ETV Bharat / state

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ସରିଲା ତାତିର ରାଜୁତି - ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ

ସାରା ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଆସନ୍ତା ଚାରି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା
author img

By

Published : Jun 23, 2023, 5:36 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ମୌସୁମୀର ଆଗମନକୁ ନେଇ ରାଜ୍ୟରେ ସରିଲା ତାତିର ରାଜୁତି, ଏବେ କେବଳ ବର୍ଷିବ। ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାର କିଛି ଅଞ୍ଚଳ ଛୁଇଁଥିବା ବେଳେ ଆଜି ସାରା ରାଜ୍ୟକୁ ଅଗ୍ରସର ହୋଇଛି । ରାଜ୍ୟରେ ଏକ ଘୂର୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ପ୍ରବଳ ଗରମ ଭିତରେ ମୌସୁମୀର ଆଗମନ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଆସନ୍ତା ୨୪ ଘଣ୍ଟାରେ କଟକ ଓ ଭୁବନେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ,କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନାଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Weather Update: ଓଡିଶା ଛୁଇଁଲା ମୌସୁମୀ, ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି । ତଥା ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ୫୨.୫ ମିମି ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ତୁଳନାରେ ୫୯୧ % ଅଧିକ ରହିଛି । ଏଥିସହ ରାଜ୍ୟରେ ବର୍ତ୍ତମାନ ଏକ ଘୂର୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ସେଥିପାଇଁ ତଳିଆ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଭଲ ବର୍ଷା ହେଇଥିବାରୁ ଚାଷୀମାନଙ୍କୁ ଚାଷ କାର୍ଯ୍ୟ କରିବାକୁ ସୂଚନା ଦିଆଯାଇଛି । ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ଓ ଗଜପତି, କୋରାପୁଟକୁ ଆଂଶିକ ଛୁଇଁଥିବା ବେଳେ ଆଜି ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁଛି ମୌସୁମୀ ବାୟୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.