ETV Bharat / state

Odisha Assembly: ବାଚସ୍ପତିଙ୍କ ରୁଲିଂ, ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ - ବାଚସ୍ପତି

ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ରୁଲିଂ । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ପରେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଅଧିକ ପଢନ୍ତୁ

Odisha Assembly: ବାଚସ୍ପତିଙ୍କ ରୁଲିଂ, ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କ ନିର୍ଦ୍ଦେଶ

author img

By

Published : Nov 28, 2022, 4:11 PM IST

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନ (Odisha Assembly winter session)ର ଆଜି ୪ର୍ଥ ଦିନରେ ପ୍ରାଥମିକ ଶିକ୍ଷକଙ୍କୁ ଦାବିକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହ ଆରମ୍ଭରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପୋଡ଼ିୟମ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିରୋଧୀଙ୍କ ଦାବି ପରେ ପଦକ୍ଷେପ ନେଇଛନ୍ତି ବାଚସ୍ପତି । ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ରୁଲିଂ (Speaker gives ruling on Teacher Agitation) । ସରକାର ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଶିକ୍ଷକଙ୍କ ଆନ୍ଦୋଳନ ନେଇ ହୁଲୁସ୍ତୁଲ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିକ୍ଷୋଭ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବାଧ୍ୟ ହୋଇ ପ୍ରଶ୍ନକାଳକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଶୂନ୍ୟକାଳ ପ୍ରାରମ୍ଭରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ବାଚସ୍ପତି । ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ପୂର୍ବରୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଶିକ୍ଷକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ତାହା କୁଆଡେ ଗଲା ? ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ କୁଆଡେ ଗଲେ ? ପଦ୍ମପୁରରେ ପ୍ରଚାର କରିବା ପାଇଁ କାହାଠୁ ଅନୁମତି ନେଇ ଯାଇଛନ୍ତି ମନ୍ତ୍ରୀ ସମୀର ଦାସ ? ଏମିତି ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଏହା ବି ପଢନ୍ତୁ- ବିସ୍ଫୋରଣରେ ଉଡିଗଲା ଘରର ଛାତ, ଚାଲିଗଲା ଜଣଙ୍କ ଜୀବନ

ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦାବି ସମାଧାନ ନହେବା ପର୍ଯ୍ୟନ୍ତ ଗୃହକୁ ଅଚଳ କରାଯିବ ବୋଲି ବିରୋଧୀ ଚେତାବନୀ ଦେଇଥିଲେ । ଏହାପରେ ଗୃହ କାର୍ଯ୍ୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସୂଚନା ଥାଉ କି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ୩ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି । ପାଖାପାଖି 2 ଲକ୍ଷ ଶିକ୍ଷକ ଭୁବନେଶ୍ବରରେ ବିକ୍ଷୋଭ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଆଗରୁ କହିଥିଲେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରାଯିବ । ଶିକ୍ଷକ ନିଯୁକ୍ତି ସହ ଅନ୍ୟ ଭିତ୍ତିଭୂମି ନବକଳେବର କରାଯିବ । ମୁଖ୍ୟମନ୍ତ୍ରୀ ଘୋଷଣା ମଧ୍ୟ କରିଥିଲେ ଯେ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରାଗଲା । ସମସ୍ତ ଶିକ୍ଷକଙ୍କୁ ସରକାରୀ ନିଯୁକ୍ତି ଦିଆଯିବ ବୋଲି କହିଥିଲେ ସରକାର । 6 ବର୍ଷ ପରେ ଠିକା ଶିକ୍ଷକମାନଙ୍କୁ ସ୍ଥାୟୀ କରାଯାଉଥିଲା । କିନ୍ତୁ 6 ବର୍ଷକୁ ରେଗୁଲାର ହିସାବରେ ଗଣତି କରାଗଲା ନାହିଁ । 6ଟି ଇନକ୍ରିମେଣ୍ଟ ମଧ୍ୟ ଦିଆଗଲା ନାହିଁ । କେନ୍ଦ୍ରୀୟ ହାରରେ ବେତନ ଦେବାର ବ୍ୟବସ୍ଥା କରାଗଲା ନାହିଁ । ପୁରୁଣା ପେନସନ ପ୍ରଥାର ମଧ୍ୟ ପ୍ରଚଳନ ହେଉନାହିଁ । ଏହି 3ଟି ଦାବି ନେଇ ଶିକ୍ଷକ ମାନେ ବିକ୍ଷୋଭ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.