ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବେ କି ? ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବୟାନ ପରେ ଯୋରଦାର ହୋଇଛି ଚର୍ଚ୍ଚା । ଏନେଇ ଆଜି ମୁହଁ ଖୋଲିଛି ବିଜେପି । ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସମ୍ପୂର୍ଣ ମିଥ୍ୟା । ପ୍ରଶାନ୍ତ ଜଗଦ୍ଦେବଙ୍କର କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗାଯୋଗ ନାହିଁ । ଏହାର କୌଣସି ସତ୍ୟତା ନାହିଁ । ଯଦି ପ୍ରମାଣ ଅଛି ସସ୍ମିତ ବାବୁ ଦିଅନ୍ତୁ । ନା କେବଳ ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ଆଜି ସସ୍ମିତ ପାତ୍ର କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କର କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗାଯୋଗ ନାହିଁ । ଏହା ଅବାନ୍ତର ଯୁକ୍ତି । କୌଣସି ସତ୍ୟତା ନାହିଁ । ଯଦି ପ୍ରମାଣ ଅଛି ସସ୍ମିତ ବାବୁ ଦିଅନ୍ତୁ । ନା କେବଳ ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯେତିକି ସସ୍ମିତଙ୍କୁ ବ୍ୟକ୍ତିଗତ ଭାବେ ଜାଣେ ସେ ଏଭଳି ଚରିତ୍ରର ନୁହେଁ । ଗଣମାଧ୍ୟମ ଆଗରେ ମିଛ କହିବେ । ତାଙ୍କୁ ଜବରଦସ୍ତକରି କୁହାଯାଇଛି । ଅବାନ୍ତର ବକ୍ତବ୍ୟ ସସ୍ମିତଙ୍କ ପାଇଁ ଯୋଗ୍ୟ ନଥିଲା, ଅନ୍ତତଃ ଜଣେ ସାଂସଦଙ୍କ ପକ୍ଷେ ।
ଏହାବି ପଢନ୍ତୁ- ବିଜେଡିରୁ ବହିଷ୍କୃତ ନେତାଙ୍କୁ କୋଳେଇ ନେଉଛନ୍ତି ଧର୍ମେନ୍ଦ୍ର: ସସ୍ମିତ
ପୃଥ୍ବୀରାଜ ଆହୁରି କହିଛନ୍ତି ଏହା ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ । ଚିଲିକାରେ ବିଧାୟକଙ୍କୁ ଦଳ ତରଫରୁ ସେଠାକୁ ଯିବାକୁ ମନା କରାଯାଇଛି । ତାଙ୍କ ଦଳର ଅନ୍ୟ ନେତାଙ୍କଠୁ ଶୁଣିବାକୁ ପାଉଛୁ ।ଶଙ୍ଖ ଭବନରୁ ତାଙ୍କ ଦଳର ନେତାମାନଙ୍କୁ ତାଗିଦ କରାଯାଇଛି ତମେ ଏମଏଲଏଙ୍କ ସହିତ ମିଶିବନି। ବିଜେଡି ଏକ ବାରୁଦ ଗଦାରେ ବସିଛି । ସାମାନ୍ୟ ନିଆଁ ଲାଗିଲେ ଦଳ ବିସ୍ଫୋରଣ ହେବ ଖଣ୍ଡ ବିଖଣ୍ଡିତ ହୋଇଯିବ । ତେଣୁ ଔଷଧ ବିକଳରେ ତାଡିଆ କାମୁଡୁଛି ।
ପୃଥ୍ବୀରାଜ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି । ବର୍ଷକରେ ବାଇଶି ପ୍ରତିଶତ ଖସିଛି । ନିମ୍ନମୁଖି ହେବାରେ ଲାଗିଛି । ଦଳ ସତ୍ତା ହରାଇଲାଣି । ମୁଖ୍ୟମନ୍ତ୍ରୀ ଫିଜିକାଲି ଅନଫିଟ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଚାଲିଥିଲା ଲୋକପ୍ରିୟତା ମଧ୍ୟ ଧୀରେ ଧୀରେ ଅକାମି ଅକ୍ଷମ ହେଲାଣି । ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସାରା ବୁଲାଉଛନ୍ତି । ସରକାରୀ କର୍ମଚାରୀ ବିରୁଦ୍ଧରେ ଯିଏ କହିଲା ଅନ୍ୟ ମାନଙ୍କ ମୁହଁରେ କୁହାଇକି ଆକ୍ରମଣ କରୁଛନ୍ତି । ସସ୍ମିତଙ୍କ ପ୍ରତିକ୍ରିୟାରେ ଏକ ପ୍ରତିଶତ ସତ୍ୟତା ନାହିଁ । କେହି ଆଲୋଚନା କରି ନାହାଁନ୍ତି, ସାକ୍ଷାତ କରିନାହାଁନ୍ତି । ହଠାତ ବିଜେଡି କାହିଁକି କଥା ଆଣିଲା, ଉତ୍ତର ସେ ହିଁ ଦେବେ । ବିଜୁ ଜନତା ଦଳ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ।
ଇଟିଭି ଭାରତ, ଭୁବନେଶ୍ବର