ETV Bharat / state

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, 15 ଡାକ୍ତରଙ୍କ ଛୁଟି ବାତିଲ

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। କେହି ଯଦି ବାଣ ଫୁଟାଇବା ସମୟରେ ଆହତ ହୁଅନ୍ତି ତାଙ୍କୁ ଚିକିତ୍ସା କରିବେ ଡାକ୍ତର । କାଜୁଆଲିଟି ସହ 30ରୁ ଅଧିକ ଅତିରିକ୍ତ ବେଡ ମହଜୁଦ ରହିଛି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 12, 2023, 1:30 PM IST

capital hospital
capital hospital

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ପ୍ରସ୍ତୁତ କରାଯାଇଛି । ଯାହା ଫଳରେ 15 ଜଣ ଡାକ୍ତରଙ୍କ ଛୁଟି ବାତିଲ ହୋଇଛି । ଯଦି କେହି ବାଣ ଫୁଟାଇବା ସମୟରେ ଆହତ ହୁଅନ୍ତି ହେବେ ତାଙ୍କ ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବ ।

ହସ୍ପିଟାଲରେ କାଜୁଆଲିଟି ସହ 30ରୁ ଅଧିକ ଅତିରିକ୍ତ ବେଡ ମହଜୁଦ ରହିଥିବା ବେଳେ 3ଟି ସିଫ୍ଟରେ ସ୍ପେଶାଲିଷ୍ଟ ଡାକ୍ତର ଡ୍ୟୁଟି କରିବେ। ଯେକୌଣସି ପରିସ୍ଥିତି ମୁକାବିଲା ନେଇ ପ୍ରସ୍ତୁତ ରହିଛି ହସ୍ପିଟାଲ ହସ୍ପିଟାଲ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ନର୍ସ, ଆଟେଣ୍ଡାଣ୍ଟ, ସୁରକ୍ଷା କର୍ମୀ ମୁତୟନ ବ୍ୟାପକ ଗଜ କପଡା ସହ ବର୍ଣ୍ଣ ୟୁନିଟ ସଜାଗ ରହିଛି । କାର୍ଡିଓଲୋଜି, ଇ ଆଣ୍ଡ ଟି, ମେଡିସିନ, ପେଡିଆଟିକ୍, ଚର୍ମ, ଅଙ୍କଲୋଜି ବିଭାଗର ଅତିରିକ୍ତ ଡାକ୍ତର ନିୟୋଜିତ ହୋଇଛନ୍ତି । ଏଥି ସମେତ କାଜୁଆଲିଟିରେ ଡାକ୍ତର ଉପସ୍ଥିତ ରହିବେ । ଏଠାରେ 30ରୁ ଅଧିକ ଅତିରିକ୍ତ ବେଡ ମଧ୍ୟ ମହଜୁଦ ରହିଛି । ଅନ୍ୟପଟେ ହସ୍ପିଟାଲରେ 3ଟି ସିଫ୍ଟରେ ସ୍ପେଶାଲିଷ୍ଟ ଡାକ୍ତର ଡ୍ୟୁଟି କରିବେ । ବେଡ୍‌ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡଣ୍ଟ୍‌ ଧନଞ୍ଜୟ ଦାଶ ।

ଏହା ମଧ୍ୟ ପଢନ୍ତୁ-Diwali 2023: ଦେଶବାସୀଙ୍କୁ ଶୁଭ ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି କରାଯାଇଛି । ନିଷିଦ୍ଧ ରସାୟନ ମଧ୍ୟ ଆତସବାଜିରେ ବ୍ୟବହାର ନିଷିଦ୍ଧ ହୋଇଛି । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲାଗିଛି । ଏହାସହ 125 ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ନିର୍ଦ୍ଦେଶ ରହିଛି । ଏହାଛଡ଼ା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମା ମଧ୍ୟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ସେହିପରି ଭାବରେ ଖୋଲା ସ୍ଥାନମାନଙ୍କରେ ସବୁଜ ବାଣ ଫୁଟାଇ ପାରିବେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.