ETV Bharat / state

Odisha Cabinet: ୮୬୬ ନୂଆ ସେତୁ, ଆହୁରି ୧୦ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏଥିରେ ଆହୁରି ୧୦ ବର୍ଷ ପାଇଁ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ପ୍ରାୟୋଜକ ଓଡ଼ିଶା ସରକାର ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Apr 24, 2023, 7:22 PM IST

Updated : Apr 24, 2023, 9:07 PM IST

୧୫ ପ୍ରସ୍ତାବରେ କ୍ୟାବିନେଟ ମୋହର
୧୫ ପ୍ରସ୍ତାବରେ କ୍ୟାବିନେଟ ମୋହର
କ୍ୟାବିନେଟ ବୈଠକ ନେଇ ସୂଚନା ଦେଉଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା କ୍ୟାବିନେଟ ବୈଠକ । ତେବେ ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଆହୁରି ୧୦ ବର୍ଷ ପାଇଁ ଓଡ଼ିଶା ସରକାର ରହିବେ ଭାରତୀୟ ହକି ଦଳର ପ୍ରାୟୋଜକ । ଏହି ସମ୍ପର୍କିତ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ସେହିଭଳି କଟକ ରିଙ୍ଗ ରୋଡ଼କୁ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି ।

  • କ୍ୟାବିନେଟ ନିଷ୍ପତ୍ତି | ଗ୍ରାମ୍ଯ ଉନ୍ନୟନ ବିଭାଗ

    ଗ୍ରାମ୍ଯଉନ୍ନୟନ ବିଭାଗରେ ଜିଲ୍ଲାସ୍ତରୀୟ ୩ୟ ଶ୍ରେଣୀ କର୍ମଚାରୀମାନଙ୍କ ନିଯୁକ୍ତି ଓ ପଦୋନ୍ନତି ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପଦୋନ୍ନତି ସମ୍ବନ୍ଧୀତ ପ୍ରେସ୍ ବିବୃତି: pic.twitter.com/zQZ9nmyeBC

    — I & PR Department, Odisha (@IPR_Odisha) April 24, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଆଜି କ୍ୟାବିନେଟରେ ୧୫ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆହୁରି ୧୦ ବର୍ଷ ପାଇଁ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ । ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା । ଏହି ସମୟ ମଧ୍ୟରେ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରାଯିବ । ଏନେଇ ଆଗତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

  • କ୍ୟାବିନେଟ୍ ନିଷ୍ପତ୍ତି | ବୈଦୁତିକ ଯାନ ନୀତି

    ବୈଦୁତିକ ଯାନ ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ରାଜ୍ଯ ସରକାର ଲୋକମାନଙ୍କୁ ଅଧିକ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ଲୋକଙ୍କୁ ବୈଦୁତିକ ଯାନ (ଇ-ଭେଇକଲ୍) କ୍ରୟ କରିବା ପାଇଁ ପ୍ରେରିତ କରିବ। pic.twitter.com/zhI3lOCjbE

୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବେ ଓଡ଼ିଶା ସରକାର । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ଆହୁତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ସେହିଭଳି ଓଡ଼ିଶା ଇଭି ପଲିସି- ୨୦୨୧ରେ ସଂଶୋଧନ ହେବ । ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଏବଂ ଓବିସି କମିଶନଙ୍କ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ- ୨୦୨୩ ଆସିବ । ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ମଧ୍ୟ ସଂଶୋଧନ ହେବ । ସେହିପରି ଅବକାରୀ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ- ୨୦୨୩ ଆସିବ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ ସହିତ ଜିପିଏଫ୍ ଅଧିନିୟମ- ୧୯୩୮ରେ ସଂଶୋଧନ ହେବ । ସେହିଭଳି ଅବକାରୀ ମନ୍ତ୍ରଣାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ ଆଜିର ବୈଠକରେ ଅନୁମୋଦନ କରିଛି ।

  • କ୍ୟାବିନେଟ୍ ନିଷ୍ପତ୍ତି | ଗ୍ରାମ୍ୟ ଉନ୍ନୟନ ବିଭାଗ

    ଗ୍ରାମାଞ୍ଚଳ ଲୋକଙ୍କ ଯାତାୟତରେ ସୁବିଧା ତଥା ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ "ବିଜୁ ସେତୁ ଯୋଜନା"କୁ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୨୧-୨୨ରୁ ୨୦୨୩-୨୪ ମଧ୍ଯରେ ୫ ହଜାର ୧୮୨ କୋଟି ଟଙ୍କାରେ ୯୪୬ଟି ସେତୁ ଅନୁମୋଦିତ ହୋଇଛି। pic.twitter.com/Rv2NgLF4cA

ସେହିପରି ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି । ବିଜୁ ସେତୁ ଯୋଜନାରେ ନିର୍ମାଣ ହେବ ଆଉ ୮୬୬ ସେତୁ । ୮୬୬ ନୂଆ ସେତୁ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ବିଶେଷ କରି କଟକ ରିଙ୍ଗ ରୋଡ଼ ୬ ଲେନ୍ ବିଶିଷ୍ଟ କରିବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଖାନ ନଗର ଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ଏହି ରିଙ୍ଗ ରୋଡ଼ ୬ ଲେନ୍ କରିବା ପାଇଁ ଖର୍ଚ୍ଚ ହେବ ୧୨୧ କୋଟି ୬୫ ଲକ୍ଷ । ଆସନ୍ତା ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ । ଓଡ଼ିଶା ଇଭି ପଲିସି - ୨୦୨୧ର ସଂଶୋଧନ, ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ସାଧାରଣ ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନକୁ ମଂଜୁରୀ । ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନକୁ ମିଳିଛି ରାଜ୍ୟ କ୍ୟାବିନେଟର ମଂଜୁରୀ । ଗ୍ରାହକଙ୍କ ପାଇଁ ପରିବାର ସଂଜ୍ଞାରେ ପରିବାର ସଦସ୍ୟଙ୍କୁ ଗ୍ରହଣ କରାଯିବ । ଉଭୟ ପୁରୁଷ ଓ ମହିଳା ଗ୍ରାହକଙ୍କ ପାଇଁ ପରିବାର ସଂଜ୍ଞା ଲାଗୁ ହେବ । ପରିବାର ସଂଜ୍ଞାରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 24, 2023, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.