ETV Bharat / state

ଘରୋଇ ସ୍କୁଲ କବ୍‌ଜାରେ ସରକାରୀ ବିଦ୍ୟାଳୟ ଜମି, ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ - ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ସରକାରୀ ସ୍କୁଲ ଜମିକୁ ଅକ୍ତିଆର କରିଛି ଘରୋଇ ସ୍କୁଲ । ଏଭଳି ଏକ ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ସତ୍ୟସାଇ ସେବାସଂଘ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

student protest in bhubaneswar
ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ
author img

By

Published : Mar 18, 2023, 7:36 AM IST

ସରକାରୀ ସ୍କୁଲ ଜମିକୁ ଘରୋଇ ସ୍କୁଲ କବଜା କରିଥିବା ନେଇ ଅଭିଯୋଗ

ଭୁବନେଶ୍ବର: ଖଣ୍ଡଗିରି ସତ୍ୟସାଇ ସେବାସଂଘ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ସରକାରୀ ସ୍କୁଲ ଜମିରେ ଘରୋଇ ସ୍କୁଲ ଅକ୍ତିଆର କରିନେଇଥିବା ଅଭିଯୋଗ କରି ରାସ୍ତା ଅବରୋଧ କରାଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଛି ।

ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ତପୋବନ ଅଞ୍ଚଳରେ ସତ୍ୟସାଇ ସେବାସଂଘ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ମଦର ପବ୍ଲିକ ସ୍କୁଲ ସରକାରୀ ସ୍କୁଲକୁ ନିଜ କବଜାକୁ ନେଇଛି । ଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଛାତ୍ରଛାତ୍ରୀ କହିଛନ୍ତି, "ଅନେକ ସମୟରେ ମଦର ପବ୍ଲିକ ସ୍କୁଲରେ ଉଚ୍ଚ ସ୍ବରରେ ମାଇକ ବାଜୁଛି । ତେଣୁ ପାଠ ପଢାରେ ସମ୍ମୁଖୀନ ଭୋଗୁଛୁ । ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଏବଂ ଖେଳିବା ସମୟରେ ଅନେକ ସମସ୍ୟା ଦେଖାଦେଉଛି । ଖେଳିବା ସ୍ଥାନରେ ଘରୋଇ ସ୍କୁଲ ପାର୍କିଂ କରିଛନ୍ତି ।" ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ଦୈନିକ ୫୩୩ ଟଙ୍କା ବେତନ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ

ତେବେ ସରକାରୀ ସ୍କୁଲ ପରିସରରୁ ଘରୋଇ ସ୍କୁଲ ହଟାଇବା ଅଭିଭାବକମାନେ ଦାବି କରିଛନ୍ତି । ତେବେ ପିଲାମାନେ ଜାତୀୟ ରାଜପଥ ଅତିକ୍ରମ କରି ୬ଷ୍ଟ ଏବଂ ୭ମ ଶ୍ରେଣୀ ପଢିବାକୁ ଯାଉଛନ୍ତି । ଫଳରେ ଦୁର୍ଘଟଣା ନେଇ ବିପଦ ରହିଛି । ତେଣୁ ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ୬ଷ୍ଠ, ୭ମ ଖୋଲିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସେହିପରି ବିଦ୍ୟାଳୟ ନାଁରେ ଜମିପଟ୍ଟା ତୁରନ୍ତ ପ୍ରଦାନ କରାଯାଉ ବୋଲି କୁହାଯାଇଛି ।

ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ସ୍କୁଲ ପରବର୍ତ୍ତୀ ସମୟରେ ଦୁଇ ମହଲା କୋଠା ନିର୍ମିତ ହୋଇଥିଲା । ଯାହାକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ସରକାରୀ ଅର୍ଥରେ ନିର୍ମିତ ହୋଇଥିବା ଉକ୍ତ ଘରେ ଘରୋଇ ଶିକ୍ଷାନୁଷ୍ଠାନ କିପରି ଚାଲିଛି ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି । ଉକ୍ତ ଘରକୁ ସରକାରୀ ବିଦ୍ୟାଳୟକୁ ପ୍ରଦାନ କରାଯାଉ । ଏଥିସହ ଅଧିକ ଶ୍ରେଣୀ ଗୃହ ନିର୍ମାଣ କରାଯାଉ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.