ETV Bharat / state

ସରକାରଙ୍କ ବିରୋଧରେ ବିଜୟ ଏକ ବଡ଼ ଅସ୍ତ୍ର: ସୁର - ସରକାରଙ୍କ ବିରୋଧରେ ବିଜୟ ଏକ ବଡ଼ ଅସ୍ତ୍ର

ନିକଟରେ ଦଳରେ ଯୋଗ ଦେଇଥିବା ବିଜୟ ପଟ୍ଟନାୟକଙ୍କୁ ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 23, 2023, 3:48 PM IST

Updated : Apr 23, 2023, 4:22 PM IST

ସରକାରଙ୍କ ବିରୋଧରେ ବିଜୟ ଏକ ବଡ଼ ଅସ୍ତ୍ର: ସୁର

ଭୁବନେଶ୍ବର: କିଛି ଦିନ ପୂର୍ବରୁ ଦଳରେ ଯୋଗଦାନ କରିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ମିଳିଲା ବଡ଼ ଦାୟିତ୍ବ । ବିଜୟଙ୍କୁ ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିବା ପରେ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ବିଜୟ ବାବୁଙ୍କ ଜ୍ଞାନ ପ୍ରବଳ । ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମସ୍ତ ତଥ୍ୟ ତାଙ୍କ ପାଖରେ ଅଛି । ସେ ସରକାରଙ୍କ ବିରୋଧରେ ଏକ ବଡ଼ ଅସ୍ତ୍ର ବୋଲି କହିଛନ୍ତି ସୁର ।

ଗତକାଲି AICC ପକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଘୋଷଣା ହେବା ପରେ ଆଜି ଗଣମାଧ୍ୟମକୁ ଏଭଳି କହିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି, " ବିଜୟ ବାବୁଙ୍କ ଜ୍ଞାନ ପ୍ରବଳ । ସେ ଅନେକ ଦିନ ଧରି ରାଜ୍ୟ ସରକାରଙ୍କ ଅଧୀନରେ କାମ କରିଛନ୍ତି । ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମସ୍ତ ତଥ୍ୟ ତାଙ୍କ ପାଖରେ ଅଛି । ସରକାରଙ୍କୁ କେଉଁ ସ୍ଥାନରେ କେମିତି କାଉଣ୍ଟର କରିହେବ ତାଙ୍କୁ ଜଣା । ତେଣୁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି ।"

ଏହା ବି ପଢନ୍ତୁ- କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ, ଗଠନ ହେଲା ରାଜନୈତିକ ବ୍ୟାପାର କମିଟି

AICC ପକ୍ଷରୁ ୨୭ଜଣିଆ ପବ୍ଲିକ ଆଫେୟାର୍ସ କମିଟିରେ ନିଜ ନାଁ ନଥିବା ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। "ଯେଉଁ ୨୭ ଜଣଙ୍କ ନାଁ କମିଟିରେ ଅଛି ସେମାନେ କଣ କେବେ ଅଫିସ ଆସନ୍ତି । ଆମେ ୱାର୍କର, ଲିଡର ନୁହଁ । ଆମ ନା ଲିଷ୍ଟରେ ରହିଲେ କେତେ ନ ରହିଲେ କେତେ ? କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଏହି ପଲିଟିକାଲ ଆଫାୟାର କମିଟି କାମ କରିବ । ଆଗକୁ ସାଧାରଣ ନିର୍ବାଚନ ଆସୁଛି ଦଳକୁ ଅଧିକ ସଂଗଠିତ କରିବା ପାଇଁ ହାଇକମାଣ୍ଡ ଏଭଳି କରିଛନ୍ତି । ରାଜ୍ୟରେ ବିଜେଡି-ବିଜେପି ଯେଉଁ ଡ୍ରାମା କରିଛନ୍ତି ତାହା ରାଜ୍ୟବାସୀ ଜାଣି ସାରିଲେଣି । ଏବେ କଂଗ୍ରେସ ହିଁ ଲୋକଙ୍କ ଭରସା ଜିତିବ। ଆଗକୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ।"

ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ବ ନେବାର ୧୧ମାସ ପରେ ପିସିସି କମିଟି ଘୋଷଣା ହୋଇଛି । AICC ପକ୍ଷରୁ PAC ଘୋଷଣା କରାଯାଇଛି । ୨୭ଜଣିଆ ଏହି କିମିଟିରେ ପ୍ରଭାରୀ ଚେଲ୍ଲା କୁମାର, ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜା ସ୍ଥାନ ପାଇଛନ୍ତି । ପ୍ୟାକ କମିଟି ରାଜ୍ୟରେ କଂଗ୍ରେସର ଆଭ୍ୟନ୍ତରୀଣ ବିକାଶ ସହ ସଂଗଠନକୁ ଅଧିକ କ୍ରିୟାଶୀଳ କରିବ। ୱାର୍ଡ, ପଞ୍ଚାୟତ, ବ୍ଲକ, ଜିଲ୍ଲାରେ କଂଗ୍ରେସର କାର୍ଯ୍ୟକ୍ରମମାନ ସ୍ଥିର କରିବ । ସାଧାରଣ ଭୋଟରଙ୍କ ଆସ୍ଥାଭାଜନ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିବ ପିସିସି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 23, 2023, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.