ETV Bharat / state

ଇଞ୍ଜିନିୟରଙ୍କ ସୂକ୍ଷ୍ମ କଳାକୃତି, ମନକିଣୁଛି ମନୋଜଙ୍କ ଚକଖଡି ମୂର୍ତ୍ତି

ଚକ ଖଡ଼ିରେ ସୁନ୍ଦର କଳାକୃତି। ଏହି ସୂକ୍ଷ୍ମ କଳାକୃତିର ବିନ୍ଧାଣୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କୁଞ୍ଜୁରୀ ପଞ୍ଚାୟତ ବାଲିପଟଣା ଗ୍ରାମର ମନୋଜ ମହାରଣା । ଅଧିକ ଖବର ପଢନ୍ତୁ...

author img

By

Published : Jul 12, 2020, 9:08 PM IST

ସୂକ୍ଷ୍ମ କାରୁକାର୍ଯ୍ୟର ବିନ୍ଧାଣୀ ମନୋଜ
ସୂକ୍ଷ୍ମ କାରୁକାର୍ଯ୍ୟର ବିନ୍ଧାଣୀ ମନୋଜ

ଖୋର୍ଦ୍ଧା: ଚକଖଡ଼ିରେ ସୁନ୍ଦର କଳାକୃତି। ଏହି ସୂକ୍ଷ୍ମ କଳାକୃତିର ବିନ୍ଧାଣୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କୁଞ୍ଜୁରୀ ପଞ୍ଚାୟତ ବାଲିପଟଣା ଗ୍ରାମର ମନୋଜ ମହାରଣା । ପେଶାରେ ସେ ସିନା ଜଣେ ଇଞ୍ଜିନିୟର କିନ୍ତୁ ନିଶା ତାଙ୍କର ସୂକ୍ଷ୍ମ କଳାକୃତି । ପିଲାଙ୍କ ପଢାରେ ବ୍ୟବହୃତ ଚକ ଖଡ଼ିଗୁଡିକ ମନୋଜଙ୍କ ହାତର ଯାଦୁଗରୀ ସ୍ପର୍ଶରେ ସତେ ଯେମିତି ଜୀବନ୍ତ ହୋଇଉଠୁଛନ୍ତି । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ସୂକ୍ଷ୍ମ କାରୁକାର୍ଯ୍ୟର ବିନ୍ଧାଣୀ ମନୋଜ

ସୂକ୍ଷ୍ମ କାରୁକାର୍ଯ୍ୟର ବିନ୍ଧାଣି। ଅତି ମନୋରମ ଏହି ଚକଖଡ଼ିରେ ହୋଇଥିବା ବୁଦ୍ଧଦେବ, ଅଗ୍ରପୂଜ୍ୟ ଗଣେଶ, ଘୋଡା,ହାତୀ, ଚାବିତାଲା ଆଉ ହରହର ମହାଦେବଙ୍କ କଳାକୃତି । କଳାକୃତି ଏତେ ସୂକ୍ଷ୍ମ ଯେ, ନଦେଖିଲେ ବିଶ୍ବାସ କରିବା କଷ୍ଟ । କେବଳ ଗୋଟିଏ ଛୁଞ୍ଚି ସାହାଯ୍ୟରେ ହୋଇପାରୁଛି ଏତେ ସୁନ୍ଦର ସୁନ୍ଦର କଳାକୃତି । ଆଉ ଏହି ଆଖି ଝଲସେଇଲା ଭଳି କାରୁକାର୍ଯ୍ୟ କରି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗାଁର ମନୋଜ । ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ମନୋଜ ଜଣେ ଇଞ୍ଜିନିୟର । ଆଉ ନିଜ କର୍ମମୟ ଜୀବନରୁ ଟିକିଏ ଅବସର ମିଳିଲେ ସେ ଲାଗିପଡନ୍ତି ଏପରି ସୂକ୍ଷ୍ମ କଳାକୃତି ନିର୍ମାଣ କରିବାରେ । କିନ୍ତୁ ତାଙ୍କର ଏହି କଳାକୃତି ବଣ ମଲ୍ଲି ପରି ବଣରେ ରହୁଛି।

ମଧ୍ୟବିତ୍ତ ପରିବାରରୁ ମନୋଜ । ବାପା ଜଣେ ରାଜ ମିସ୍ତ୍ରୀ । ବାପା ମାଆ ମନୋଜଙ୍କୁ ମଣିଷ କରିବାରେ ଖୁବ କଷ୍ଟ କରିଛନ୍ତି । ନିଜର ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତି ପିଲାଟି ଦିନରୁ ରୁଚି ରଖିଥିଲେ ମନୋଜ। କେବଳ ଚକଖଡି ନୁହେଁ ସାବୁନ ଓ ପେପର ମାଧ୍ୟମରେ ସୁନ୍ଦର ଚିତ୍ର ଆଙ୍କିଥାନ୍ତି ମନୋଜ । ହେଲେ ବଣମଲ୍ଲୀ ପରି ମନୋଜ ବଣରେ ରହିନଯାନ୍ତୁ । ତାଙ୍କର ଏହି କଳାକୃତି ଲୋକାଦୃତ ହେବାସହ ସରକାରୀ ସ୍ତରରେ ଦୃଷ୍ଟି ଦେବାକୁ ପରିବାର ଇଚ୍ଛାପ୍ରକଟ କରିଛନ୍ତି । ତାଙ୍କ ସୁନ୍ଦର ସୁନ୍ଦର କଳାକୃତି ଯଦି ସରକାର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ପାରନ୍ତେ ତେବେ ଏହି ସୁନ୍ଦର ସୁନ୍ଦର ଚକ୍ କଳା ଲୋକଲୋଚନକୁ ଆସିପାରନ୍ତା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.