ETV Bharat / state

ବିଦ୍ୟାଳୟରେ ଗପ ଶୁଣିବେ ପିଲାଏ, ଖୁବଶୀଘ୍ର ଆରମ୍ଭ ହେବ ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ - ପ୍ରାଥମିକ ବିଦ୍ୟାଳୟରେ ଗପ ଶୁଣିବା କାର୍ଯ୍ୟକ୍ରମ

Storytelling Program: ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତି ବୃଦ୍ଧି ପାଇଁ ନିଆରା ପଦକ୍ଷେପ । ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ
storytelling program
author img

By ETV Bharat Odisha Team

Published : Dec 24, 2023, 3:21 PM IST

ଭୁବନେଶ୍ବର: ଏଣିକି ବିଦ୍ୟାଳୟରେ ଗପ ଶୁଣିବେ ଛାତ୍ରଛାତ୍ରୀ । ଶ୍ରେଣୀ ଗୃହରେ ପାଠପଢ଼ା ସାଙ୍ଗକୁ ପିଲା ମାନଙ୍କୁ ଗପ ମଧ୍ୟ କୁହାଯିବ । ଗପ ଶୁଣିବା ସହ ଗପ ମଧ୍ୟ କହିବେ ପିଲାଏ । ଯାହା ଦ୍ବାରା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧି ପାଇବ । ପିଲାଙ୍କ ଶୁଣିବା ଓ କହିବା ଅଭ୍ୟାସକୁ ବିକଶିତ କରିବାକୁ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି। ଖୁବଶୀଘ୍ର ରାଜ୍ୟର ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ‘ଗପ ଶୁଣିବା ଓ କହିବା’ କାର୍ଯ୍ୟକ୍ରମ । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟସ୍ତରରେ ୬ଟି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।

storytelling program
ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ

ରାଜ୍ୟବ୍ୟାପୀ ସମସ୍ତ ପ୍ରାଥମିକ ବିଦ୍ୟାଳୟର ପିଲା ଶୁଣିବେ ଗପ। ଗପ ଶୁଣାଇବାର ଦକ୍ଷତା ଥିବା ବରିଷ୍ଠ ବ୍ୟକ୍ତି, ଶିକ୍ଷକ, ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ପିଲାଙ୍କୁ ଗପ କହିବେ। ଗପ ଶୁଣିବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ଏହାକୁ ପୁନଃଆବୃତ୍ତି କରିବାକୁ ସୁଯୋଗ ମିଳିବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତି ବୃଦ୍ଧି ପାଇବ ବୋଲି ଆଶା ରହିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ(ପିଏବି) ପକ୍ଷରୁ ପ୍ରତି ସରକାରୀ ପ୍ରାଥମିକ ବିଦ୍ୟାଳୟ ପିଛା ଏକ ହଜାର ଟଙ୍କା ହିସାବରେ ୨୭୧.୧୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସମଗ୍ର ଶିକ୍ଷାର ଅଭିନବ କାର୍ଯ୍ୟକ୍ରମ ଅଧୀନରେ ଏହି ଟଙ୍କା ଅନୁମୋଦନ ହୋଇଛି । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରତି ବିଦ୍ୟାଳୟରେ ୧,୦୦୦ ଟଙ୍କା ଖର୍ଚ୍ଚ ହେବ । ବିଦ୍ୟାଳୟର ଶ୍ରେଷ୍ଠ ଷ୍ଟୋରୀ ଟେଲର୍‌ଙ୍କୁ ସ୍ବୀକୃତି ମିଳିବ। ଏହି କାର୍ଯ୍ୟକ୍ରମ ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଖୁବଶୀଘ୍ର ପୂରଣ ହେବ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ୨୩ଟି ବିଷୟରେ ଦିଆଯିବ ନିଯୁକ୍ତି

କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ୨ଟି ପିରିୟଡ୍ ଦିଆଯିବ। ପ୍ରଧାନ ଶିକ୍ଷକ/ଶିକ୍ଷକ ଏବଂ ଗୋଷ୍ଠୀ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସିଆରସିସି ଏହି କାର୍ଯ୍ୟକ୍ରମର ତଦାରଖ କରିବେ । ବିଦ୍ୟାଳୟରେ ମୋଟ ୬ଟି ଅଭିନବ କାର୍ଯ୍ୟକ୍ରମ ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଗପ ଶୁଣିବା ଓ କହିବା ସହ ୨ଟି ବିଦ୍ୟାଳୟ ଏକାଠି ହେବା (ଟ୍ବିନିଂ ଅଫ୍ ସ୍କୁଲ୍‌ସ), ଆମ ସଂସ୍କୃତି ଆମ ଖେଳନା, ମାତୃଭାଷା ଦିବସରେ ପ୍ରଦର୍ଶନୀ, ଏକ ଭାରତ ଶ୍ରେଷ୍ଠ ଭାରତ, ୟୁଥ୍ ଆଣ୍ଡ ଇକୋ କ୍ଲବ୍‌ ଆଦି କାର୍ଯ୍ୟକ୍ରମ ବିଦ୍ୟାଳୟସ୍ତରରେ କରାଯିବ। ଓସେପା ପକ୍ଷରୁ ପ୍ରତିଟି କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏହି ମର୍ମରେ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଓସେପା ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.