ଖୋର୍ଦ୍ଧା: ଆଇନ ଯେତେ କଡାକଡି ହେଲେ ମଧ୍ୟ ନାରୀଙ୍କ ପ୍ରତି ଅସଦାଚରଣ କମିବାର ନା ନେଉନାହିଁ । କିନ୍ତୁ ନାରୀଙ୍କୁ ସୁରକ୍ଷା ପ୍ରଦାନରେ ଲିପ୍ତ ପୋଲିସ କର୍ମଚାରୀ ଯେବେ ନିଜେ ଏହି ଅସଦାଚରଣରେ କରିବେ ତାହେଲେ କହିବା କାହାକୁ। ଏପରି ଏକ ଘଟଣା ଆଜି ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧୀନରେ ଥିବା ଏକ ଘରୋଇ କଲେଜରେ ବୁଧବାର ଉତ୍ସବ ଚାଲିଥିଲା । ଆଉ ଉତ୍ସବ ସାରି ବିଳମ୍ବିତ ରାତିରେ ଜଣେ ଛାତ୍ରୀ ଘରକୁ ଫେରୁଥିବା ସମୟରେ ଫାଣ୍ଡି ପକ୍ଷରୁ ନିୟୋଜିତ ଜଣେ ହୋମଗାର୍ଡ ତାଙ୍କୁ ଅସଦାଚରଣ କରିଥିବା ସେ ଗୁରୁବାର ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।
ଛାତ୍ରୀଙ୍କ ଅଭିଯୋଗ ପରେ ସମ୍ପୃର୍କ୍ତ ହୋମଗାର୍ଡ ଜଣକ ଫେରାର ଥିବା ଜଣାପଡିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ