ETV Bharat / state

ଭଙ୍ଗା ହେବ ନିଶା ମାଫିଆ ଛୋଟାର ରାଜପ୍ରାସାଦ

ଭାଙ୍ଗିବ ବ୍ରାଉନସୁଗାର ମାଫିଆ ଛୋଟାର ବିଳାସମୟ ଘର । ସରକାରୀ ଜମିରେ ଘର ତିଆରି କରିବା ସହ ଘର ଭିତର ଦାମୀ ଉପକରଣରେ ସଜ୍ଜିତ ହୋଇଛି ।

author img

By

Published : Jul 14, 2019, 10:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ପୂର୍ବ ଓଡ଼ିଶାର ବ୍ରାଉନ୍‌ସୁଗାର ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ାର ଘର ଭାଙ୍ଗିବାକୁ ଉପଜିଲ୍ଲାପାଳ ନୋଟିସ୍ ଜାରି କରିଛନ୍ତି । ଛୋଟା ଏକ ସରକାରୀ ଜମିରେ ରାଜପ୍ରାସାଦ ଭଳି କୋଠା ନିର୍ମାଣ କରିଛି । ଏହା ଜଣାପଡିବା ପରେ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଛୋଟାର ଏହି ବେଆଇନ ଘର ଗୁରୁଜଙ୍ଗରେ ରହିଛି । ଯେଉଁଘରେ ତାହାର ଭାଇ ରହୁଛି । ସରକାରୀ ଜମିରେ ଘର ତିଆରି କରିବା ସହ ଘର ଭିତରେ ଦାମୀ ଉପକରଣରେ ସଜ୍ଜିତ ହୋଇଛି । ତେବେ ଛୋଟାର ଘର ଭାଙ୍ଗିବା ନିର୍ଦ୍ଦେଶ ଆସିବା ପରେ ଅନେକ ଲୋକ ତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ନେଇ ଚର୍ଚ୍ଚା ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାନୁସାରେ ଦୀର୍ଘ ବର୍ଷ ହେବ ଛୋଟା ପଥର ଓ ନିଶା କାରବାର କରୁଥିଲା । ଏହି କାମରେ ତହସିଲଦାର, ଆରଆଇ, ଅବକାରୀ ବିଭାଗ, ପୋଲିସ ଓ ନେତାମାନେ ଛୋଟା ଠାରୁ ସହଯୋଗ ପାଇ ତାକୁ ପୂର୍ଣ୍ଣ ସମର୍ଥନ କରୁଥିଲେ । ଏମିତିକି ସରକାରୀ ଜାଗାରେ ତାକୁ ଘର କରିବାରେ କିଛି ରାଜସ୍ୱ କର୍ମଚାରୀ ସହଯୋଗ କରିଥିବା ସୂଚନା ରହିଛି । ଶତାଧିକ ଯୁବକଙ୍କୁ ଛୋଟା ଏହି କାମରେ ନିୟୋଜିତ କରି ଦରମା ଦେଉଥିଲା ।

୪୦ ଜଣ ପିଲାଙ୍କୁ ନୂଆ ବାଇକ ମଧ୍ୟ କିଣିଦେବା ସହ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ମୋଟା ଅଙ୍କର ବଟି ଦେଇ ବେପାର କରୁଥିଲା । ଗତ କିଛି ଦିନ ତଳେ ଏସଟିଏଫ୍ ଛୋଟାକୁ ଖୋଜୁଥିଲା । ଏନକାଉଣ୍ଟର ଭୟରେ ସେ ଗତ 9 ତାରିଖରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲା । ତେବେ ଜେଲରେ ଥାଇ ମଧ୍ୟ ସେ ନିଜ ବେପାରକୁ ନିୟନ୍ତ୍ରଣ କରୁଛି ।

ଅପରପକ୍ଷେ ଛୋଟାର ଗୁରୁଜଙ୍ଗ ଘର ଠାରୁ କିଛି ଦୂରରେ ରହିଛି ତାର ସହଯୋଗୀର ଘର । ତାହା ମଧ୍ୟ ସରକାରୀ ଜମିରେ ଥିବା ଜଣାପଡିଛି । ସେ ଜେଲ ଯିବା ପରଠାରୁ ଏବେ ତାର ସହଯୋଗୀ ଘରେ ବ୍ରାଉନ୍‌ସୁଗାର କାରବାର ଚାଲିଛି । ଏହାବ୍ୟତୀତ ସେ ଗଞ୍ଜେଇ ଗାଡ଼ିକୁ ମଧ୍ୟ ଏସ୍‌କର୍ଟ କରୁଥିବା ଘଟଣା ସାମନାକୁ ଆସିଛି । ସେପଟେ ଛୋଟାର ଏହି ବେଆଇନ ପ୍ରାସାଦ ଭାଙ୍ଗି ମାଟିରେ ମିଶୁଛି ନା ଏହି ନୋଟିସ କେବଳ ଏକ ଧୂଆଁବାଣ ତାହାକୁ ସାଧାରଣ ଲୋକେ ଅପେକ୍ଷା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.