ETV Bharat / state

Cyclone Mandous: ଦୁର୍ବଳ ହେଲା ବାତ୍ୟା, ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା

ଦୁର୍ବଳ ହେଲା ବାତ୍ୟା ମାଣ୍ଡୋସ (Cyclone Mandous)। ବାତ୍ୟା ପ୍ରଭାବରେ ଓଡ଼ିଶାର ଏହି ଜିଲ୍ଲା ଗୁଡ଼ିକରେ ହେବ ବର୍ଷା । ଅଧିକ ପଢନ୍ତୁ

author img

By

Published : Dec 10, 2022, 5:07 PM IST

Cyclone Mandous: ଦୁର୍ବଳ ହେଲା ବାତ୍ୟା, ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା
Cyclone Mandous: ଦୁର୍ବଳ ହେଲା ବାତ୍ୟା, ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା
Cyclone Mandous: ଦୁର୍ବଳ ହେଲା ବାତ୍ୟା, ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା

ଭୁବନେଶ୍ବର: ଦୁର୍ବଳ ହେଲା ବାତ୍ୟା ମାଣ୍ଡୋସ (Cyclone Mandous weakens into deep depression) । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ମାଣ୍ଡୋସ ତାମିଲନାଡ଼ୁରେ ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇଛି । ଫଳରେ ଆଉ ଓଡ଼ିଶାରେ ନାହିଁ ବାତ୍ୟାର ଭୟ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରେ ସର୍ବାଧିକ ୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ନୂଆପଡା, କଳାହାଣ୍ଡି ଜିଲ୍ଲାରେ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର ଏହି ସବୁ ସ୍ଥାନ ଗୁଡିକରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୧୨ ,୧୩ ଓ ୧୪ ଡିସେମ୍ବର ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ରାଜ୍ୟରେ ଶୁଖିଲା ପାଗ ରହିବ । ଅନ୍ୟପଟେ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଏହା ବି ପଢନ୍ତୁ- ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡସ, ଭୀଷଣ ବର୍ଷା ଜାରି

ସେପଟେ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ ୧୧.୦ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ପରେ ବଢିବ ରାତ୍ରି ତାପମାତ୍ରା । ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ବାତ୍ୟା ମାଣ୍ଡୋସ ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ମହାବଳିପୁରମରେ ସ୍ଥଳଭାଗ ଛୁଇଁଥିଲା । ଏହାପରେ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବାତ୍ୟା ଦୁର୍ବଳ ହୋଇଛି । ବାତ୍ୟା ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ୨ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.