ETV Bharat / state

ଜଟଣୀରେ ଚାଞ୍ଚଲ୍ୟ, ଘରେ ପଢୁଥିବା ବେଳେ ନବମ ଶ୍ରେଣୀ ଛାତ୍ରକୁ ଗଳା କାଟି ହତ୍ୟା

author img

By ETV Bharat Odisha Team

Published : Nov 1, 2023, 10:54 PM IST

ଘରେ ପଶି ଛାତ୍ରଙ୍କୁ ବୀଭତ୍ସ ହତ୍ୟା । ନବମ ଶ୍ରେଣୀର ଛାତ୍ର ଜଣକ ପାଠ ପଢୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

student brutally murdered
ଛାତ୍ରଙ୍କୁ ବୀଭତ୍ସ ହତ୍ୟା
ଛାତ୍ରଙ୍କୁ ବୀଭତ୍ସ ହତ୍ୟା

ଖୋର୍ଦ୍ଧା: ଘରେ ପଶି ଛାତ୍ରଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ନବମ ଶ୍ରେଣୀର ଛାତ୍ର ଜଣକ ପାଠ ପଢୁଥିବାବେଳେ ସେହି ସମୟରେ ଜଣେ ଯୁବକ ଘରେ ପଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ବେକ କାଟି ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ଏପରି ହତ୍ୟାକାଣ୍ଡ ଘଟିଛି । କିଏ ଓ କେଉଁ କାରଣରୁ ଛାତ୍ରଙ୍କୁ ହତ୍ୟାକଲା ତାହା ଜଣାପଡ଼ିନାହିଁ ।

ମୃତକ ହେଲେ ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମନୋଜ କୁମାର ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପ । ସେ ଗ୍ରାମ ନିକଟ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସୂଚନା ଅନୁସାରେ, ଆସନ୍ତାକାଲି ଗୁରୁବାର ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ଘରେ ବସି ନବମ ଶ୍ରେଣୀର ଛାତ୍ର ଜଣକ ପାଠ ପଢୁଥିଲେ । ଠିକ ସେହି ସମୟରେ ଜଣେ ଯୁବକ ଘରେ ପଶି ଅତି ବୀଭତ୍ସ ଭାବେ ତାଙ୍କ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସନ୍ଧ୍ୟା ସମୟରେ ବେଣାପଞ୍ଜରୀ ଗ୍ରାମରେ ଏପରି ହତ୍ୟାକାଣ୍ଡ ଘଟିଛି ।

ଶୁଭମଙ୍କ ସମ୍ପର୍କୀୟ କହିଛନ୍ତି, "ଆସନ୍ତାକାଲି ଶୁଭମର ପରୀକ୍ଷା ଥିଲା । ତେଣୁ ସେ ଆଜି ସନ୍ଧ୍ୟାରେ ନିଜ ଘରେ ଏକାକି ବସି ପାଠ ପଢ଼ୁଥିଲେ । ଉପର ମହଲାରେ ଶୁଭମଙ୍କ ବାପା ଭଉଣୀ ଓ ମା' ଥିଲେ । ଠିକ ସେହି ସମୟରେ ଶୁଭମଙ୍କ ଚିତ୍କାର ଶୁଣି ମା' ଓ ଭଉଣୀ ତଳ ମହଲାକୁ ଧାଇଁ ଆସିଥିଲେ । ସେତେବେଳେ ଜଣେ ଯୁବକ ତାଙ୍କ ଘରୁ ଦୌଡ଼ି ପଳାଇ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ । ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ଶୁଭମ । ଶୁଭମର ବେକ ଓ ପେଟରେ ବାରମ୍ୱାର ଛୁରା ମାଡ଼ ହୋଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ମୃତଦେହ ନିକଟରେ ଗୋଟିଏ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଥିଲା ।"

ଏହା ବି ପଢନ୍ତୁ...ଛାତ୍ରୀଙ୍କୁ ନିଶା ଦେଇ ଅପହରଣ ପରେ ଗଣଦୁଷ୍କର୍ମ, 3 ଅଭିଯୁକ୍ତ ଗିରଫ

ଏହାପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମେଡିକାଲ ପରିସରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ ଖୋର୍ଦ୍ଧା ଓ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଶୁଭମଙ୍କୁ କିଏ ଓ କାହିଁକି ଅତି ବୀଭତ୍ସ ଭାବେ ହତ୍ୟା କଲା ତାହା ଜଣାପଡ଼ିନାହିଁ । ଶୁଭମ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ସମ୍ପର୍କୀୟ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.