ETV Bharat / state

ନକଲି ଔଷଧ କଳାବଜାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ - ନକଲି ଔଷଧ ଧରପଗଡ

ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡା ନଜର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ନକଲି ଔଷଧ କଳାବଜାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଅଧିକ ପଢନ୍ତୁ

ନକଲି ଔଷଧ କଳାବଜାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ସ୍ୱାସ୍ଥ୍ୟ ମନ୍ତ୍ରୀ

author img

By

Published : Dec 15, 2022, 10:42 PM IST

ନକଲି ଔଷଧ କଳାବଜାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ଜୋରଦାର ହେଉଛି ନକଲି ଔଷଧ ଧରପଗଡ। ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡା ନଜର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟପଟେ ନକଲି ଔଷଧ କଳାବଜାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।

ଆହୁରି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ନକଲି ଔଷଧ କାରବାରକୁ ଦୃଢ଼ ହସ୍ତରେ ଦମନ କରାଯିବ । କୌଣସି କଳାବଜାରୀକୁ ବରଦାସ୍ତ କରାଯିବ ନାହିଁ । ଯିଏ ନକଲି କାରବାର କରୁଥିବ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଔଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନରେ ମଧ୍ୟ ଚଢ଼ାଉ ଜାରି ରହିଛି । କଟକରେ ୬, କେନ୍ଦ୍ରାପଡାରେ ୧, ଝାରସୁଗୁଡାରେ ୨ ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ଗୋଟେ ଲେଖାଏଁ ଯାଗାରୁ ନକଲି ଔଷଧ ଧରାଯାଇ ମାମଲା ରୁଜୁ ହୋଇଛି । ଦୋକାନ ମାନଙ୍କରେ ଥିବା ପ୍ରତି ଔଷଧ ଷ୍ଟ୍ରିପକୁ କରାଯାଉଛି ଯାଞ୍ଚ। ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

କଟକର ଭି.ଆର୍. ଏଜେନ୍ସି , ପୂଜା ଏଣ୍ଟରପ୍ରାଇଜେସ , କୟାଲ ଏଜେନ୍ସି , ମହାବୀର ପ୍ରସାଦ ରାଧେଶ୍ୟାମ , ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ସ ଏବଂ ଶ୍ରୀ ଏମ. ଏଚ ଆଦି ଗୋଦାମରୁ ମିଳିଛି ନକଲି ଔଷଧ। ସେହିପରି ଝାରସୁଗୁଡା ର ଶ୍ୟାମ ମେଡିକାଲ ଓ ଅମିତ ଏଜେନ୍ସି , ସୁନ୍ଦରଗଡ ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ମିଳିଛି ନକଲି ଔଷଧ । ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ୍ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.