ETV Bharat / state

Manmohan Samal Meet Nadda: ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା

author img

By

Published : May 17, 2023, 6:10 PM IST

ଓଡିଶାରେ ମଧ୍ୟ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ନଡ୍ଡାଙ୍କ ସହ ମନମୋହନ ସାମଲ ଆଲୋଚନା କରିଛନ୍ତି । ମନମୋହନ ସାମଲ ଏହ ଗସ୍ତ ଅବସରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡିଛି । ଏତତବ୍ୟତୀତ ସାଧାରଣ ନିର୍ବାଚନ ଆଉ କିଛି ମାସ ବାକି ଥିବାବେଳେ ବିଜେପିର ରଣନୀତି, ଭବିଷ୍ୟତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା
ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସାକ୍ଷାତ ଅବସରରେ କେନ୍ଦ୍ର ସରକାରଙ୍କ 9 ବର୍ଷ ପୂର୍ତ୍ତୀ ନେଇ ହେବାକୁ ଥିବା କାର୍ଯ୍ୟକ୍ରମ, ରାଜ୍ୟ ରାଜନୈତିକ ସ୍ଥିତି, ଦଳର ସାଙ୍ଗଠନିକ କାର୍ଯ୍ୟ ସମେତ ଦଳୀୟ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଛି ।

ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା
ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ 9 ବର୍ଷ ପୁରିବାକୁ ଯାଉଛି । ଏଥିପାଇଁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆଯୋଜନ କରୁଛି ବିଜେପି । ଯାହା ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିବ । ଗତ 9 ବର୍ଷ ଭିତରେ ସରକାର କଣ କରିଛନ୍ତି, କେତେ ସଫଳତା ପାଇଛନ୍ତି, କଣ କଣ ସବୁ କାର୍ଯ୍ୟକ୍ରମ ହୋଇଛି, ଦେଶର ସ୍ବାର୍ଥ୍ୟ ଦୃଷ୍ଟିରୁ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ଦଳ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚାଯିବ । ସେଥିପାଇଁ ସାରା ଦେଶରେ ପ୍ରସ୍ତୁତି ଚଳାଇଛି ବିଜେପି ।

ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା
ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା

ଏହାବି ପଢନ୍ତୁ- ADR ରିପୋର୍ଟ; ଅଜଣା ସୂତ୍ରରୁ ୨୯୧ କୋଟି ପାଇଛି ବିଜେଡି

ଓଡିଶାରେ ମଧ୍ୟ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ନଡ୍ଡାଙ୍କ ସହ ମନମୋହନ ସାମଲ ଆଲୋଚନା କରିଛନ୍ତି । ମନମୋହନ ସାମଲ ଏହ ଗସ୍ତ ଅବସରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡିଛି । ଏତତବ୍ୟତୀତ ସାଧାରଣ ନିର୍ବାଚନ ଆଉ କିଛି ମାସ ବାକି ଥିବାବେଳେ ବିଜେପିର ରଣନୀତି, ଭବିଷ୍ୟତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ପାଇଁ ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ଅଣ୍ଟା ଭିଡିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ପରେ ଦୁଇ ଦଳ ସକ୍ରିୟ ହୋଇଛନ୍ତି।

ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା
ଦଳୀୟ ସଂଗଠନ ସୁଦୃଢ ନେଇ ଆଲୋଚନା ଚର୍ଚ୍ଚା

ସେହିପରି ମନମୋହନ ତାଙ୍କ ନୂଆ ଟିମ ଗଠନ ନେଇ ମଧ୍ୟ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପିରେ ମନମୋହନ ନୂଆ ଟିମ ଗଠନ କରିବେ ନା ସେହି ପୁରୁଣା ଟିମକୁ ନେଇ ଆଗକୁ ବଢିବେ ତାହା ଅସ୍ପଷ୍ଟ । କାରଣ ଆସନ୍ତା 20 ତାରିଖରୁ ଦଳର ରାଜ୍ୟ କାର୍ଯ୍ୟକାରୀଣି ବୈଠକ ହେବ । ଏହା ପରେ ଜିଲ୍ଲା କାର୍ଯ୍ୟକାରିଣୀ, ବ୍ଲକ, ମଣ୍ଡଳ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ତେବେ ଦେଖିବାର କଥା ମନମୋହନ ସାମଲଙ୍କ ଏହି ସାକ୍ଷାତ ଆଲୋଚନା ରାଜ୍ୟ ବିଜେପିକୁ କେତେ ଶକ୍ତି ଯୋଗାଉଛି ।

ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ, ମନମୋହନ ସାମଲ ନଡ୍ଡାଙ୍କ ଏହି ଭେଟଘାଟି ରାଜ୍ୟ ବିଜେପିକୁ କିଛି ମାତ୍ରାରେ ଶକ୍ତି ଦେଇପାରେ । ଶକ୍ତିଶାଳୀ ବିଜେଡି ବିରୋଧରେ ଲଢିବା ପାଇଁ ବିଜେପି ଉଦ୍ୟମ କରୁଥିଲେ ମଧ୍ୟ ବାରମ୍ବାର ଫେଲ ମାରୁଛି । ଯାହାକୁ ନେଇ ଏବେ ବିଜେପି ଭିନ୍ନ ରଣନୀତି ସହ ବିଜେଡି ବିରୋଧରେ ଲଢିବା ପାଇଁ ଯୋଜନା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.