ETV Bharat / state

ଷ୍ଟାର୍ଟଅପ ନାଁରେ ନିବେଶକଙ୍କୁ ଠକେଇ, ଠକକୁ ଗିରଫ କଲା ସ୍ପେଶାଲ କ୍ରାଇମ୍ ୟୁନିଟ

author img

By ETV Bharat Odisha Team

Published : Sep 16, 2023, 12:24 PM IST

Updated : Sep 16, 2023, 1:26 PM IST

ଷ୍ଟାର୍ଟଅପ ନାଁରେ ଠକେଇର ଜାଲ ବିଛାଇଥିଲା ଠକ । ନିବେଶକଙ୍କୁ ଠକାମି ଅଭିଯୋଗରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

special crime unit arrested cheater
special crime unit arrested cheater
special crime unit arrested cheater

ଭୁବନେଶ୍ବର: ସରକାରୀ ଯୋଜନା‌ ଆଳରେ ବଡ ଧରଣର ଠକେଇ । ଲୋନରେ ଟଙ୍କା ଆଣି ବ୍ୟବସାୟର ସ୍ବପ୍ନ ଦେଖାଇ ନିବେଶକଙ୍କୁ ଚୁନ ଲଗାଇଲା ଠକ । ଗୋ ସ୍ପିଡ ଗୋ ଷ୍ଟାର୍ଟଅପ ନାଁରେ ୪୦ରୁ ଊର୍ଦ୍ଧ୍ବ ନିବେଶକଙ୍କ ଠାରୁ ଅଢେଇ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ । ଠକ ସଚିଦାନନ୍ଦ ଭୋଇର ଖୁଲାସା କରିଛି କମିଶନରେଟ୍ ପୋଲିସ । ସଚିଦାନନ୍ଦ ଭୋଇ ଏମବିଏ ଗ୍ରାଜୁଏଟ ହୋଇଥିବା ବେଳେ ବେକାର ଯୁବପିଢି ଓ ନିବେଶକଙ୍କୁ ଠକେଇ କରି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା । ପୋଲିସ ହାତରେ ଧରିପଡିବା ପରେ ଠକେଇର ଗୁମର ଖୋଲୁଛି ।

ଏହା ମଧ୍ୟ ପଢନ୍ତୁ-ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଠକେଇ, TC ଦେବ କହି ୪୭ ଲକ୍ଷ ଠକିଥିବା ଠକ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଏସପ୍ଲାନେଡ ମଲରେ ଏକ ଅଫିସ ଖୋଲିଥିଲା ଠକ । Hifirk ନାମରେ କମ୍ପାନୀ ଚଲାଉଥିଲା । ୨୦୧୭ ମସିହାରେ କିଛି ଯୁବ ନିବେଶକଙ୍କୁ Go speed Goର ଏକ ଷ୍ଟାର୍ଟଅପର ସ୍ବପ୍ନ ଦେଖାଇଥିଲା‌ । ଏନେଇ ଏକ ହୋଟେଲରେ ବିରାଟ କର୍ପୋରେଟ ମିଟ ଡକାଇ ଯୁବ ନିବେଶକଙ୍କୁ ଆକୃଷ୍ଟ ପାଇଁ ଆହ୍ବାନ କରିଥିଲା । ଷ୍ଟାର୍ଟଅପ ଭାବେ ଏକ ଗ୍ୟାରେଜ ଅନ ହ୍ବିଲ ସ୍କିମରର ସ୍ବପ୍ନ ଦେଖାଇଥିଲା ନିବେଶକଙ୍କୁ । ୧୦ ଲକ୍ଷର ନିବେଶ କଲେ ୪.୫ ଲକ୍ଷ ପ୍ରତି ବର୍ଷ ପାଇବାର ମୁନାଫା ପାଇବାର ସ୍ବପ୍ନ ଦେଖାଇଥିଲା । ଏନେଇ ପିଏମଜିପି ଓ ଷ୍ଟାର୍ଟପ ଓଡ଼ିଶା ନାଁରେ ବିଭିନ୍ନ ସ୍କିମ ଦେଖାଇ ବ୍ୟାଙ୍କରୁ ଲୋନ ନେଇ ଏଭଳି ବ୍ୟବସାୟ ପାଇଁ ଅଫର୍ କରିଥିଲା ।

ଏହି ବ୍ୟବସାୟ ପାଇଁ ଷ୍ଟାର୍ଟଅପ ଓ ପିଏମଜିପି ସ୍କିମରେ ୨୫ପ୍ରତିଶତ ସବସିଡି ମଧ୍ୟ ଲୋଭ ଦେଇଥିଲା । ଷ୍ଟାର୍ଟଅପ ଅନୁସାରେ ଏକ ଚାରି ଚକିଆ ଗାଡିରେ ଗ୍ୟାରେଜ ଭଳି ବ୍ୟବସ୍ଥା ରହିବ, ଏଥିରେ ଲୋକଙ୍କ ଗାଡି ମରାମତି ପାଇଁ ମେସିନ, ଟୁଲ, ଯନ୍ତ୍ରପାତି ସହ ଜଣେ ମେକାନିକ ଓ ଡ୍ରାଇଭର ରହିବେ । ଏହି ଗାଡି ବଜାରରେ ବୁଲିବେ । ଯେ କେହିବି ଏହି ଗୋ ସ୍ପିଡ ଗୋ ଆପ ବ୍ୟବହାର କରି ଯେଉଁଠି ବି ଗାଡି ଖରାପ ହୋଇଥିବ ସେ ଅନଲାଇନରେ ବୁକ କଲେ ସେଠାରେ ଏହି ଗାଡି ପହଞ୍ଚି ମରାମତି କରିବ । ନଚେତ୍‌ ଗାଡ଼ିକୁ ଆଣି ଗ୍ୟାରେଜରେ ମରାମତି କରାଯିବ । ଫଳରେ ଯେଉଁ ଟଙ୍କା ଗ୍ରାହାକଙ୍କ ଠାରୁ ଆସିବ ସେହି ହିସାବରେ କେବଳ ୭୦ପ୍ରତିଶତ ଟଙ୍କା କମ୍ପାନୀ ଅପରେଟ କରିବା ପାଇଁ ନେବ ଅର୍ଥାତ୍ ଠକ ଯିଏକି କମ୍ପାନୀ ଚଳାଇବ ସେ ନେବ ।

ବାକି ୩୦ ପ୍ରତିଶତ ଯିଏ ଗାଡି କିଣି ଏହି ନିବେଶରେ ସାମିଲ ହୋଇଥିବ ସେ ପାଇବ । ତେବେ ଏହି ବ୍ୟବସାୟ ପାଇଁ ଏକ ଚାରିଚକିଆ ଗାଡ଼ି ଯେଉଁଥିରେ ଏହି ସବୁ ଯନ୍ତ୍ରପାତି ଓ ମେସିନ ଖଞ୍ଜାଯାଇଥିବ ଏକ ସେଟଅପ କିଣିବା ପାଇଁ ୧୦ଲକ୍ଷ ଟଙ୍କା ଲୋନ ନେବାକୁ ହେବ ବୋଲି ନିବେଶକଙ୍କୁ କହିଥିଲା ଠକ । ଏନେଇ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଜରିଆରେ ଲୋନ ମଞ୍ଜୁର କରାଯାଇଥିଲା । ହେଲେ ଠକ ନିବେଶକଙ୍କ ନାଁରେ ଲୋନ ନେଇଯିବା ପରେ ଆଉ ଧରାଛୁଆଁ ଦେଇନଥିଲା ।

ଏନେଇ ନିବେଶକ ଲୋନ ଟଙ୍କା ପାଇଁ ଇନଷ୍ଟଲମେଣ୍ଟ(କିସ୍ତି) ଦେବା ଆରମ୍ଭ କରିଥିଲେ ମଧ୍ୟ ଯେଉଁ ବ୍ୟବସାୟର ସ୍ବପ୍ନ ଦେଖି ଲୋନ ନେଇଥିଲେ ତାହା ସମ୍ଭବ ହୋଇପାରିଲାନାହିଁ । ଆରମ୍ଭ କରିବାକୁ ଚାହୁଁଥିବା ବ୍ୟବସାୟର ସ୍ବପ୍ନ ଦେଖାଇ ଠକ ତାଙ୍କୁ ଚୁନ ଲଗାଇ ଦେଇ ଚାଲିଯାଇଥିଲା । ଠକେଇର ଶିକାର‌ ବ୍ୟକ୍ତି ପ୍ରଥମେ ଇଓଡବ୍ଲୁ ଓ ପରେ କମିଶନରେଟ ପୋଲିସର ଦ୍ବାରସ୍ଥ ହେବା ପରେ ଠକକୁ ଏବେ ଗିରଫ କରାଯାଇଛି । ତା ଠାରୁ କିଛି ଡକ୍ୟୁମେଣ୍ଟ ଓ କମ୍ପାନୀ ରେଜିଷ୍ଟ୍ରେସନ କରିଥିବା କାଗଜ ପତ୍ର ଜବତ କରାଯାଇଛି । ପୋଲିସ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ୧୩ଜଣ ଅଭିଯୋଗ କରିଥିବା ବେଳେ ଆଗକୁ ନିବେଶକଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 16, 2023, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.