ETV Bharat / state

Subhalaxmi Death Case: ହସ୍ତକ୍ଷେପ କଲା ଶିଶୁ ସୁରକ୍ଷା ଆୟୋଗ, ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

author img

By

Published : Aug 12, 2023, 9:21 PM IST

ଶୁଭଲଷ୍ମୀ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କଲେ ଶିଶୁ ସୁରକ୍ଷା ଆୟୋଗ । ସପ୍ତାହ ମଧ୍ୟରେ ଶୁଭଲଷ୍ମୀଙ୍କ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

subhalaxmi death case
ଶୁଭଲଷ୍ମୀ ମୃତ୍ୟୁ ମାମଲା
ଶୁଭଲଷ୍ମୀ ମୃତ୍ୟୁ ମାମଲା

ଭୁବନେଶ୍ବର: ଶୁଭଲଷ୍ମୀ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କଲା ଶିଶୁ ସୁରକ୍ଷା ଆୟୋଗ । ସପ୍ତାହ ମଧ୍ୟରେ ଶୁଭଲଷ୍ମୀଙ୍କ ତଦନ୍ତ ରିପୋର୍ଟ ଦେବାକୁ ସୁରକ୍ଷା ଆୟୋଗ ପକ୍ଷରୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୁଭଲଷ୍ମୀଙ୍କ ମୃତ୍ୟ ଘଟଣା ସମ୍ପର୍କୀତ ତଥ୍ୟ, ପରିବାର ବର୍ଗଙ୍କ ତଥ୍ୟ, ମୃତଦେହ ବ୍ୟବଛେଦ ରିପୋର୍ଟ, ତଦନ୍ତ ରିପୋର୍ଟ ଆଦି 7 ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନୋଟିସ କରିବ ଶିଶୁ ସୁରକ୍ଷା ଆୟୋଗ । ସମସ୍ତ ହୋଟେଲ ଗୁଡିକ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳଙ୍କୁ ସୁରକ୍ଷା ଆୟୋଗ ଚିଠି ଲେଖିବ । ଏନେଇ ସୂଚନା ଦେଇଛନ୍ତି ଶିଶୁ ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର । ଏପଟେ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଉଦବେଗ ପ୍ରକାଶ କରିଛନ୍ତି । ଘଟଣାକୁ ଅତି ଗୁରୁତର ଭାବରେ ନେବା ସହ ନିଜ ଆଡୁ ଏକ ମାମଲା ରୁଜୁ କରି ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ମାମଲା ରୁଜୁ ହେଲାଣି । ମୃତ୍ୟୁ ମାମଲାରେ ମନାବାଧିକାର କମିଶନଙ୍କ ଟିମ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ମାମଲା ଦାଏର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ ଓ ଅବକାରୀ ପାଇଁ ଗଲା ନିରୀହ ଜୀବନ ! ବଞ୍ଚିପାରିଥାନ୍ତେ ଶୁଭଲକ୍ଷ୍ମୀ, ଆଗରୁ ହୋଇଥିଲା FIR

ଭଦ୍ରକ ଜିଲ୍ଲାର ଶୁଭଲଷ୍ମୀ ସାହୁଙ୍କର ଗତ ୪ ତାରିଖରେରେ କଟକ ରୋଡ଼ ସ୍ଥିତ ହୋଟେଲ ଦିପାଲୀରେ ମୃତ୍ୟୁ ଘଟିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରକୃତ ଦୋଷୀ ଏପର୍ଯ୍ୟନ୍ତ ଧରା ହୋଇନଥିବା ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି। ଏହି ଘଟଣାରେ ରାଜ୍ୟର ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ କମିଶନଙ୍କ ଟିମ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେସଙ୍ଗେ ଶୁଭଲକ୍ଷ୍ମୀ ସାହୁଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଜାତୀୟ ମନବାଧିକାର କମିଶନଙ୍କ ନିକଟରେ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.