍ଖଳା ପ୍ରଥମ । ଏବେ ଏହାର ପୁନର୍ବିଚାର କରୁ ଦଳ । ସେମାନେ ଯେହେତୁ ବରିଷ୍ଠ ନେତା ତାଙ୍କୁ ପୁଣି ଦଳକୁ ଫେରେଇ ଅଣାଯାଉ । ଦଳ ଆଗକୁ ବଢ଼ିବ, 2024 ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଦଳ ଭଲ ପ୍ରଦର୍ଶନ କରିବ ।" କହିଛନ୍ତି ବିଧାୟକ ସୁର ରାଉତରାୟ ।

ଏହା ମଧ୍ୟ ପଢନ୍ତୁ...ମୋକିମଙ୍କ ନିଲମ୍ବନ ଦଳକୁ ଧକ୍କା ନୁହେଁ ବରଂ ଅନୁଶାସନର ପ୍ରତୀକ: ନଗର କଂଗ୍ରେସ

ମେ 8ତାରିଖରେ ଭୁବନେଶ୍ୱରରେ ଜାନକୀ ବସନ୍ତ ଯୋଡି କଂଗ୍ରେସର ଏକ ସୁବର୍ଣ୍ଣ ଯୋଡ଼ି ଶୀର୍ଷକ କାର୍ଯ୍ୟକ୍ରମରେ "ପିସିସି ସଭାପତି କାହାକୁ ପଚାରୁନାହାନ୍ତି" ବୋଲି କହିଥିଲେ ଚିରଞ୍ଜୀବି । ସେହିପରି "ଦଳରେ 9 ଜଣ ବିଧାୟକ 20 ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ" କହି ବିବାଦୀୟ ବୟାନ ବି ଦେଇଥିଲେ । ଝାରସୁଗୁଡା ଉପନିର୍ବାଚନକୁ ନଯାଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏପରକି ଏଥିପାଇଁ ଦଳର ପରାଜୟ ହେଲା ବୋଲି ଝାରସୁଗୁଡା କଂଗ୍ରେସ ପ୍ରାର୍ଥୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ । ସେପଟେ ଜଗତସିଂହପୁରରେ ଚିରଞ୍ଜୀବିଙ୍କ ସମର୍ଥକ ଶରତଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଉ ଆଜି ଭୁବନେଶ୍ୱରରେ ମୋକିମଙ୍କ ସମର୍ଥକ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି ।

ଜାନକୀ ବସନ୍ତ ଯୋଡି କଂଗ୍ରେସର ଏକ ସୁବର୍ଣ୍ଣ ଯୋଡ଼ି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମୋକିମ । ଏହାପୂର୍ବରୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ବିବାଦରେ ରହିଥିଲେ ମୋକିମ ଏହାର ନୋଟିସ୍‌ର ଜବାବ ଦେଇଥିଲେ । ତେବେ ଏହାପରେ ସୁବର୍ଣ୍ଣ ଯୋଡ଼ି କାର୍ଯ୍ୟକ୍ରମକୁ ନେଇ ପୁନଃ ବିବାଦ ଘେରକୁ ଆସିଥିଲେ। ଏହାପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.