ETV Bharat / state

Stray Dog Attack: ଘାତକ ସାଜିଛନ୍ତି ବୁଲା କୁକୁର, ଟ୍ୟୁସନ ଯାଉଥିବା ଛାତ୍ରୀଙ୍କ ଛିଣ୍ଡାଇଲା ମୁହଁ - ମାତିଲେ ବୁଲା କୁକୁର

ପୁଣି ରାଜଧାନୀ ଭୁବନେଶ୍ବରରେ ମାତିଲେ ବୁଲା କୁକୁର । ଟ୍ୟୁସନ ଯାଉଥିବା ଛାତ୍ରୀଙ୍କ ପାଟିକୁ କାମୁଡିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Stray Dog Attack
Stray Dog Attack
author img

By

Published : May 27, 2023, 5:22 PM IST

Updated : May 27, 2023, 7:34 PM IST

Stray Dog Attack: ଘାତକ ସାଜିଛନ୍ତି ବୁଲା କୁକୁର, ଟିଉସନ ଯାଉଥିବା ଛାତ୍ରୀଙ୍କ ଛିଣ୍ଡାଇଲା ମୁହଁ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ବୁଲା କୁକୁର । ଟିଉସିନ ଯିବାବେଳେ ଛାତ୍ରୀଙ୍କୁ କାମୁଡି କଲେ ରକ୍ତାକ୍ତ । ବଡ଼ଗଡ଼ ଥାନା ପତିତପାବନ ନଗରରେ ଘଟିଛି ଘଟଣା । ଗତକାଲି (ଶୁକ୍ରବାର) ଛାତ୍ରୀଙ୍କ ମୁହକୁ କାମୁଡି ଛିଣ୍ଡାଇଦେଇଛି ବୁଲା କୁକୁର । ଏହାପରେ ଛାତ୍ରୀଙ୍କୁ ରକ୍ତାକ୍ତ ଅବସ୍ଥଆରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମୁହଁରେ ଦୁଇଟି ଷ୍ଟିଚ ପଡ଼ିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ୧୨ବର୍ଷର ଜଣେ ଛାତ୍ରୀ ଟିଉସନ ଯାଉଥିଲେ। ପତିତପାବନ ନଗରଠାରେ ଛାତ୍ରୀ ଜଣଙ୍କୁ ଏକ ବୁଲା କୁକୁର ଘେରି ଯାଇଥିଲା । ଏହାପରେ ଛାତ୍ରୀ ଜଣକ ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲା । ଏହି ସମୟରେ ବୁଲା କୁକୁରଟି ହଠାତ ପିଲାଟିର ମୁହଁକୁ କାମୁଡି ଦେଇଥିଲା । ପାଟି ଶୁଣି କିଛି ଲୋକ ବାହାରକୁ ଆସିଥିଲେ ସୁଦ୍ଧା କୁକୁରଟି କାମୁଡିବାର ଦେଖି ତା ପାଖକୁ କେହି ଭୟରେ ଯାଇନଥିଲେ‌। ଏହାପରେ କିଛି ଯୁବକ ବାଡି ଧରି କୁକୁରକୁ ପରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିଲେ ।

ଏହାପରେ ପିଲାଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁକୁରଟି ପାଟିକୁ କାମୁଡିଥିବାରୁ ମୁହଁରେ ଦୁଇଟି ଷ୍ଟିଚ ପଡ଼ିଥିଲା । ତେବେ ଏଭଳି ବୁଲା କୁକୁରଙ୍କ ଆତଙ୍କ ଦେଖି ସେହି ଅଞ୍ଚଳରେ ଭୟର ମାହୋଲ ଖେଳିଯାଇଛି । କୁନି କୁନି ପିଲାଙ୍କୁ ବାହାରକୁ ଏକାକୀ ଛାଡିବା ଲାଗି ଅଭିଭାବକମାନେ ଭୟଭୀତ ହୋଇପଡ଼ିଛନ୍ତି । ଅନେକ ଲୋକ ବୁଲା କୁକୁରଙ୍କ ଉତ୍ପାତ ପାଇଁ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିବା ସହ ଛୋଟ ପିଲା ଓ ମହିଳା ଘରୁ ବାହାରିବାକୁ ଭୟ କରୁଛନ୍ତି । ତେବେ ବିଏସସି ଏ ଦିଗରେ ଧ୍ୟାନ ଦେବାକୁ ସେଠାକାର ଲୋକେ ନିବେଦନ କରିଛନ୍ତି ।

ଏହା ବି ପଢନ୍ତୁ- ରାଜଧାନୀରେ ଆରମ୍ଭ ହେବ ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣକୁ ଗୁରୁତ୍ବ

ସୂଚନା ଥାଉ କି ସହରରେ ବୁଲା କୁକୁର ଉପରେ ନିୟନ୍ତ୍ରଣ ପାଇଁ ପୂର୍ବରୁ ଏକ ଏମଓରୁ ସ୍ବାକ୍ଷର କରିଥିଲା ବିଏମସି । ମଞ୍ଚେଶ୍ବରରେ ଏକ ହସ୍ପିଟାଲ ନିର୍ମାଣ ଚାଲିଥିବା ବେଳେ ଦୈନିକ ୧୫୦ ବନ୍ଧ୍ୟାକରଣ ପାଇଁ ଲକ୍ଷ ରଖିଥିବା ତତ୍କାଳୀନ ବିଭାଗୀୟ ଅଧିକାରୀ ରମେଶ ଜେନା ସୂଚନା ଦେଇଥିଲେ । ତେବେ ଆନିମଲ ବାର୍ଥ କଣ୍ଟ୍ରୋଲ ୨୦୦୧ଅଧିନିୟମ ଅନୁସାରେ ଖୁବଶୀଘ୍ର ଭୁବନେଶ୍ବର କୁକୁର ଗଣନା ପାଇଁ ଅଣ୍ଟା ଭାବିଛି ବିଏମସି । ଏପରିକି ପ୍ରାୟ ୬୦ ହଜାର‌ କୁକୁର ଥିବା ଆକଳନ କରାଯାଉଛି । ତେବେ ଏନେଇ ବାସ୍ତବିକ ସ୍ଥିତି ଏବେ ଚିନ୍ତାଜନକ ହୋଇଛି।

ଏହି ଘଟଣା ନେଇ ବିଶେଷଜ୍ଞ କହିଛନ୍ତି ବାହାରେ ଆଉ ଖାଦ୍ୟ ପଡୁନି ଡଷ୍ଟବିନରେ ବୋହି ନେଉଛନ୍ତି ବିଏମସି ଅଳିଆ ଗାଡି। ଫଳରେ ଖାଦ୍ୟ ଖାଇବା ପାଇଁ ଏଣେତେଣେ ଧାଉଛନ୍ତି ବୁଲା କୁକୁର । ଏହି ସମୟରେ ସେମାନେ ଆକ୍ରମଣ କରୁଛନ୍ତି । ତେବେ ପୂର୍ବରୁ ମଧ୍ୟ ନିଳାଦ୍ରୀ ବିହାର କୈବଲ ବିହାରରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛୋଟ ଝିଅ ଅଙ୍ଗୁର ଧରି ଠିଆ ହୋଇଥିବା ବେଳେ ବୁଲା କୁକୁର ତାର ଡାହାଣ ହାତକୁ କାମୁଡିଥିଲା । ଏପରିକି ଅନେକ ଘଟଣା ଏବେ ନଜର ଆସୁଥିବା ବେଳେ ଏହା ଉପରେ ସଚେତନ ହେବା ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 27, 2023, 7:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.