ETV Bharat / state

ବିକାଶ ନେଇ ଶ୍ବେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର; ଶତ ପ୍ରତିଶତ ଫଳପ୍ରଦ ହେବ ଗୌହାଟୀ ରଣନୀତି: ମନମୋହନ

author img

By

Published : Jul 7, 2023, 8:34 PM IST

ଗୌହାଟୀରୁ ଫେରିବା ପରେ ରାଜ୍ୟରେ ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଗୌହାଟୀ ରଣନୀତି ଶତ ପ୍ରତିଶତ ଫଳପ୍ରଦ ହେବ ବୋଲି କହିବା ସହ ରାଜ୍ୟରେ ହୋଇଥିବା ବିକାଶର ଶ୍ବେତପତ୍ର ଓଡିଶା ସରକାର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ଗୌହାଟୀରୁ ଫେରିବା ପରେ ମନମୋହନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ବିଜୟୀ ହେବା ପାଇଁ ବିଜେପିର ସ୍ବତନ୍ତ୍ର ରଣନୀତି । ଓଡ଼ିଶାରେ ସରକାର ଗଢ଼ିବା ଲକ୍ଷ୍ୟରେ ଦଳ । ଏଥିପାଇଁ ସ୍ବତନ୍ତ୍ର ବ୍ଲ୍ୟୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି । ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକୁ ନେଇ ଗୌହାଟୀରେ ବସିଥିବା ବୈଠକରୁ ଫେରିବା ପରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ବିକାଶକୁ ନେଇ ଓଡ଼ିଶା ସରକାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ମନମୋହନ ଦାବି କରିଛନ୍ତି ।

'ସଫଳ ହେବ ଗୌହାଟୀ ରଣନୀତି': ମନମୋହନ କହିଛନ୍ତି, "ଗୌହାଟୀ ରଣନୀତି ଶତ ପ୍ରତିଶତ ଫଳପ୍ରଦ ହେବ । ବର୍ତ୍ତମାନ ଆମେ ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ ନେଇକି ଯିବୁ । ରାଜ୍ୟରେ କିପରି ଆମେ ନିର୍ବାଚନ ଲଢ଼ିବୁ ସେନେଇ ବୈଠକରେ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି । ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ ନେତୃତ୍ବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି । ଓଡ଼ିଶାରେ ଆଗାମୀ ନିର୍ବାଚନ କର ବା ମର ହେବ । ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ରାଜ୍ୟ ନେତୃତ୍ବଙ୍କୁ ଦାୟିତ୍ବ ଦିଆଯାଇଛି । ଆମ ମତାମତ ଶୁଣାଯାଇଛି । ୩ଟି ବୈଠକ ଅଛି । ବୈଠକ ପରେ ପୁନର୍ବାର ବସି ନିଷ୍ପତ୍ତି ନିଆଯିବ । ସାଙ୍ଗଠନିକ ସ୍ଥିତି ନେଇ ରିପୋର୍ଟ ଦେବାକୁ ରାଜ୍ୟ ନେତୃତ୍ବଙ୍କୁ ନିର୍ଦ୍ଦେଶ ରହିଛି ।"

'ଏକାକୀ ନିର୍ବାଚନ ଲଢ଼ିବ ଦଳ': ମନମୋହନ କହିଛନ୍ତି, "ଯଦି ଠିକ ସମୟରେ ନିର୍ବାଚନ ହୁଏ, ତେବେ ଆମ ପାଖରେ ବହୁତ ସମୟ ରହିଛି । ଦଳ କଠିନ ପରିଶ୍ରମ କରିବ । ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ସବୁ ସିଟ୍‌ରେ ଲଢ଼ିବ । ସେ ଦ୍ବନ୍ଦ୍ବ ବିଜେପିରେ ନାହିଁ । ନିର୍ବାଚନ ଜିତିବା ପାଇଁ ଯାହା ଯାହା ଦରକାର ତାହା କରାଯିବ । ଗଣମାଧ୍ୟମରେ ତାହା କୁହାଯାଏନି ।"

ରାଜ୍ୟ ବିଜେପିର ୨୦୨୪ ପାଇଁ ମୁଦ୍ଦା: ସେ ଆହୁରି କହିଛନ୍ତି, "୨୦୨୪ ପାଇଁ ଦୁର୍ନୀତି, ବେରୋଜଗାରୀ, ଦାଦନ, ବିକାଶକୁ ମୁଖ୍ୟ ପ୍ରସଙ୍ଗ କରାଯିବ । ରାଜ୍ୟରେ ବିକାଶ ବାଟବଣା ହୋଇଯାଇଛି । ପର୍ଯ୍ୟଟନର ବିକାଶ ନାହିଁ । ଜଳସେଚନର ବିକାଶ ନାହିଁ । ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ । ଜନତାଙ୍କୁ ବିଜେପି ନିବେଦନ କରିବ ଯେ, ଆମକୁ ୫ ବର୍ଷ ଦିଅ । ବିଜେପି ସରକାର ଆସିଲେ ୭୫ ବର୍ଷରେ ଯାହା ନହୋଇଛି, ତା'ଠୁ ଅଧିକ କାମ କରିବୁ । ଓଡ଼ିଶା ସରକାର ବିକାଶକୁ ନେଇ ଡିଣ୍ଡିମ ପିଟୁଛନ୍ତି । ଲୋକଙ୍କ ପାଖକୁ ଯାଉଛନ୍ତି । ତାହାର ଶ୍ବେତପତ୍ର ଜାରି କରିବାକୁ ମନମୋହନ ଦାବି କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.