ETV Bharat / state

ସୁଶାନ୍ତ ନାୟକ ହତ୍ୟା ଘଟଣା, 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By

Published : Jun 9, 2023, 1:57 PM IST

ରାଜଧାନୀରେ ଯୁବକଙ୍କୁ ବିଚ ରାସ୍ତାରେ ହତ୍ୟା ଘଟଣା । ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

sushant murder case
sushant murder case
sushant murder case

ଭୁବନେଶ୍ବର: ରାଜଧାନୀର ଜିଇଡି ବସ୍ତିରେ ସୁଶାନ୍ତ ନାୟକ ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କଲା ପୋଲିସ । ଦାରିଙ୍ଗବାଡ଼ିରୁ ୩ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ପୂର୍ବରୁ ଏହି ଘଟଣାରେ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲା। ଗୁରୁବାର ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଅଜିତ ଟିକିଲି, ବିଶାଲ ନାୟକ ଓ ସୁଜିତ ନାୟକ । ଏହି ୪ ଅଭିଯୁକ୍ତ ସୁଶାନ୍ତ ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ଲୁଚିଥିଲେ । ପୋଲିସ ତଦନ୍ତ କରିବାରୁ ମାଲଦ ଓ ପରେ ଦାରିଙ୍ଗବାଡି ଚାଲିଯାଇଥିଲେ ।

ଏହି ଘଟଣାରେ ପୂର୍ବରୁ ସୁଜିତ ନାୟକ କୋର୍ଟରେ ଆତ୍ମସମର୍ପଣ କରିଥିଲା । ପରେ ପୋଲିସ ତାକୁ ରିମାଣ୍ଡରେ ଆଣି ଫରେଷ୍ଟ ପାର୍କ ପାଖ ଏକ ସ୍ଥାନରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା l ଆଉ କିଛି ସାମଗ୍ରୀ ଜଙ୍କିଆ ନିକଟ ମଲାଗୁଣି ନଦୀରେ ପକାଇଥିବା କହିଥିଲା ଅଭିଯୁକ୍ତ । ପୋଲିସ ଗୁରୁବାର ସକାଳୁ ଅଭିଯୁକ୍ତଙ୍କୁ ନେଇ ମଲାଗୁଣି ନଦୀରୁ ଗୋଟେ ଖଣ୍ଡା, ଚାପଡ଼, ଛୁରୀ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ ମେ ୨୪ ତାରିଖ ଭୋର ସମୟରେ କ୍ୟାପିଟାଲ ଥାନା ଅଧୀନରେ ଥିବା ଜିଇଡି ବସ୍ତିରେ ପୂର୍ବ ଶତ୍ରୁତାକୁ ନେଇ ସୁଶାନ୍ତ ନାୟକଙ୍କୁ ହତ୍ୟା କରିଥିଲେ ଚାରି ଅଭିଯୁକ୍ତ । ଭୋର ୪ଟା ସମୟରେ ସ୍ତ୍ରୀକୁ ହସ୍ପିଟାଲରେ ଛାଡି ଆସିବା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା । ବିଶାଲ ନାୟକ ମାସକ ତଳେ ମୃତ ସୁଶାନ୍ତଙ୍କର ନାବାଳିକା ଝିଆରୀକୁ ଅସଦାଚରଣ କରିଥିଲା । ଏନେଇ ବିଶାଲ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମୃତ ସୁଶାନ୍ତ ଓ ଅଭିଯୁକ୍ତଙ୍କ ପରିବାର ମଧ୍ୟରେ ଏକ ମାସ ହେଲା ତିକ୍ତତା ରହିଥିଲା । ହତ୍ୟାକାରୀଙ୍କ ବିରୋଧରେ ଅସଦାଚରଣ ମାମଲା ଲାଗିଥିଲା ଗିରଫ ଭୟରେ କେସ ଉଠାଇବାକୁ ସେ ଚାପ ପକାଉଥିଲେ । ଏନେଇ ଏକ କାଉଣ୍ଟର କେସ ମଧ୍ୟ ଅଭିଯୋଗକାରୀଙ୍କ ପରିବାର ବିରୋଧରେ ଦେଇଥିଲେ ସୁଶାନ୍ତଙ୍କ ପରିବାର । ତେବେ ନ୍ୟାୟ ପାଇଁ ମୃତ ସୁଶାନ୍ତର‌ ପରିବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ପୂର୍ବରୁ ସୁଶାନ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରିଥିଲେ ବିଶାଲ ଓ ତାଙ୍କ ମାମୁଁ ସୁଜିତ । ଏହାପରେ ସୁଶାନ୍ତକୁ ବିଚ ରାସ୍ତାରେ ହତ୍ୟା କରି ରକ୍ତର ହୋଲି ଖେଳିଥିଲେ ଅଭିଯୁକ୍ତ । ନାବାଳିକା ଅସଦାଚରଣ ଘଟଣାକୁ କେନ୍ଦ୍ରକରି ନାରକୀୟକାଣ୍ଡ ଅଭିଯୁକ୍ତ ଘଟାଇଥିବା ବେଳେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.