ETV Bharat / state

ଏବେବି 81ଟି ମୃତଦେହ ହୋଇପାରିନି ଚିହ୍ନଟ, DNA ରିପୋର୍ଟକୁ ଅପେକ୍ଷା - ବାହାନଗା ରେଳ ଦୁର୍ଘଟଣା

ଦଶାହ କାର୍ଯ୍ୟରେ ବାଧା ସାଜୁଛି ଡିଏନ୍‌ଏ ରିପୋର୍ଟ, ଭିତରେ ମୃତଦେହ ବାହାରେ ଜଗିଛନ୍ତି ପରିବାର ବର୍ଗ । ଅଧିକ ପଢନ୍ତୁ

Odisha train crash
Odisha train crash
author img

By

Published : Jun 12, 2023, 7:17 AM IST

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ବିତିଯାଇଛି 11 ଦିନ । କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ମୃତଦେହ ଚିହ୍ନଟ ହୋଇ ପାରିନଥିବା ବେଳେ ସମ୍ପର୍କୀୟଙ୍କ ପତ୍ତା ପାଇ ପାରିନାହାନ୍ତି ପରିବାର ଲୋକେ । ଗୋଟିଏ ପଟେ ରବିବାର ଦଶାହ ଥିବା ବେଳେ ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିଛି ଡିଏନ୍‌ଏ ରିପୋର୍ଟ । ରିପୋର୍ଟ ଆସିନଥିବାରୁ ମୃତଦେହକୁ ନେବାକୁ ହସ୍ପିଟାଲ ବାହାରେ ଅପେକ୍ଷା କରିଛନ୍ତି ସମ୍ପର୍କୀୟ । ଏବେବି ଏମ୍ସ ପରିସରର ଥିବା କଣ୍ଟେନର ମଧ୍ୟରେ 81ଟି ମୃତଦେହ ରହିଛି । ବର୍ତ୍ତମାନ ସୁଦ୍ଧା ସେ ଗୁଡିକର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ମୃତଦେହକୁ ଚିହ୍ନଟ କରିବାରେ ସମସ୍ୟା ହେବାରୁ ଡିଏନଏ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅନେକ ପରିବାର ଲୋକ ନିଜ ସମ୍ପର୍କୀୟଙ୍କ ମୃତଦେହ ନେବା ଲାଗି ଚାହିଁ ବସିଥିବା ବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଠାଯାଇଥିବା ଡିଏନ୍‌ଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଜୁନ 5 ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ ଡିଏନ୍‌ଏ ଟେଷ୍ଟିଂର ଶେଷ ବିକଳ୍ପ ଗ୍ରହଣ କରିଛୁ । 4 ରୁ 5 ଦିନ ମଧ୍ୟରେ ଡିଏନ୍‌ଏ ଟେଷ୍ଟିଂର ରିପୋର୍ଟ କିପରି ଆସିବ ସେନେଇ ଦିଲ୍ଲୀ ଏମ୍ସକୁ ଅନୁରୋଧ କରିଛୁ ।

ତେବେ 81ଟି ମୃତଦେହ ମଧ୍ୟରେ ରବିବାର ସନ୍ଧ୍ୟା ସୁଦ୍ଧା 75ଟି ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଥିବା ବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ 33ଟି ଡିଏନ୍‌ଏ ନମୁନା ଟେଷ୍ଟିଂ ନିମନ୍ତେ ଯାଇଥିଲା । ଟେଷ୍ଟିଂକୁ ପାଞ୍ଚ ଦିନ ପୁରି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ । ଅପରପକ୍ଷେ ବାହାନଗାରେ ଅଜଣା ଲୋକେ ମାନେ ମୃତକଙ୍କ ଦଶାହ କର୍ମ କରୁଥିବା ବେଳେ ଏପଟେ ମୃତକଙ୍କ ପରିବାରର ଲୋକେ ମୃତଦେହକୁ ଚିହ୍ନଟ କରିନପାରି ଏମ୍ସ ହସ୍ପିଟାଲ ବାହାରେ ଜଗି ବସିଛନ୍ତି । କେବେ ଡିଏନଏ ରିପୋର୍ଟ ଆସିବ ଓ କେବେ ମୃତଦେହ ଚିହ୍ନଟ ହେବ ତାହାକୁ ନେଇ ଚିନ୍ତାରେ ସମ୍ପର୍କୀୟ ।

ଏମ୍ସରେ ଥିବା 81ଟି ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ପ୍ରଥମ ବ୍ୟାଚ୍‌ର ନମୁନା ଟେଷ୍ଟିଂ ନିମନ୍ତେ ପଠାଯାଇଛି । ଖୁବଶୀଘ୍ର ଦ୍ୱିତୀୟ ବ୍ୟାଚର ଡିଏନଏ ନମୁନା ପଠାଯିବାର ପ୍ରସ୍ତୁତି ଜାରି ରହିଛି । ରିପୋର୍ଟ ଆସିଲେ ପ୍ରକୃତ ମୃତଦେହ ଦାବିଦାରଙ୍କୁ ହସ୍ତାନ୍ତର କରାଯିବ । ସେଥି ଲାଗି ବିଏମ୍‌ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଟେଷ୍ଟିଂ ରିପୋର୍ଟ ଆସିଲେ ମୃତକଙ୍କ ପରିବାରଙ୍କୁ ଅବଗତ କରାଇବା ସହ ମୃତଦେହକୁ ଠିକଣା ସ୍ଥଳରେ କିପରି ସୁରକ୍ଷିତ ଭାବେ ପହଞ୍ଚିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏମ୍ସ ଅତିରିକ୍ତ ଅଧୀକ୍ଷକ ପ୍ରଭାସ କୁମାର ତ୍ରିପାଠୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.