ETV Bharat / state

ନିଶାମୁକ୍ତ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ, ବସିବ ୨୮ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ - ଓଡ଼ିଶାରେ ଅସହ୍ୟ ହେଲାଣି ନିଶା କାରବାର

Nasha Mukt Bharat Abhiyaan meeting in Odisha: ରାଜ୍ୟରେ ବଢିବାରେ ଲାଗିଛି ନିଶା କାରବାର । ଆସନ୍ତାକାଲି ବସିବ ୨୮ ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ । ଅଧିକ ପଢନ୍ତୁ

Nasha Mukt Bharat Abhiyaan meeting in Odisha

author img

By ETV Bharat Odisha Team

Published : Dec 12, 2023, 4:24 PM IST

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେଲାଣି ନିଶା କାରବାର । କୋକେନଠାରୁ ଆରମ୍ଭ କରି ବ୍ରାଉନ ସୁଗାର, ଗଞ୍ଜେଇଠୁ ଆରମ୍ଭ କରି ଅଫିମ ପର୍ଯ୍ୟନ୍ତ ଚାରିଆଡେ ନିଶାର କବଳରେ ଯୁବପିଢୀ। ଯେତେ ଧରପଗଡ ହେଲେ ବି ସେତେ ଲୁଚାଛପାରେ ଚାଲୁଛି କାରବାର । ଫଳରେ ପାଠୁଆଠାରୁ ଆରମ୍ଭ କରି ଅପାଠୁଆ ସଭିଏଁ ନିଶାରେ କବଳିତ । ଯାହା ଫଳରେ ସମାଜରେ ବଢୁଛି ଅପରାଧିକ କାର୍ଯ୍ୟ । ଏନେଇ ନିଶାକୁ ମୂଳୋତ୍ପାଟନ କରିବାକୁ ମିଳିତ ଭାବରେ ବସିବ ପ୍ରଶାସନିକ ସ୍ତରରେ ବୈଠକ। ଆସନ୍ତାକାଲି (ବୁଧବାର) ନିଶାମୁକ୍ତ ଭାରତ ଅଭିଯାନ ବୈଠକର ଏକ ରାଜ୍ୟସ୍ତରୀୟ ୨୮ ଜଣିଆ ଉଚ୍ଚସ୍ତରୀୟ କମିଟି ବସିବ ବୋଲି ସୂଚନା ମିଳିଛି ।

Nasha Mukt Bharat Abhiyaan meeting in Odisha
ଓଡ଼ିଶାରେ ବସିବ ୨୮ ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ

ରାଜ୍ୟରେ ଏଣିକି କଡ଼ାକଡ଼ି ହେବ ନିଶାମୁକ୍ତ ଅଭିଯାନ। ଜିଲ୍ଲାସ୍ତରରେ ନିଶାମୁକ୍ତ ଅଭିଯାନ ଚାଲିବ। ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସୀମା ମଧ୍ୟରେ ସିଗାରେଟ୍ ବିକ୍ରି ନିଷେଧାଦେଶକୁ ସୁନିଶ୍ଚିତ କରାଯିବ। ଏହାସହ ନିଶାଦ୍ରବ୍ୟର ବିକ୍ରି ଓ ଉପଲବ୍ଧତାର ତଥ୍ୟ ନିଆଯିବ। ଏଥିପାଇଁ ସରକାର ଏକ ୨୮ ଜଣିଆ କମିଟି ଗଠନ କରିଛନ୍ତି । ଆସନ୍ତାକାଲି ଏହି କମିଟିର ବୈଠକ ବସିବା ସହ ଏହାର କାର୍ଯ୍ୟପନ୍ଥା‌ ନିର୍ଦ୍ଧାରଣ କରାଯିବ। ‘ନିଶାମୁକ୍ତ ଭାରତ’ ଅଭିଯାନ ଅଧୀନରେ ଏକ ରାଜ୍ୟସ୍ତରୀୟ କମିଟି ସରକାର ଗଠନ କରାଯାଇଛି । ତେବେ ଏହି କମିଟିରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ଅଧ୍ୟକ୍ଷ ରହିଥିବାବେଳେ ବିଭାଗୀୟ ନିର୍ଦ୍ଦେଶକ ସଦସ୍ୟ ସଚିବ ଏବଂ ବିଭାଗୀୟ ଅତିରିକ୍ତ ସଚିବ ସଦସ୍ୟ ଆବାହକ ଅଛନ୍ତି।

ଏହା ବି ପଢନ୍ତୁ- ନିଶା କାରବାର: କଠୋର ଭୁବନେଶ୍ବର କୋର୍ଟ, NDPS କେସରେ କାହାରିକୁ ମିଳୁନି ଜାମିନ

ଏହା ସହ ଏହି ୨୮ ଜଣିଆ କମିଟିରେ ରହିଛନ୍ତି ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅବକାରୀ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିକାରୀ ଯଥା ଅତିରିକ୍ତ ସଚିବ/ଯୁଗ୍ମ ସଚିବଙ୍କୁ ସଦସ୍ୟ ରଖାଯାଇଛି । ସେହିପରି ପୋଲିସ ମହାନିର୍ଦ୍ଦେଶକ, ଏନସିବି ଭୁବନେଶ୍ବର ୟୁନିଟ୍‌ର ପ୍ରତିନିଧି, ଆଇନଜୀବୀ, ମନସ୍ତତ୍ବ ସାମାଜିକ କର୍ମୀ, କ୍ଲିନିକାଲ ସାଇକୋଲୋଜିଷ୍ଟଙ୍କ ସମେତ ଆର୍ଟ ଅଫ୍ ଲିଭିଂ, ବ୍ରହ୍ମକୁମାରୀ, ଇସା ଫାଉଣ୍ଡେସନ୍, ନିସ୍ବାସ ଭଳି ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଏଥିରେ ସଦସ୍ୟ ରହିଛନ୍ତି ।

କମିଟିର ଦାୟିତ୍ବ:- ଏହି କମିଟି ‘ନିଶାମୁକ୍ତ ଭାରତ’ ଅଭିଯାନ ଅଧୀନରେ ଏକ ରାଜ୍ୟ ଅଭିଯାନ ପ୍ରସ୍ତୁତ କରିବ। ଜିଲ୍ଲାସ୍ତରରେ ଏହି ଅଭିଯାନର କାର୍ଯ୍ୟକାରିତାକୁ କମିଟି ସୁନିଶ୍ଚିତ କରିବ। ଏଥିସହ ଜିଲ୍ଲାସ୍ତରୀୟ ଅଭିଯାନକୁ ମାର୍ଗଦର୍ଶନ କରିବା ସହ ତଦାରଖ କରିବ ଏହି କମିଟି । ନିଶାମୁକ୍ତ ଅଭିଯାନରେ କିପରି ଗୋଷ୍ଠୀ ଅଂଶଗ୍ରହଣ ଏବଂ ଲୋକଙ୍କ ସହଯୋଗ ଅଧିକ ହେବ ତାହା ମଧ୍ୟ ଏହି କମିଟିର ଦାୟିତ୍ଵ। ଏହାଛଡ଼ା ରାଜ୍ୟ, ଜିଲ୍ଲା ଏବଂ ତଳସ୍ତରରେ ସେବା ପ୍ରଦାନକାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ରାଜ୍ୟ ଅଭିଯାନ ପାଇଁ ସାମାଜିକ ଗଣମାଧ୍ୟମ କୌଶଳ ଆପଣାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ।

ବିଭିନ୍ନ ଅନୁଷ୍ଠାନ, ଚିକିତ୍ସାଳୟକୁ ଏହି କମିଟି ପରିଦର୍ଶନ କରି ନିଶାମୁକ୍ତ ଅଭିଯାନର ପ୍ରସ୍ତୁତି ଓ କାର୍ଯ୍ୟକାରିତାର ଅନୁଧ୍ୟାନ କରିବ। ସେହିପରି ଭାବରେ ଯେକୌଣସି ଶିକ୍ଷାନୁଷ୍ଠାନ ନିକଟରେ କିପରି ସିଗାରେଟ୍ ବିକ୍ରି ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ତାହା ସୁନିଶ୍ଚିତ କରାଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିଶାଦ୍ରବ୍ୟର ବିକ୍ରି ଏବଂ ଉପଲବ୍ଧତାର ତଥ୍ୟ ନିଆଯିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନର ସମୀକ୍ଷା ହେବ । ନିଶାମୁକ୍ତ ଅଭିଯାନର ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରତି ୨ ମାସରେ ଥରେ କମିଟିର ବୈଠକ ବସିବ । ସଚେତନା ସୃଷ୍ଟି, ଦକ୍ଷତା ବିକାଶ ଏବଂ ନିଶାଦ୍ରବ୍ୟ ଚାହିଦା କମାଇବାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଏହି ବୈଠକରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.