ETV Bharat / state

କୃଷକଙ୍କୁ ମିଳିବ ଶକ୍ତି: ୧୦ଟି ନୂତନ ଧାନ କିସମ ଅନୁମୋଦିତ

author img

By

Published : Apr 13, 2023, 8:32 AM IST

ଓଡ଼ିଶା ରାଜ୍ୟ ବିହନ ସବ କମିଟିର ବୈଠକ ଅନୁଷ୍ଠିତ । ୧୦ଟି ନୂତନ ଧାନ କିସମକୁ ଅନୁମୋଦନ କଲା ବିହନ ସବ କମିଟି । ଅଧିକ ପଢନ୍ତୁ

ଓଡ଼ିଶା ରାଜ୍ୟ ବିହନ ସବ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବିହନ ସବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନଆରଆରଆଇ ଏବଂ ଓଡି଼ଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଦ୍ବାରା ବିକଶିତ ହୋଇଥିବା ଧାନ ଫସଲର ବିଭିନ୍ନ କିସମ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦନ ହୋଇଛି । ରାଜ୍ୟ ବିହନ ସବ କମିଟି ଏହାକୁ ଅନୁମୋଦନ ଦେଇଛି । କୃଷି ଓ କୃଷକ ସଶକ୍ତିକରଣର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ସବ କମିଟି ବୈଠକ ବସିଥିଲା । ଏଥିରେ ବିକଶିତ ଧାନ ଫସଲର ବିଭିନ୍ନ କିସମ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଛି । ଏହାସହିତ ୧୦ଟି କିସମର ଧାନ ବିହନ ଅନୁମୋଦିତ ହୋଇଛି ।

ଏହିସବୁ ନୂତନ କିସମ ବିକଶିତ ହେବା ଫଳରେ ରାଜ୍ୟର ଧାନ ଉତ୍ପାଦନ ବୃଦ୍ଧି ପାଇବ । ଏହା ସହିତ କୃଷକମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବ ବୋଲି ସଚିବ ଅରବିନ୍ଦ ପାଢ଼ୀ ଆଶା ବ୍ୟକ୍ତ କରିଛନ୍ତି । ଅନୁମୋଦିତ ୮ଟି କିସମର ଧାନ ହେଉଛି ସିଆର୍‌ ଧାନ ୩୨୬, ସିଆର୍‌ ଧାନ ୩୨୭, ସିଆର୍‌ ଧାନ ୩୨୮, ସିଆର୍‌ ଧାନ ୬୦୩, ସିଆର୍‌ ଧାନ ୭୦୪, ସିଆର୍‌ ଧାନ ୮୦୫, ସିଆର୍‌ ଧାନ ୮୦୬ ଓ ସିଆର୍‌ ଧାନ ୯୧୧ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଓୟୁଏଟି କଳିଙ୍ଗ ରାଇସ୍‌ ୨ ଏବଂ ଓୟୁଏଟି କଳିଙ୍ଗ ରାଇସ୍‌ ୮ ବୈଠକରେ ଅନୁମୋଦିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ସ୍ୱାସ୍ଥ୍ୟସେବାରେ କୃତିମ ବୁଦ୍ଧିମତାର ପ୍ରୟୋଗ, ଆଗୁଆ ଜାଣିବେ 5ବର୍ଷ ପରେ ହେବ କେଉଁ ରୋଗ

ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ବିହନ ସବ କମିଟି ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଓୟୁଏଟି ଏବଂ ଏନ୍‌ଆର୍‌ଆର୍‌ଆଇର କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାର କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ବିକଶିତ ୧୦ଟି ନୂତନ କିସମ କୃଷି ଉତ୍ପାଦନ ବୃଦ୍ଧି ସହ କୃଷକମାନେ ଅଧିକ ଉପକୃତ ହୋଇପାରିବେ ।

ଏହାମଧ୍ୟ ପଢନ୍ତୁ : ପୁରୀ CDMOଙ୍କୁ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଏହାମଧ୍ୟ ପଢନ୍ତୁ: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.