ETV Bharat / state

ଓଡିଶା ସିମ କାର୍ଡ ପାକିସ୍ତାନରେ ଅପରେଟ ଘଟଣା, ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା STF

ଓଡିଶାର ସିମ କାର୍ଡ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ସହ ତାର ଦୁଇ ସହଯୋଗୀଙ୍କୁ ରିମାଣ୍ଡରେ ନେଇଛି ଏସଟିଏଫ ଟିମ । ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ଏମାନଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ ମଧ୍ୟ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

author img

By

Published : May 21, 2023, 9:09 PM IST

ପାକିସ୍ତାନରୁ ସିମ କାର୍ଡ ଅପରେଟ ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା STF

ଭୁବନେଶ୍ବର: ଓଡ଼ିଶାର ସିମ୍‌ କାର୍ଡ ପାକିସ୍ତାନରେ ଅପରେଟ ଘଟଣା । ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇଛି ଏସଟିଫ ଟିମ୍‌ । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ । ତେବେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଲା ପରେ ଏମାନଙ୍କ ଲିଙ୍କର ସମସ୍ତ ତଥ୍ୟ NIA ଓ IBକୁ ଦେଇଛି ଏସଟିଏଫ । ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ଏମାନଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ ମଧ୍ୟ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି ।

ଆଜି ଦୁଇ ସହଯୋଗୀଙ୍କ ସହ ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାଙ୍କୁ ରିମାଣ୍ଡ ପାଇଁ ଆଣିଛି ଏସଟିଏଫ । ଅଧିକ ତଥ୍ୟ ପାଇଁ ପଚରାଉଚରା କରିବାକୁ ଝାରପଡା ଜେଲ୍‌ରୁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇଛି । ଏମାନଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଟିଏଫ । ISI ଲିଙ୍କରେ ଏମାନଙ୍କର କଣ ସମ୍ପର୍କ ରହିଛି ଓ ସେମାନଙ୍କ ଭିତରେ ଆର୍ଥିକ କାରବାର ହେଉଥିଲା କି ନାହିଁ, ଏହି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବ ଏସଟିଏଫ । କାରଣ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ISI ଏଜେଣ୍ଟଙ୍କ ସହ ଏମାନଙ୍କର ସମ୍ପର୍କ ଥିଲା । ତଦନ୍ତ ବେଳେ ଏସଟିଏଫ ଏଭଳି ସାଙ୍ଘାତିକ ତଥ୍ୟ ମିଳିଛି । କେଉଁକେଉଁ ଅଞ୍ଚଳରୁ ସିମ୍‌ କାର୍ଡ କିଣା ହୋଇଥିଲା, ସେନେଇ ଖୋଳତାଡ଼ ଚାଲିଛି । କେବେଠାରୁ ପାକିସ୍ତାନ ISI ଏଜେଣ୍ଟ ଲିଙ୍କ୍‌ରେ ଏମାନେ ରହିଥିଲେ, ସେନେଇ ଚାଲିଛି ତଦନ୍ତ । ଏଥିପାଇଁ ଆବଶ୍ୟକ ପଡିଲେ ଏସ୍‌ଟିଏଫ୍‌ ଟିମ୍‌ ଅନ୍ୟ ରାଜ୍ୟକୁ ଯିବେ ବୋଲି କହିଛନ୍ତି ଏସ୍‌ଟିଏଫ୍‌ ଏସପି ।

ସେପଟେ ପୂର୍ବରୁ ଅଫିସିଆଲ ଡାଟା ଲିକ୍‌ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା । ତେଣୁ ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ । କାରଣ ଏତେ ସିମ କାର୍ଡ କେଉଁ ଆଧାରରେ ଟେଲିକମ ପ୍ରୋଭାଇଡର ଦେଉଥିଲେ, ତାର ତଥ୍ୟ ଯାଞ୍ଚ କରିବ ପୋଲିସ । ସବୁଠାରୁ ବଡ଼ କଥା ହେଉଛି ଏମାନେ ଯେତେବେଳେ ସିମ ନେଉଥିଲେ, ସେତେବେଳେ ଭୁଲ୍‌ ଡକ୍ୟୁମେଣ୍ଟ ଦେଉଥିଲେ । କାହିଁକି ଏହି ସିମର ଡକ୍ୟୁମେଣ୍ଟକୁ ଯାଞ୍ଚ କରୁନଥିଲା ପ୍ରୋଭାଇଡର, ସେନେଇ ମଧ୍ୟ ଖୋଳତାଡ଼ ହେବ । ଆବଶ୍ୟକ ପଡିଲେ ଯାଜପୁର ଯିବ ଟିମ୍‌ । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନାସନାଲ ପେମେଣ୍ଟ କର୍ପୋରେସନକୁ ଚିଠି ଲେଖାଯାଇଛି ବୋଲି ଏସ୍‌ଟିଏଫ୍‌ ଏସପି କହିଛନ୍ତି । ସେ କହିଛନ୍ତି, "NIA ଓ IB ସହ ଆମର ବରିଷ୍ଠ ଅଧିକାରୀ ଯୋଗଯୋଗରେ ରହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କ ଲିଙ୍କ୍‌ ସହ ଆଉ କଣ ଅଧିକା ତଥ୍ୟ ମିଳୁଛି, ଆମେ ସେନେଇ NIA ଓ IBକୁ ଜଣାଉଛୁ । ଅଧିକ ତଥ୍ୟ ମିଳିଲେ ଗଣମାଧ୍ୟମକୁ ଜଣାଇବୁ ।" ଏବେ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ତଦନ୍ତ ମୁତାବକ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.