ETV Bharat / state

ପ୍ରାଣୀ ଚିକିତ୍ସକଙ୍କ ଛୁଟି ଏବଂ ଗଣଛୁଟି ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ

ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ଭେଟେରିନାରୀ ଅଧିକାରୀମାନେ ଚଳିତ ମେ ମାସ ୧ ତାରିଖରୁ ସରକାରୀ କାର୍ଯ୍ୟରେ ଡିଜିଟାଲ ବୟକଟ କରିବେ । ସମୂହ ଛୁଟି ଓ ସମୂହ ଇସ୍ତଫା ପ୍ରଦାନର ଯୋଜନା କରୁଥିବା ବିଭାଗର ଦୃଷ୍ଟିକୁ ଆସିଛି । ଅଧିକ ପଢନ୍ତୁ

ପ୍ରାଣୀ ଚିକିତ୍ସକଙ୍କ ଛୁଟି ଏବଂ ଗଣଛୁଟି ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ
ପ୍ରାଣୀ ଚିକିତ୍ସକଙ୍କ ଛୁଟି ଏବଂ ଗଣଛୁଟି ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ
author img

By

Published : May 3, 2023, 10:49 PM IST

ଭୁବନେଶ୍ବର: ଗ୍ରହଣୀୟ ହେବ ନାହିଁ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡର କର୍ମଚାରୀମାନଙ୍କର କୌଣସି ଛୁଟି ଏବଂ ଗଣଛୁଟି । ଛୁଟି ଏବଂ ଗଣଛୁଟି ଆବେଦନ ଗ୍ରହଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ।

ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରର ଭେଟେରିନାରୀ ଅଧିକାରୀମାନେ ଚଳିତ ମେ ମାସ ୧ ତାରିଖରୁ ସରକାରୀ କାର୍ଯ୍ୟରେ ଡିଜିଟାଲ ବୟକଟ କରୁଛନ୍ତି । ସମୂହ ଛୁଟି ଓ ସମୂହ ଇସ୍ତଫା ପ୍ରଦାନର ଯୋଜନା କରୁଥିବା ବିଭାଗର ଦୃଷ୍ଟିକୁ ଆସିଛି । ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏ ସଂପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଏହା ସହିତ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଏଥି ସହିତ ପ୍ରମୁଖ ଶାସନ ସଚିବ ପରିସ୍ଥିତି ସଂପର୍କରେ ପ୍ରତିଦିନ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ସଂପୃକ୍ତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅନ୍ୟ ଏକ ଚିଠିରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ନିର୍ଦ୍ଦେଶାଳୟ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶାଳୟର ବିନା ଅନୁମତିରେ ସଦର ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେମାନଙ୍କ ଅଧିନରେ କାର୍ଯ୍ୟରତ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡର କର୍ମଚାରୀମାନଙ୍କର କୌଣସି ଛୁଟି ଏବଂ ଗଣଛୁଟି ଆବେଦନ ଗ୍ରହଣ ନକରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ପରିସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ୍ୟରକ୍ଷାର ପ୍ରୟୋଜନିୟତା ଦୃଷ୍ଟିରୁ କର୍ମଚାରୀଙ୍କୁ ଛୁଟି ପ୍ରଦାନ ନକରିବା କିମ୍ବା ପ୍ରଦାନ କରାଯାଇଥିବା ଛୁଟିକୁ ବାତିଲ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ସର୍ଭିସ କୋଡ୍‌ ଧାରା ୧୩୧ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି ।

ପୂର୍ବର ଅନୁମତି ବିନା କେହି ଛୁଟିରେ ଯାଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ପ୍ରାଣୀ ଚିକିତ୍ସା ସେବା କ୍ୟାଡର ଅଧିକାରୀଙ୍କୁ ଜନସାଧାରଣଙ୍କ ଶାନ୍ତି ଓ ସ୍ୱାର୍ଥ ବ୍ୟାହାତ ହେଉଥିବା କୌଣସି ଆନ୍ଦୋଳନ, ବିକ୍ଷୋଭ, ଶୋଭାଯାତ୍ରାରେ ସାମିଲ ନହେବା ପାଇଁ କଡା ଚେତାବନୀ ଦିଆଯାଇଛି । ଏଥି ସହିତ କୌଣସି ଡିଜିଟାଲ ସରକାରୀ କାର୍ଯ୍ୟରୁ କର୍ମଚାରୀମାନେ ଦୂରେଇ ରହିବା ‘୫ଟି’ ଉପକ୍ରମର ବିରୁଦ୍ଧାଚରଣ କରୁଥିବାରୁ ଏଥିରୁ ବିରତ ରହିବା ପାଇଁ ନିର୍ଦ୍ଦେଶକ ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏ ଦିଗରେ କୌଣସି ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ ଅବଗତ କରାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.