ETV Bharat / state

ରାଜଧାନୀରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ, ଲାଗିଛି 34ଟି ଷ୍ଟଲ - ହସ୍ତତନ୍ତ ମେଳା ଉଦଘାଟିତ

ସାବିତ୍ରୀ ବ୍ରତ ଉପଲକ୍ଷେ ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୩ ଉଦଘାଟିତ ହୋଇଯାଇଛି । ରାଜ୍ୟ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ ମେଳାର ଉଦ୍‌ଘାଟନ କରିଛନ୍ତି । ଅଧିକ ପଢନ୍ତୁ

special handicraft fair 2023
ସାବିତ୍ରୀ ଉପଲକ୍ଷେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ
author img

By

Published : May 4, 2023, 1:41 PM IST

ସାବିତ୍ରୀ ଉପଲକ୍ଷେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

ଭୁବନେଶ୍ବର: ସାବିତ୍ରୀ ଉପଲକ୍ଷେ ପତ୍ନୀଙ୍କ ପାଇଁ ଶାଢୀ କିଣିବାକୁ ଚାହୁଛନ୍ତି କି । ଏକାମ୍ର ହାଟରେ ଖୋଲି ଯାଇଛି ସ୍ବତନ୍ତ୍ର ହସ୍ତତନ୍ତ ମେଳା । ଯାଆନ୍ତୁ ମନ ପସନ୍ଦର ଶାଢୀ କ୍ରୟ କରନ୍ତୁ । ସାବିତ୍ରୀ ବ୍ରତ ଉପଲକ୍ଷେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ହସ୍ତତନ୍ତ ମେଳା । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଭୁବନେଶ୍ବର ଏକାମ୍ର ହାଟରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା 2023 ଉଦଘାଟିତ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତୁବାୟ ସମିତି, ଏସଏଚଜି ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଲୁଗାର ବିକ୍ରି ବୃଦ୍ଧି କରିବା ସହ ନିୟମିତ କାମ ଯୋଗାଇ ଦେବା ନେଇ ରାଜ୍ୟ ସରକାର ପୋଗି 2023-23 ଯୋଜନାରେ ଏହି ମେଳା ଅନୁଷ୍ଠିତ ହୋଇଛି । ଏହି ମେଳାକୁ ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁ ଉଦଘାଟିତ କରିଛନ୍ତି । ସାବିତ୍ରୀ ବ୍ରତ ପାଇଁ 34ଟି ଷ୍ଟଲ ଲାଗିଛି ।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନୁମୋଦିତ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ବାରା ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଏହି ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୩ ଭୁବନେଶ୍ବର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଛି । ଏହି ମେଳାରେ ସମ୍ବଲପୁରୀ ଶାଢ଼ୀର ବିଭିନ୍ନ ଡିଜାଇନର ଶାଢ଼ୀ ପ୍ରଦର୍ଶିତ ହେଉଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି, ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଲୁଗା ବିକ୍ରୟ କରାଯାଉଛି । ବିଶେଷ ଭାବେ ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି ଯୋଜନାରେ ଏହା ଅନୁଷ୍ଠିତ ହୋଇଛି । ଅନ୍ୟପଟେ ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୩୪ଗୋଟି ତନ୍ତବାୟ ସମିତି, ଏସ୍‌ଏଚ୍‌ଜି, ପୋହିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନ ଓ ବିକ୍ରୟ କରିବାପାଇଁ ସାମିଲ ହୋଇଛନ୍ତି । ୩୪ଟି ଷ୍ଟଲରେ ବୁଣାକାର ଉତ୍ପାଦିତ ଲୁଗାର ପ୍ରଦର୍ଶନ କରିଛନ୍ତି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟର ହସ୍ତତନ୍ତ ବୁଣାକାର ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ମୋଟ ୧୩.୮୪ ଲକ୍ଷ ଟଙ୍କା କାରବାର କରି ପାରିଛନ୍ତି । ମଇ ୨ ତାରିଖରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ହସ୍ତତନ୍ତ ମେଳା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଗ୍ରାହକମାନେ ବି ମନପସନ୍ଦର ସମ୍ବଲପୁରୀ ଶାଢ଼ୀ ଆଉ ପୋଷାକ ହାତ ପାହାନ୍ତାରେ ପାଇ ବେଶ ଖୁସି ହୋଇ କିଣିନେଉଥିବା ଦେଖିବାକୁ ମିଳିଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.