ETV Bharat / state

ଶିଶୁ ଦିବସରୁ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ଏଥର ମୁଖ୍ୟ ପ୍ରସଙ୍ଗ ‘ଶିକ୍ଷା ପାଇଁ ପୋଷଣ’ - ସୁରଭି ୨୦୨୩

ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୩"। 3 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ପାଇଁ ପ୍ରକାଶ ପାଇଛି ନିୟମାବଳୀ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥି ଏସ୍. ।

state level children fest suravi 2023 starts from november 14 guideline issued

author img

By ETV Bharat Odisha Team

Published : Sep 9, 2023, 1:46 PM IST

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୩"। ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ । 3 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ପାଇଁ ପ୍ରକାଶ ପାଇଛି ନିୟମାବଳୀ।। ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିବା ସହ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥି ଏସ୍. । ଚଳିତ ବର୍ଷ ସୁରଭି -2023ର ଥିମ୍ (ମୁଖ୍ୟ ପ୍ରସଙ୍ଗ) ହେଉଛି ‘ଶିକ୍ଷା ପାଇଁ ପୋଷଣ’ (Nutrition for Education)।

ଚଳିତ ବର୍ଷ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ସହ ଓଡ଼ିଶା ମିଲେଟସ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତିନିଦିନ ଧରି "ସୁରଭି" କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ୍ ଓ ଜିଲ୍ଲା ସ୍ତରରେ ଗୋଟିଏ ଦିନ ଲେଖାଏଁ ଆୟୋଜନ କରିବାକୁ ସ୍ଥିର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେ କରିବେ ଫର୍ମ ପୂରଣ

ଏହା ସହ ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମିଲେଟସ ବର୍ଷ ପାଳନ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ " ଓଡ଼ିଶା ମିଲେଟସ୍ ମିଶନ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହଭାଗିତାରେ ବିଦ୍ୟାଳୟ, ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ମିଲେଟସର ଉପାଦେୟତା, ସଚେତନତା, ଶାରୀରିକ ସୁସ୍ଥତା ପାଇଁ ଏହାର ଆବଶ୍ୟକତା ନେଇ ପ୍ରତିଯୋଗିତାମାନ ଆୟୋଜନ କରାଯିବ ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥି ଏସ୍. ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିବା ସହ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି। ଅନ୍ୟପକ୍ଷରେ ଚଳିତବର୍ଷ ଅନ୍ତର୍ଜାତୀୟ ମିଲେଟ୍‌ସ ବର୍ଷ ପାଳନ କରାଯାଉଛି। ସେଥିପାଇଁ କୃଷି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ମିଲେଟ୍ ମିଶନ ଏବଂ ଗଣଶିକ୍ଷା ବିଭାଗର ସହଭାଗିତାରେ ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ୍ ଏବଂ ଜିଲାସ୍ତରରେ ମିଲେଟ୍‌ର ଉପାଦେୟତା, ସଚେତନତା, ଶାରୀରିକ ସୁସ୍ଥତା ପାଇଁ ଏହାର ଆବଶ୍ୟକତା ତଥା ପ୍ରଚାରପ୍ରସାର ପାଇଁ କେତେକ ପ୍ରତିଯୋଗିତା ଆୟୋଜନ କରାଯିବ ।

ସୁରଭିର ବିଭିନ୍ନ ପ୍ରତିଯୋଗିତା ବିଦ୍ୟାଳୟ ସ୍ତରୀୟଠାରୁ ଆରମ୍ଭ କରି ଜିଲା ସ୍ତରୀୟ ପର୍ଯ୍ୟନ୍ତ ଗୋଟିଏ ସମୟରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୧ରୁ ୨୩ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ତରରେ, ୨୫ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ କ୍ଲଷ୍ଟର ସ୍ତରରେ, ଅକ୍ଟୋବର ୧୬ରୁ ୨୦ ପର୍ଯ୍ୟନ୍ତ ବ୍ଲକ୍ ସ୍ତରରେ ଏବଂ ନଭେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଜିଲା ସ୍ତରରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାୱାରୀ ମନୋନୀତ କୃତି ଛାତ୍ରଛାତ୍ରୀଙ୍କ ନାମ, ବୟସ, ଦଳ, ବିଦ୍ୟାଳୟ ଓ ଜିଲାର ନାମ ଇତ୍ୟାଦି ନଭେମ୍ବର ୬ ସୁଦ୍ଧା ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦଙ୍କୁ ଜଣାଇବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.