ETV Bharat / state

ହଜିବନି ଓଡ଼ିଶାର ସୁସମୃଦ୍ଧ ସାହିତ୍ୟ ଓ ସଂସ୍କୃତି, ବେଦ ଉପନିଷଦ ସହଜରେ ପଢ଼ିବେ ପାଠକ

author img

By ETV Bharat Odisha Team

Published : Sep 15, 2023, 9:04 PM IST

Updated : Sep 15, 2023, 9:21 PM IST

ତାଳପତ୍ର ପୋଥିକୁ ପୁର୍ନଜୀବିତ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଏହାକୁ ନେଇ ରାଜ୍ୟ ସଂଗ୍ରହାଳୟ ଆୟୋଜିତ କରିଛି ପ୍ରଶିକ୍ଷଣ କର୍ମଶାଳା । ଏହି କର୍ମଶାଳାକୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ ଉଦ୍ଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

ତାଳପତ୍ର ପ୍ରଶିକ୍ଷଣ
ତାଳପତ୍ର ପ୍ରଶିକ୍ଷଣ
ହଜିବନି ଓଡ଼ିଶାର ସୁସମୃଦ୍ଧ ସାହିତ୍ୟ

ଭୁବନେଶ୍ବର: ତାଳପତ୍ର ପୋଥିକୁ ପୁର୍ନଜୀବିତ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଏହାକୁ ନେଇ ରାଜ୍ୟ ସଂଗ୍ରହାଳୟ ଆୟୋଜିତ କରିଛି ପ୍ରଶିକ୍ଷଣ କର୍ମଶାଳା । ଏହି କର୍ମଶାଳାକୁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ ଉଦଘାଟନ କରିଛନ୍ତି । ଏହି କର୍ମଶାଳାରେ ପ୍ରାଚୀନ ସାହିତ୍ୟର ମୂଳପିଣ୍ଡ ସାଜିଥିବା ତାଳପତ୍ର ପୋଥିକୁ ପୁର୍ନଜୀବିତ କରିବାର ପ୍ରୟାସ କରିବେ ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ । ଯାହା ଭବିଷ୍ୟତ ପିଢ଼ିର ଜ୍ଞାନ ଗଠନରେ ସହାୟକ ହେବା ସହ ପ୍ରାଚୀନ ପୋଥିର ଜ୍ଞାନକୁ ସମସ୍ତଙ୍କୁ ଆହୋରଣ କରିବାର ଖୋରାକ ଯୋଗାଇବା ।

ସମଗ୍ର ବିଶ୍ୱରେ ସଂଗ୍ରହାଳୟକୁ ଜ୍ଞାନର ଗନ୍ତାଘର କୁହାଯାଏ । ତେଣୁ ଓଡ଼ିଶା ବା ରାଜ୍ୟ ସଂଗ୍ରହାଳୟ ନୂଆ କିଛି ଜ୍ଞାନକୁ ତାର ସଂଗ୍ରହର ପେଡ଼ିରେ ଆଗାମୀ ପିଢ଼ି ପାଇଁ ବାନ୍ଧିରଖିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି । ତେଣୁ ଏଥର ପ୍ରୟାସ ତାଳପତ୍ରର ପୋଥିର ସଂଶୋଧନ ସମ୍ପାଦନ ଓ ସଂରକ୍ଷଣ କିପରି ହେବ । ଏହାକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ମାଧ୍ୟମରେ ପ୍ରାଚୀନ ପୋଥିକୁ ସାଇତି ରଖିବା ସହ ତାହା ଭବିଷ୍ୟତ ପୀଢ଼ିପାଇଁ କିଭଳି ପଠନ ଉପଯୋଗୀ ହୋଇପାରିବ ସେନେଇ ବିଶ୍ୱବିଦ୍ୟାଳୟ ଓ କଲେଜର ପିଜି ଏମଫିଲ ଓ ପିଏଚଡ଼ି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛି ରାଜ୍ୟ ସଂଗ୍ରହାଳୟ । ତେବେ ତାଳପତ୍ର ପୋଥିଗୁଡ଼ିକ ପ୍ରାଚୀନ କରଣୀ ଅକ୍ଷରରେ ଲେଖାଯାଇଥିବା ବେଳେ ସାଧାରଣ ପାଠକଟିଏ ଏହି ଅକ୍ଷରକୁ ପଢ଼ିବା ସମ୍ଭବ ହୋଇନଥାଏ । ତେଣୁ ପୋଥିଗୁଡ଼ିକରେ ଲୁକାୟିତ ହୋଇ ରହିଥିବା ଓଡ଼ିଶାର ସୁସମୃଧ ସାହିତ୍ୟ, ସଂସ୍କୃତି, ପରମ୍ପରା, ଇତିହାସ, ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଗଣିତ ଶାସ୍ତ୍ର ଏବଂ ଅନେକ ବେଦ ଉପନିଷଦ ଓ ପୁରାଣକୁ ପଢ଼ିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଯାହାଦ୍ୱାରା ଏଥିରେ ରହିଥିବା ପଦ ବାକ୍ୟ ଓ ବିଷୟବସ୍ତୁକୁ ଛାତ୍ରଛାତ୍ରୀ ଉଦ୍ଧାର କରିବା ସହ ବିଷୟବସ୍ତୁର କିଭଳି ରଚନା ହୋଇପାରିବ ଓ ତାଳପତ୍ରରେ ଥିବା ବିଭବଗୁଡିକ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ ସେନେଇ ପିଲାମାନେ ପ୍ରଶିକ୍ଷଣ ନେବେ ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂଗ୍ରହାଳୟ ପ୍ରବେଶ ମାଗଣା

ତେବେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଦିଲୀପ ରାଉତ ରାୟ କହିଛନ୍ତି "ଏହି କର୍ମଶାଳା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର 2 ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶେଷଣଜ୍ଞମାନେ ଛାତ୍ରଛାତୀଙ୍କୁ ପ୍ରାଚୀନ ପୋଥି ସମ୍ବଧରେ ପ୍ରଟିକାଲ ମଧ୍ୟମରେ ଶିକ୍ଷାଦାନ କରିବେ । ତେବେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ, ଉଦୟନାଥ କଲେଜ ଓ ରମାଦେବୀ ବିଶ୍ୱବିଦ୍ୟାଳର ୮୦ରୁ ଅଧିକ ପିଲା ଯୋଗ ଦେଇ ପ୍ରଶିକ୍ଷଣ ନେଇଛନ୍ତି । ସେପଟେ ୧୮ ଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ରାଜ୍ୟର ପ୍ରାୟ ସବୁ ବିଶ୍ବବିଦାଳୟ ଓ କଲେଜର ଛାତ୍ରଛାତ୍ରୀ ପ୍ରତିଦିନ ଆସି ପ୍ରଶିକ୍ଷଣ ନେବେ ।"

ତେବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଭାଷା ଏକମାତ୍ର ମାଧ୍ୟମ ହୋଇଥାଏ । ଶିଳାଲେଖାରୁ ଆରମ୍ଭ କରି ତାମ୍ର ଫଳକ ପଶୁ ଚର୍ମଠାରୁ ଆରମ୍ଭ କରି ପତ୍ର ବିଭିନ୍ନ ଲେଖନୀ ମାଧମରେ ଭାଷାକୁ ଲିପିବଦ୍ଧ କରାଯାଏ । ଏହା ମଧ୍ୟରୁ ତାଳପତ୍ର ଲେଖନୀ ଅନ୍ୟତମ । କାଗଜର ଉଦ୍ଭାବନ ପୂର୍ବରୁ ମଣିଷ ସମାଜ ପାଇଁ ଲିଖନୀର ଏହା ପ୍ରମୁଖ ମାଧ୍ୟମ ଥିଲା । ତେଣୁ ଏହି ପୋଥିକୁ ସାଇତିବା ପାଇଁ ରାଜ୍ୟ ସଂଗ୍ରହାଳୟରେ ପୋଥିର ଗ୍ରନ୍ଥାଗାର ବା ପୋଥି ଗ୍ୟାଲେରୀ ରହିଛି । ଯେଉଁଠି ୩୭୦୦ ପୋଥି ଗଛିତ ହୋଇ ରହିଛି । ଏହି ପୋଥିଗୁଡ଼ିକର ବିଷୟ ବସ୍ତୁକୁ ୨୭ ଗୋଟି ବିଭାଗରେ ବିଭକ୍ତ କରାଯାଇଛି । ପୋଥିଗୁଡ଼ିକ ବିଭିନ୍ନ ଭାଷା ଯଥା ଓଡ଼ିଆ, ସଂସ୍କୁତ, ହିନ୍ଦୀ, ବଙ୍ଗାଲି ଓ ତାମିଲରେ ଲେଖା ହୋଇଛି । ଏହାସହ ତାଳପତ୍ର, ଭୁଜପତ୍ର, କୁମ୍ଭୀପତ୍ର, ବାଉଁଶପାତ୍ର ଓ ହାତୀ ଦାନ୍ତରେ ଲିଖିତ ପୋଥିଗୁଡ଼ିକ ଗଛିତ ହୋଇରହିଛି । ସେପଟେ ତାଳପତ୍ରର ପ୍ରଚଳନର ମୁଖସାକ୍ଷୀ ସାଜିଥିବା ଭାଗବତ ଟୁଙ୍ଗିର ଦୃଶ୍ୟ ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ତେବେ ଭାଷା ସହ ସାହିତ୍ୟର ମୂଳ ତତ୍ଵକୁ ବୁଝିବା ପାଇଁ ପ୍ରାଚୀନ ତାଳପତ୍ର ପୋଥିର ଏହି ପୁନଃଉଧାର ଭବିଷ୍ୟତ ପିଢ଼ିକୁ ଏକ ନୂଆ ଦିଗଦର୍ଶନ ଦେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 15, 2023, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.