ETV Bharat / state

ଲୋକମାନେ ଚାହୁଁଛନ୍ତି ସରକାର ପରିବର୍ତ୍ତନ ହେଉ: ମନମୋହନ

Manmohan Samal Reaction: ରାଉରକେଲା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ବିଜେପି । ୨୦୨୪ରେ ଓଡ଼ିଶାବାସୀ ସରକାର ପରିବର୍ତ୍ତନ ଚାହୁଁଛନ୍ତି ଓ ବିଜେପି ସରକାର ଗଢ଼ିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : Jan 6, 2024, 9:10 PM IST

ଲୋକମାନେ ଚାହୁଁଛନ୍ତି ସରକାର ପରିବର୍ତ୍ତନ ହେଉ
ଲୋକମାନେ ଚାହୁଁଛନ୍ତି ସରକାର ପରିବର୍ତ୍ତନ ହେଉ
ଲୋକମାନେ ଚାହୁଁଛନ୍ତି ସରକାର ପରିବର୍ତ୍ତନ ହେଉ

ଭୁବନେଶ୍ବର: ୨୦୨୪ ପାଇଁ ରାଉରକେଲାରେ ରଣନୀତି ପ୍ରସ୍ତୁତ କରିଛି ବିଜେପି । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭିନ୍ନ କମିଟି ସହ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ । ତେବେ ଦୁଇ ଦିନର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ । ବିଜେପି ଲଢିବ ଏବଂ ସରକାର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନମୋହନ ।

ସେ କହିଛନ୍ତି, "ସବୁ ବିଷୟରେ ଆଲୋଚନା ହେଲା । 24 ନିର୍ବାଚନ ପାଇଁ କେଉଁ କେଉଁ ସ୍ତରକୁ ଯିବ ବିଜେପି ସେ ବିଷୟରେ ଚର୍ଚ୍ଚା ହେଲା । ଲୋକମାନଙ୍କ ଆଶୀର୍ବାଦ ଅଛି ବିଜେପି ଉପରେ । ଲୋକମାନେ ଚାହୁଁଛନ୍ତି ସରକାର ପରିବର୍ତ୍ତନ ହେଉ । ପ୍ରାର୍ଥୀ ଚୟନ ପାର୍ଲିଆମେଣ୍ଟାରୀ ପାର୍ଟି ନିଷ୍ପତ୍ତି ନେବେ । ବିଜେପି ଲଢିବ ଏବଂ ସରକାର କରିବ । ଆଗାମୀ ଦିନରେ କଣ କଣ ରଣନୀତି ରହିବ ଏବଂ କେମିତି ଲଢେଇ ହେବ, ସେ ବିଷୟରେ ମଧ୍ୟ କେନ୍ଦ୍ରୀୟ ନେତୃତ୍ବ ଆଲୋଚନା କରିଥିଲେ । ପାର୍ଲିଆମେଣ୍ଟାରୀ ପାର୍ଟିରେ ଅଭିଜ୍ଞ ଲୋକ ଅଛନ୍ତି । ସେମାନେ ଚିନ୍ତା କରୁଛନ୍ତି, ଯାହା ନିଷ୍କର୍ସ ବାହାରିବ, ତାହା ହେବ । ଆମେ ପ୍ରସ୍ତୁତ ଅଛୁ ନିର୍ବାଚନ ପାଇଁ । ଆମ ଦଳ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିଲା । ଏବେ ତ ନିର୍ବାଚନ ଠିକ ସମୟରେ ହେବ । ନିଶ୍ଚିତ ଭାବେ ବିଜେପି ସରକାର ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ: ଜୟନାରାୟଣ

ପ୍ରକାଶ ଥାଉ, ଆଗାମୀ ନିର୍ବାଚନ ପ୍ରସ୍ତୁତି ପାଇଁ ପୁରା ଦମରେ ଲାଗିପଡ଼ିଛି ବିଜେପି । ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ହେଉଛି ବିଜେପି । କିନ୍ତୁ ଏଥର ଆଉ ବିରୋଧୀ ଦଳ ଭାବରେ ବିଜେପି ରହିବାକୁ ଚାହୁଁନାହିଁ । ସେପଟେ ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଁ ତିଆରି ହୋଇଛି ବ୍ଲ୍ୟୁ ପ୍ରିଣ୍ଟ । ବିଜେଡି ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ । ଯାହା ଦ୍ବନ୍ଦ୍ବ ଥିଲା, ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ତାହା ଦୂର କରିଛନ୍ତି । ସେଥିପାଇଁ ବିଜେପି ଲାଗିପଡ଼ିଛି ଦମରେ । ରାଜ୍ୟ ସଭାପତିଙ୍କ ଜିଲ୍ଲା ଗସ୍ତ ଏବେ ଲାଗିରହିଛି । ନେତା ମାନେ ବି ଗାଁ ମୁହାଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.