ETV Bharat / state

Diwali 2023: ଅଘଟଣର ମୁକାବିଲା ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

ଆଲୋକର ପର୍ବ ଦୀପାବଳିକୁ ନେଇ ସବୁଠି ଖୁସିର ଲହରୀ । କୌଣସି ପ୍ରକାର ବାଣଜନିତ ଦୁର୍ଘଟଣାର ମୁକାବିଲା ପାଇଁ ପ୍ରସ୍ତୁତ ହସ୍ପିଟାଲ୍ ଏବଂ ଡାକ୍ତରୀ ଦଳ । ଏନେଇ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 11, 2023, 6:27 PM IST

Capital Hospital
କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାକୁ ନେଇ ଦେଖା ଦେଇଛି ସବୁଠି ଉତ୍ସାହ । ଦୀପାବଳିର ସନ୍ଧ୍ୟା ସମୟରେ ଛୁଆ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଦୀପ ଜଳାଇ ଓ ବାଣ ଫୁଟାଇ ଦୀପାବଳି ସ୍ଵାଗତ କରିଥାଆନ୍ତି । ଏଥିପାଇଁ କୌଣସି ପ୍ରକାର ଅଘଟଣକୁ ମୁକାବିଲା କରିବା ପାଇଁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବାଣଫୁଟାରେ ଆହତଙ୍କ ପାଇଁ ସ୍ବତନ୍ତ୍ର ଭାବରେ ହସ୍ପିଟାଲରେ ଏକ ଡାକ୍ତରୀ ଦଳ ନିୟୋଜିତ ରହିବା ସହ ଆହତମାନଙ୍କ ଚିକିତ୍ସା ଲାଗି ୧୦ଟି ସ୍ଵତନ୍ତ୍ର ବେଡର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ବାୟୁ ପ୍ରଦୂଷଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ ବିଶେଷ କରି ହୃଦ୍‌ରୋଗୀ ଏବଂ ଶ୍ୱାସରୋଗୀଙ୍କ ପାଇଁ ଉଭୟ ଶବ୍ଦ ଓ ଧୂଆଁ ହାନିକାରଣ ଅଟେ । ଏଥି ପାଇଁ ସେମାନେ ଏନେଇ ଯଥାସମ୍ଭବ ସତର୍କ ରହିବା ସହ ଧୂଆଁ ଓ ଶବ୍ଦ ଠାରୁ ନିଜେ ଦୂରେଇ ରହିବା ଆବଶ୍ୟକ ଏବଂ ଦୀପାବଳିରେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ଆବଶ୍ୟକ । ବାୟୁ ପ୍ରଦୂଷଣ ଯୋଗୁଁ ଧଇଁସଇଁ ଅନୁଭବ କଲେ ଏନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ତୀବ୍ର ଆଲୋକକାରୀ ଓ ଶବ୍ବକାରୀ ବାଣ ଠାରୁ ଛୋଟ ପିଲାଙ୍କୁ ଦୂରରେ ରଖିବା ସହ ଯଦି ବାଣ ଫୁଟାଇଲାବେଳେ ଆଖିରେ ଆଘାତ ଲାଗେ, ତାହେଲେ ପାଣିରେ ହାଲୁକା ଭାବେ ଆଖିକୁ ଧୋଇବାକୁ କୁହାଯାଇଛି । ଯଦି କୌଣସି ଗମ୍ଭୀର ସମସ୍ୟା ଦେଖାଦିଏ ତେବେ ତୁରନ୍ତ ମେଡ଼ିକାଲ ଆସି ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ.... ବ୍ରହ୍ମପୁରରେ ଜମୁନି ବାଣ ବେପାର; ସବୁଜ ବାଣ ଫୁଟାଇବାକୁ ବାର୍ତ୍ତା ଦେଲେ ବ୍ୟବସାୟୀ

ଅନ୍ୟପଟେ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା କରାଯାଇଛି । ଏହା ସହ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ନିର୍ଦ୍ଦେଶ ରହିଛି । ବାଣ ପ୍ରସ୍ତୁତିରେ ବ୍ୟବହୃତ ନିଷିଦ୍ଧ ରସାୟନର ବ୍ୟବହାରକୁ ମଧ୍ୟ ବନ୍ଦ କରାଯାଇଛି । ଏହାଛଡ଼ା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମା ମଧ୍ୟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ସେହିପରି ଭାବରେ ଖୋଲାସ୍ଥାନମାନଙ୍କରେ ସବୁଜ ବାଣ ଫୁଟାଇପାରିବେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.