ETV Bharat / state

ଅନଲାଇନ ପରୀକ୍ଷା ଦାବି: ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ - student block nh demanding online exam

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନ ଯୋଗେ ପରୀକ୍ଷା କରାଇବା ଦାବିରେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର +3 ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ଆଜି 16ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଅନଲାଇନ ପରୀକ୍ଷା ଦାବୀରେ ଛାତ୍ରଛାତ୍ରୀଙ୍କ 16ନଂ ଜାତୀୟ ରାଜପଥ ଅବରୋଧ

author img

By

Published : Apr 15, 2021, 8:57 PM IST

ଖୋର୍ଦ୍ଧା: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନ ଯୋଗେ ପରୀକ୍ଷା କରାଇବା ଦାବିରେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର +3 ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ଆଜି 16ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ବର୍ତମାନ କୋରେନା ସଂକ୍ରମଣ ହୁହୁ ହୋଇ ବଢ଼ିଚାଲିଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ।

ଅନଲାଇନ ପରୀକ୍ଷା ଦାବୀରେ ଛାତ୍ରଛାତ୍ରୀଙ୍କ 16ନଂ ଜାତୀୟ ରାଜପଥ ଅବରୋଧ

ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ଏହି ଜିଲ୍ଲାରେ ତିନି ଅଙ୍କ ଛୁଇଁ ସାରିଥିବାବେଳେ କଲେଜରେ କୋରୋନା ସଚେତନତା ନେଇ କୌଣସି କାର୍ଯ୍ୟକ୍ରମ କରାଯାଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କୋରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଫଲାଇନ ଯୋଗେ ହେବାକୁ ଥିବା +3 ତୃତୀୟ ସେମିଷ୍ଟାରକୁ ବାତିଲ କରାଯାଇ ଅନଲାଇନ ମାଧ୍ୟମରେ କରାଯିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ କଲେଜ କତ୍ତୃପକ୍ଷ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା । ତେବେ ପୂର୍ବରୁ ମଧ୍ୟ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.