ETV Bharat / state

ସପିଂ ମଲରୁ ଲୁଟୁଥିଲେ ସ୍ମାର୍ଟ ଚୋର, ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ

author img

By ETV Bharat Odisha Team

Published : Oct 9, 2023, 7:36 PM IST

ରାଜଧାନୀରେ ସପିଂ ମଲରୁ ଚୋରି କରି ଧରାପଡିଛି ଚୋର । ନୟାପଲ୍ଲୀ ଅଞ୍ଚଳରୁ ଚୋରକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

stealing from mall
ସପିଂ ମଲରୁ ଚୋରି
ସପିଂ ମଲରୁ ଚୋରି

ଭୁବନେଶ୍ବର: ଦୁର୍ଗାପୂଜାର ମାହୋଲରେ ଭିଡର ଫାଏଦା ଉଠାଇ ଚୋରି କରିବା ପଡିଲା ମହଙ୍ଗା । ରାଜଧାନୀରେ ସପିଂ ମଲରୁ ଚୋରି କରି ଧରାପଡିଛି ଚୋର । ନୟାପଲ୍ଲୀ ଅଞ୍ଚଳରୁ ଚୋରକୁ ଗିରଫ କରିଛି ପୋଲିସ । ଏହି ଯୁବକ ଜଣଙ୍କ ହେଉଛି ଢେଙ୍କାନାଳର ସଂଗ୍ରାମ ମଲ୍ଲିକ । ତା' ନିକଟରୁ ଚୋରି ହୋଇଥିବା କିଛି ପ୍ୟାଣ୍ଟ ସାର୍ଟ ଜବତ କରାଯାଇଛି । ତେବେ ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ଗହଳିର ସୁଯୋଗ ନେଇ ଏମାନେ ନାମୀ ଦାମୀ କମ୍ପାନିର‌ ପ୍ୟାଣ୍ଟ ସାର୍ଟ ଚୋରି କରି‌ନେଉଥିଲେ । ଅଧା ଦାମରେ ଏହି କପଡାକୁ ବିକ୍ରି କରି ନିଜର କଳାଧନ୍ଦା ଚଳାଉଛନ୍ତି ଏହି ଚୋର ଗ୍ୟାଙ୍ଗ । ଫଳରେ ପ୍ୟାଣ୍ଟ ସାର୍ଟ ପିଛା ପ୍ରାୟ 1ହଜାରରୁ 2 ହଜାର‌ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ଏହିପରି ଅନେକ ସପିଂ ମଲରେ ମଧ୍ୟ ଚୋରି କରିଥିବାର ସନ୍ଦେହ କରାଯାଉଛି । ସଂଗ୍ରାମକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଏହି ଘଟଣା ମଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଏକ ସତର୍କ ଘଣ୍ଟି ହୋଇଛି । କାରଣ ସପିଂ ମଲରେ ଚୋରି ଘଟଣା ନୂଆ ନୁହେଁ । ପୂଜା ଭିଡ଼ରେ କିଛି ଗ୍ୟାଙ୍ଗ ଏପରି ସକ୍ରିୟ ହୋଇଥାନ୍ତି । ଭିଡ଼ ଦେଖି ବିଭିନ୍ନ ସଂପି ମଲରେ ଚୋରି କରିଥାନ୍ତି । ଏନେଇ ଗତ ରଜ ସମୟରେ ମଧ୍ୟ ନୟାପଲ୍ଲୀ ଥାନା ଅଞ୍ଚଳରୁ ଏକ ସପିଂ ମଲରେ ମାଳ ମାଳ ହୋଇ ପଶି ଲୁଗା ଭିତରେ ଗ୍ରୋସରୀ ଆଇଟମ ଲୁଚାଇ ନେଉଥିବା ଏକ ମହିଳା ଗ୍ୟାଙ୍ଗକୁ ଗିରଫ କରିଥିଲା କମିଶନରେଟ ପୋଲିସ । ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଥିଲା । ସେହିପରି ସପ୍ତାହେ ତଳେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ମଧ୍ୟ ସପିଂ ମଲରୁ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ ।

ଏହା ବି ପଢନ୍ତୁ...ଉଲଗ୍ନ ହୋଇ ଚୋରି କରୁଛି ଚୋର ! ସିସିଟିଭିରେ କଏଦ ପୁରା ଘଟଣା

ଠିକ ସେହିପରି କ୍ୟାପିଟାଲ ଥାନା ଅଞ୍ଚଳରେ ମଧ୍ୟ ଏକ ପ୍ୟାଣ୍ଟ ସାର୍ଟ ଚୋରିବେଳେ ଧରାପଡ଼ିଥିଲା ଚୋର । ମଲ୍ ଭିତରେ ପଶି ନୂଆ ପ୍ୟାଣ୍ଟ ସାର୍ଟର ପ୍ରାଇସ ଟ୍ୟାଗକୁ କାଟି ଦେଇ ସିକ୍ୟୁରିଟିକୁ ଚକମା ଦେଇ ଖସିଯାଉଥିଲା । ସେ ମଧ୍ୟ ଜଣେ ପଶ୍ଚିମବଙ୍ଗର ଲୁଟେରା ଥିଲା । ଯାହାକୁ ମ୍ୟାକ୍ସ ସୋରୁମରୁ ଚୋରି ଅଭିଯୋଗରେ ଗିରଫ କରିଥିଲା କମିଶନରେଟ ପୋଲିସ । ମଲର ସୁରକ୍ଷା ଓ ଚେକିଂର ଢିଲାପଣ ଦେଖି ସହଜରେ ଏହି ଚୋରମାନେ ଖସିଯାନ୍ତି।

ଏହିପରି ଢଙ୍ଗରେ ନୟାପଲ୍ଲୀ ଥାନା ଅଞ୍ଚଳର ସ୍ମାର୍ଟ ଆନନ୍ଦ ଏକ୍ସପୋର୍ଟରୁ ଲଗାତାର‌ ଚୋରି‌ ହେବାର ଖବର ପାଇଥିଲେ ମଲର ମ୍ୟାନେଜର । ଏନେଇ ସିସିଟିଭି ଚେକ୍ କରିବା ପରେ ଚୋରର ସନ୍ଧାନ ମିଳିଥିଲା । ଏନେଇ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ ଦେଇଥିଲେ ମ୍ୟାନେଜର ଶୁଭ୍ରାଂଶୁ ଶେଖର ସାହୁ । ସମାନ ଢଙ୍ଗରେ ଚୋର ଜଣକ ପୁଣି ଥରେ ଚୋରି‌ ପାଇଁ ମଲକୁ ପ୍ରବେଶ କରିଥିବାବେଳେ କାବୁ କରିନେଇଥିଲେ ମଲ୍ କର୍ତ୍ତୃପକ୍ଷ । ଏହାପରେ ତୁରନ୍ତ ନୟାପଲ୍ଲୀ ପୋଲିସକୁ ଜଣାଇବା ପରେ ତୁରନ୍ତ ପିସିଆର ସେଠାରେ ପହଞ୍ଚିଥିଲା । ଏନେଇ ଅଭିଯୁକ୍ତକୁ କାବୁ କରି ପରେ ଗିରଫ କରି‌ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.