ETV Bharat / state

କାହାର ଯୋଜନାରେ କେତେ ଦମ, ବିଜେଡିକୁ ଜବାବ ଦେଲେ ସୁରଜ ସୂର୍ଯ୍ୟବଂଶୀ

author img

By

Published : Feb 2, 2023, 10:02 PM IST

ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଆୟୁଷ୍ମାନ ଯୋଜନା ସହ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ତୁଳନାତ୍ମକ ଛବି ରଖି ରାଜ୍ୟ ବିଜେପି ବିରୋଧରେ ବର୍ଷିଥିଲା । ଦଳ ଅଭିଯୋଗ କରିଥିଲା ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ । ଅଧିକ ପଢନ୍ତୁ

କାହାର ଯୋଜନାରେ କେତେ ଦମ, ବିଜେଡିକୁ ଜବାବ ଦେଲେ ସୁରଜ ସୂର୍ଯ୍ୟବଂଶୀ
କାହାର ଯୋଜନାରେ କେତେ ଦମ, ବିଜେଡିକୁ ଜବାବ ଦେଲେ ସୁରଜ ସୂର୍ଯ୍ୟବଂଶୀ
କାହାର ଯୋଜନାରେ କେତେ ଦମ, ବିଜେଡିକୁ ଜବାବ ଦେଲେ ସୁରଜ ସୂର୍ଯ୍ୟବଂଶୀ

ଭୁବନେଶ୍ବର: ବିଜେପି ନୁହେଁ ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେଡି। ମୁଖ୍ୟମନ୍ତ୍ରୀ କହିଲେ ବିଜେପିର ନେତା ମାନେ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ। ଏକଥା ଆମକୁ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏ କଥା ଶୋଭା ପାଉନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆଶ୍ଚର୍ଯ୍ୟ ଜନକ। ମୁଖମନ୍ତ୍ରୀ କଣ ସବୁକଥା ଜାଣୁଛନ୍ତି। ଆଭା(ABHA) ଓଡ଼ିଶାରେ ଏକ ନମ୍ବର। ତାକୁ ନେଇ ଶ୍ରେୟ ନେଉଛନ୍ତି ହେଲେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମନା କରୁଛନ୍ତି ଓଡିଶାରେ। ବାର୍ଷିକ 2400 କୋଟି ବିଏସକେୟାଇରେ (BSKY) ଖର୍ଚ୍ଚ ହେଉଥିବା ବେଳେ 7500 କୋଟି ଆୟୁଷ୍ମାନ ଭାରତରେ ଖର୍ଚ୍ଚ ହେଉଛି। ଆଜି ଏଭଳି ଢଙ୍ଗରେ ବିଜେଡି କରିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପିର ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ ।

ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଆୟୁଷ୍ମାନ ଯୋଜନା ସହ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ତୁଳନାତ୍ମକ ଛବି ରଖି ରାଜ୍ୟ ବିଜେପି ବିରୋଧରେ ବର୍ଷିଥିଲା । ଦଳ ଅଭିଯୋଗ କରିଥିଲା ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ । କିନ୍ତୁ ଓଡ଼ିଶାରେ BSKY ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଅର୍ଥାତ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଆୟୁଷ୍ମାନ ଭାରତରେ ମିଳିବାକୁ ଥିବା ୨୦୦ କୋଟି ଟଙ୍କା ଗୋଟିଏ ଜିଲ୍ଲାରେ ଖର୍ଚ୍ଚ ହେବ, ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ବିଜେଡିର ପ୍ରଶ୍ନ କରିଥିଲା ଦଳ ?

ଯାହାର ଜବାବ ରଖଛନ୍ତି ବିଜେପି ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ସୁରଜ କହିଛନ୍ତି, ‘‘ବିଜେପି ନୁହେଁ ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେଡି। ମୁଖ୍ୟମନ୍ତ୍ରୀ କହିଲେ ବିଜେପିର ନେତା ମାନେ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ। ଏକଥା ଆମକୁ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏ କଥା ଶୋଭା ପାଉନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆଶ୍ଚର୍ଯ୍ୟ ଜନକ। ମୁଖମନ୍ତ୍ରୀ କଣ ସବୁକଥା ଜାଣୁଛନ୍ତି। ଆଭା (ABHA) ଓଡ଼ିଶାରେ ଏକ ନମ୍ବର। ତାକୁ ନେଇ ଶ୍ରେୟ ନେଉଛନ୍ତି ହେଲେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମନା କରୁଛନ୍ତି ଓଡିଶାରେ। ବାର୍ଷିକ 2400 କୋଟି ବିଏସକେୱାଇରେଖର୍ଚ୍ଚ ହେଉଥିବା ବେଳେ 7500 କୋଟି ଆୟୁଷ୍ମାନ ଭାରତରେ ଖର୍ଚ୍ଚ ହେଉଛି ।’’

ବର୍ତ୍ତମାନ ସୁଦ୍ଧା 50 କୋଟି ଲୋକ ଏହି ଯୋଜନାରେ ଉପକୃତ ହୋଇଥିବା ବେଳେ 80 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ 25 ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରୁ ବଞ୍ଚିତ ହେଉଛନ୍ତି । ଆୟୁଷ୍ମାନ ଯୋଜନା ଲାଗୁ ହେଲେ ସେମାନେ ବି ଏ ଯୋଜନାର ଫାଇଦା ପାଆନ୍ତେ। ବିଏସକେୱାଇ ଠାରୁ ଆୟୁଷ୍ମାନ ଭାରତରେ 80 ଗୁଣା ଅଧିକ ମେଡିକାଲ ଯୋଡି ହୋଇଛି। ବିଏସକେୱାଇରେ 300 ମେଡିକାଲ ଥିବା ବେଳେ ଆୟୁଷ୍ମାନ ଭାରତରରେ 26267 ମେଡ଼ିକାଲ ରହିଛି। ଏହା ସହିତ ମନରେଗା ଯୋଜନା କୁ ନେଇ ସ୍ପଷ୍ଟୀକରଣ ଦେଇଛି ଦଳ। ସାଧାରଣ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ କେନ୍ଦ୍ର ଅର୍ଥ ଦେଉଛି ହେଲେ ରାଜ୍ୟରେ ଶାସକ ଦଳ ଏହି ଟଙ୍କାରେ ନିଜ କର୍ମୀ ଆଉ ଠିକାଦାରଙ୍କ ପେଟ ପୋଷୁଛନ୍ତି। ସେଥିପାଇଁ ଚିନ୍ତିତ ହୋଇ କହୁଛନ୍ତି ମନରେଗାରେ ଅର୍ଥ କମିଗଲା। ମନରେଗାରେ ଅର୍ଥ କମ ହୋଇନାହିଁ ବରଂ ବଢିଛି। 2006ରୁ 2014 ରେ 2 ଲକ୍ଷ 27 ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସମୟରେ ମନରେଗାରେ 6.5 ଲକ୍ଷ କୋଟି ଆବଣ୍ଟନ ହୋଇଛି। ହେଲେ ନବୀନଙ୍କ ପ୍ରତିକ୍ରିୟା ଦେଖିଲେ ଲାଗୁଛି ସେ ନିଜେ ନୁହେଁ ଆଉ କିଏ ଟୁଇଟ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.