ETV Bharat / state

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ - ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ୬ ସପ୍ତାହ ମଧ୍ୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ। ଯଦି ଏହାର ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ। ଅଧିକ ପଢନ୍ତୁ

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

author img

By ETV Bharat Odisha Team

Published : Aug 24, 2023, 10:36 PM IST

ଭୁବନେଶ୍ବର: ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ୬ ସପ୍ତାହରେ ଆଦେଶ ଅନୁପାଳନ ନହେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜର ହେବେ। ୬ ସପ୍ତାହ ମଧ୍ୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ। ଯଦି ଏହାର ବିଳମ୍ବ ହୁଏ ସେହି ରାଜ୍ୟର ମୁଖ୍ୟ ଶାସନ ସଚି଼ବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ। ରାଜ୍ୟରେ ଏବେ ୬୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଯୁକ୍ତି ଆଶାରେ ରହିଛନ୍ତି।

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ
ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ୬ ସପ୍ତାହ ମଧ୍ୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ। ଯଦି ଏହାର ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ। ରାଜ୍ୟରେ ଏବେ ୬୦୦୦ ରୁ ଉର୍ଦ୍ଧ ଆଶାୟୀ ସ୍ଵତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଯୁକ୍ତି ଆଶାରେ ରହିଛନ୍ତି। ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ ୨୦୨୧ ମସିହା ଅକ୍ଟୋବର ୨୮ ମସିହାରେ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ।

ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ବତନ୍ତ୍ର ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ତେବେ ଏହା ସହ ପ୍ରତ୍ୟେକ ରାଜ୍ୟ ବିଶେଷ ଆବଶ୍ୟକତା ରଖୁଥିବା ପିଲାମାନଙ୍କର ସଂଖ୍ୟା ,ପଞ୍ଜୀକୃତ ସ୍ବତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା ,ଖାଲି ପଡ଼ିଥିବା ପଦବୀ ସଂଖ୍ୟା, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ପ୍ରକୃତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଶିକ୍ଷକ ସଂଖ୍ୟା/ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା , ନିର୍ଦ୍ଧାରିତ ସମୟ ସୀମା ଅନୁଯାଇ ପଦବୀ ପୂରଣ ଆଦି ପଦବୀ ପୂରଣ କରିବା ପ୍ରସ୍ତାବକୁ ଦୁଇ ସପ୍ତାହ ଭିତରେ ପ୍ରସ୍ତୁତ କରି ଆଫିଡେଭିଟ ଜମା କରିବାକୁ ନିର୍ଦେଶ ଦିଆଯାଇଥିଲା। ୨୨ ଅଗଷ୍ଟ ୨୦୨୩ ରେ ଏହି ରାୟ କୁ ଶୁଣାଣି କରି ସୁପ୍ରିମକୋର୍ଟ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ଗମ୍ଭୀରତାର ସହ ନେଇଛନ୍ତି। ଏନେଇ କଡ଼ା ଆଭିମୁଖ୍ୟ ରଖି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି ଯେ ଆଗାମୀ ୬ ସପ୍ତାହ ଭିତରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ। ଯଦି ଏହାର ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚି଼ବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ ।

ଏହି ରାୟ ଉପରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (ଓଏଇଏଫଡ଼ି) କହିଛି ଯେ, ଯେଉଁଠି ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ପାଇଁ ସୁପ୍ରିମକୋର୍ଟ ହୃଦୟଙ୍ଗମ କରିପାରୁଛନ୍ତି, ତେବେ ଓଡ଼ିଶା ସରକାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ କାହିଁକି ହୃଦୟଙ୍ଗମ କରିପାରୁ ନାହନ୍ତି। ଏହା‌ ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ସମ୍ବିଧାନରେ ଲେଖା ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ୨୦୧୬ ଓ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓଡ଼ିଶାରେ ଅନୁପାଳନ ହେଉ ନାହି। ଏହି ନିୟମ ଅନୁଯାୟୀ ପ୍ରତି ସ୍କୁଲରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ଅଟେ। ଶିକ୍ଷା ଦ୍ବାରା ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସ୍ବାଭାବଲମ୍ବୀ ହେବା ସହ ଆତ୍ମ ନିର୍ଭରଶୀଳ ହୋଇପାରିବ। ଓଡ଼ିଶାରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଖୁବଶୀଘ୍ର ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବାକୁ ଓଡ଼ିଶା ସରକାର ଙ୍କୁ ନିବେଦନ କରିଛନ୍ତି। ଏହା ଦ୍ଵାରା ରାଜ୍ୟରେ ଥିବା ୬୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପକୃତ ହୋଇପାରିବେ। ଏହା ସହ ରାଜ୍ୟର ସାଧାରଣ ବିଦ୍ୟାଳୟରେ ନାମ ଲେଖାଇଥିବା ବିଶେଷ ଆବଶ୍ୟକ ରଖୁଥିବା ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପ୍ରାପ୍ତ କରିପାରିବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.