ETV Bharat / state

ନିଯୁକ୍ତି ପାଇଁ ଅଭିନବ ପ୍ରତିବାଦ, ରାଜଧାନୀରେ ବସିଲା ବେକାରୀ ହାଟ

author img

By

Published : Dec 3, 2022, 5:38 PM IST

Updated : Dec 3, 2022, 8:14 PM IST

ରାଜ୍ୟରେ ୧୫ ଜଣ ଦିବ୍ୟାଙ୍ଗଙ୍କ ପାଇଁ ଜଣେ ମାତ୍ର ସ୍ଵତନ୍ତ୍ର ଶିକ୍ଷକ ରହିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ବର୍ଷେ ପୁରିବା ପରେ ବି ନିଯୁକ୍ତି ପାଇନାହାନ୍ତି ଶିକ୍ଷକ । ଏଣୁ ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସ୍ବତନ୍ତ୍ର ଶିକ୍ଷକ ସଂଘ ଅଭିନବ ପ୍ରତିବାଦ କରିଛି । ଅଧିକ ପଢନ୍ତୁ

ନିଯୁକ୍ତି ପାଇଁ ଅଭିନବ ପ୍ରତିବାଦ, ରାଜଧାନୀରେ ବସିଲା ବେକାରୀ ହାଟ
ନିଯୁକ୍ତି ପାଇଁ ଅଭିନବ ପ୍ରତିବାଦ, ରାଜଧାନୀରେ ବସିଲା ବେକାରୀ ହାଟ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ (International Disability Day) ଅବସରରେ ରାଜଧାନୀରେ ବସିଲା ବେକାରୀ ହାଟ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠ ପଢାଇବା ଲାଗି ତାଲିମପ୍ରାପ୍ତ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏପର୍ଯ୍ୟନ୍ତ ନିଯୁକ୍ତି ପାଇନାହାନ୍ତି । ପ୍ରତି ସ୍କୁଲରେ ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏମାନଙ୍କୁ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ ପୁରିଥିବା ବେଳେ ନିଯୁକ୍ତି ପାଇନଥିବା ଶିକ୍ଷକ ଶିକ୍ଷୟିତ୍ରୀ ରାଜଧାନୀର ଲୋୟର ପିଏମଜିରେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି (Special teacher protests against unemployment ) ।

ଦିବ୍ୟାଙ୍ଗମାନଙ୍କୁ ପାଠ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ବେକାରୀ ସ୍ଵତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବେ ରାଜରାସ୍ତାରେ ବିକ୍ରି କରୁଛନ୍ତି ପନିପରିବା ଠାରୁ ଆରମ୍ଭ କରି ମୁଢ଼ି ମାଂସ ଓ କସମେଟିକ ଜିନିଷ । ପ୍ରତି ସ୍କୁଲରେ ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏହା ଭିତରେ ୧ ବର୍ଷରୁ ଅଧିକ ଦିନ ପୁରିଛି । କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ନିଯୁକ୍ତି ହେଲେନାହିଁ ସ୍ଵତନ୍ତ୍ର ଶିକ୍ଷକ । ଏନେଇ ଲୋୟର ପିଏମଜିରେ ଏକ ଅଭିନବ ପ୍ରତିବାଦ କହିଛନ୍ତି ସ୍ଵତନ୍ତ୍ର ଶିକ୍ଷକ ସଙ୍ଘ। ଏହି ଅବସରରେ ଶହ ଶହ ସ୍ଵତନ୍ତ୍ର ଶିକ୍ଷକ ମାନେ ରାଜରାସ୍ତାରେ ଧାରଣାରେ ବସିଛନ୍ତି ।

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ: ମିଳିଲାନି ନିଯୁକ୍ତି, କେକ୍‌ କାଟି ସ୍ୱତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ

ଆଜି ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ମାନେ ଅଭିନବ ପ୍ରତିବାଦ କରିଛନ୍ତି । ଗତ ୨୦୨୧ ଅକ୍ଟୋବର ୨୮ ତାରିଖରେ ସୁପ୍ରିମକୋର୍ଟ ସାଧାରଣ ବିଦ୍ୟାଳୟର ପାଠ ପଢୁଥିବା ଦିଗ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆରପିଡବ୍ଲ୍ୟୁଡି ଆକ୍ଟ ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ରହିବେ। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ପିଲାଙ୍କ ପାଇଁ ଜଣେ ମାତ୍ର ସ୍ଵତନ୍ତ୍ର ଶିକ୍ଷକ ରହିବେ। କିନ୍ତୁ ଏ ପର୍ଯ୍ୟନ୍ତ କୌନସି ନିଯୁକ୍ତି ଦିଆଗଲା ନାହିଁ।

ଏନେଇ ଆଶାୟୀ ମାନେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କଲେ ନାହିଁ। ତେଣୁ ଏକ ବର୍ଷ ଅପେକ୍ଷା କରିଥିଲି। ବର୍ତ୍ତମାନ ସରକାର ଏହା ଉପରେ କୌନସି ନିଷ୍ପତ୍ତି ନ ନେବାରୁ ସମସ୍ତ ଆଶାୟୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ରାଜ୍ୟରେ ପାଖାପାଖି ୮୨ ହଜାର ଦିବ୍ୟାଙ୍ଗ ପିଲା ଅଛନ୍ତି । ଏହା ପୂର୍ବରୁ ଗତ ଅକ୍ଟୋବର ୨୮ ତାରିଖରେ ସ୍ବତନ୍ତ୍ର ଶିକ୍ଷକ ସଂଘ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ ପୁରିବା ଅବସରରେ କେକ୍‌ କାଟି ଅଭିବନ ପ୍ରତିବାଦ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 3, 2022, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.